କଲ୍ୟାଣସିଂହପୁରରେ କାଳବୈଶାଖୀ ତାଣ୍ଡବ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତାଣ୍ଡବ ରଚିଛି କାଳବୈଶାଖୀ। ସିଙ୍ଗାରି ପଞ୍ଚାୟତର ପାଳଖମଣ ଗ୍ରାମରେ ମିଶନ ଶକ୍ତି ଦ୍ୱାରା କରାଯାଇଥିବା ଛେଳି ଓ କୁକୁଡ଼ା ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ଶନିବାର ଅପରାହ୍ନ ସମୟରେ କାଳବୈଶାଖୀ ତାଣ୍ଡବରେ ଜୋରରେ ପବନ ବହିବା ସହ କୁଆ ପଥର ବର୍ଷା ହୋଇଥିବାରୁ ମିଶନ ଶକ୍ତି ତରଫରୁ ଜୟ ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀକୁ କୁକୁଡ଼ା ଓ ଛେଳି ଘରରେ ପକାଇଥିବା ଆଜବେଷ୍ଟକୁ ପବନ ଉଡାଇ ନେଇ […]

କଲ୍ୟାଣସିଂହପୁରରେ କାଳବୈଶାଖୀ ତାଣ୍ଡବ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତାଣ୍ଡବ ରଚିଛି କାଳବୈଶାଖୀ। ସିଙ୍ଗାରି ପଞ୍ଚାୟତର ପାଳଖମଣ ଗ୍ରାମରେ ମିଶନ ଶକ୍ତି ଦ୍ୱାରା କରାଯାଇଥିବା ଛେଳି ଓ କୁକୁଡ଼ା ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ଶନିବାର ଅପରାହ୍ନ ସମୟରେ କାଳବୈଶାଖୀ ତାଣ୍ଡବରେ ଜୋରରେ ପବନ ବହିବା ସହ କୁଆ ପଥର ବର୍ଷା ହୋଇଥିବାରୁ ମିଶନ ଶକ୍ତି ତରଫରୁ ଜୟ ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀକୁ କୁକୁଡ଼ା ଓ ଛେଳି ଘରରେ ପକାଇଥିବା ଆଜବେଷ୍ଟକୁ ପବନ ଉଡାଇ ନେଇ ଭାଙ୍ଗି ଚୁରମାର କରିଦେଇଛି। ତେଣୁ ଛେଳି ଓ କୁକୁଡ଼ାକୁ ଛାଡ଼ି ଦେଇଥିଲେ। ଏହାକୁ ନେଇ ଆଜି ଜୟ ମା’ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ୧୦ଜଣ ସଦସ୍ୟ ଏକ ବୈଠକ କରି ବର୍ଷା ପବନରେ କୁକୁଡ଼ା ଓ ଛେଳି ଘର ଭାଙ୍ଗିଯାଇଛି, ସେଗୁଡିକୁ କେଉଁଠି ରଖିବା ବୋଲି ଭାବି ପୁଣି ମିଶନ ଶକ୍ତିକୁ ପୁନର୍ବାର ଘର ଯୋଗାଇଦେବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ଗୋଷ୍ଠିର ସଭାପତି ସାବିତ୍ରୀ ମାଝୀ, ସମ୍ପାଦକ ସୁଭଦ୍ରାମାଝୀ, ଯମୁନା ମାଝୀ, ମମତା କାଣ୍ଡବିନ୍ଦା, ମେନକା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।