ସୁପ୍ରିମକୋର୍ଟରେ ପହଞ୍ଚିଲା ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗ, ପୁନଃବିଚାର ପାଇଁ ଆବେଦନ ଦାଖଲ

ନୂଆଦିଲ୍ଲୀ: ଡିସେମ୍ବର ୧୧ରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ସମ୍ବିଧାନର ଧାରା 370 ଉଚ୍ଛେଦକୁ ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସଠିକ୍‌ କହିଥିଲେ ସୁପ୍ରିମକୋର୍ଟ। କୋର୍ଟର ଏହି ନିଷ୍ପତ୍ତିର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଅନେକ ପୁନର୍ବିଚାର ଯାଚିକା ଦାୟର କରାଯାଇଛି। ଜାମ୍ମୁ କାଶ୍ମୀର ହାଇକୋର୍ଟ ବାର ଆସୋସିଏସନ, ଆୱାମୀ ନ୍ୟାସନାଲ କନଫରେନ୍ସ ନେତା ମୁଜାଫର ଇକବାଲ ଖାନ ଏବଂ ଜାମ୍ମୁ କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଛି। ଏହି ପରିପ୍ରେକ୍ଷୀରେ, ଆୱାମୀ ନ୍ୟାସନାଲ କନଫରେନ୍ସ ନେତା ମୁଜାଫର ଖାନ କହିଛନ୍ତି ଯେ ଏହି ନିଷ୍ପତ୍ତିର ସମୀକ୍ଷା ପାଇଁ ସେ ଏକ ଆବେଦନ କରିଛନ୍ତି ଯେଉଁଥିରେ ଧାରା 370କୁ ସମ୍ବିଧାନର ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ଘୋଷଣା କରାଯାଇଛି। ଓକିଲ ଧର୍ମେନ୍ଦ୍ର କୁମାର ସିହ୍ନାଙ୍କ ଜମ୍ମୁ-କଶ୍ମୀର ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଦାଖଲ ହୋଇଥିବା ପୁନର୍ବିଚାର ଆବେଦନରେ କୁହାଯାଇଛି ଯେ ଏହି ନିଷ୍ପତ୍ତିରେ ତ୍ରୁଟି ଅଛି ଏବଂ ଏହାର ସମୀକ୍ଷା ପାଇଁ ଯଥେଷ୍ଟ କାରଣ ଅଛି। ଏହି ଆବେଦନରେ କୁହାଯାଇଛି ଯେ ଏହି ନିଷ୍ପତ୍ତି ଭୁଲ ଭାବରେ ସିଦ୍ଧାନ୍ତ ନେଇଛି ଯେ ଜମ୍ମୁ-କଶ୍ମୀରର ପୂର୍ବ ରାଜ୍ୟ ୧୯୪୭ ମସିହାରେ ମହାରାଜା ହରି ସିଂ ଇନଷ୍ଟ୍ରୁମେଣ୍ଟ ଅଫ୍ ଆକ୍ସେସନ୍ (IOA) ଦସ୍ତଖତ କରିବା ପରେ ନିଜର ସାର୍ବଭୌମତ୍ୱ ହରାଇଥିଲା। ଆବେଦନରେ ଅନେକ ଭୁଲ ସିଦ୍ଧାନ୍ତକ

ସୁପ୍ରିମକୋର୍ଟରେ ପହଞ୍ଚିଲା ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗ, ପୁନଃବିଚାର ପାଇଁ ଆବେଦନ ଦାଖଲ

The Supreme Court of India

ନୂଆଦିଲ୍ଲୀ: ଡିସେମ୍ବର ୧୧ରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ସମ୍ବିଧାନର ଧାରା 370 ଉଚ୍ଛେଦକୁ ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସଠିକ୍‌ କହିଥିଲେ ସୁପ୍ରିମକୋର୍ଟ। କୋର୍ଟର ଏହି ନିଷ୍ପତ୍ତିର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଅନେକ ପୁନର୍ବିଚାର ଯାଚିକା ଦାୟର କରାଯାଇଛି।

ଜାମ୍ମୁ କାଶ୍ମୀର ହାଇକୋର୍ଟ ବାର ଆସୋସିଏସନ, ଆୱାମୀ ନ୍ୟାସନାଲ କନଫରେନ୍ସ ନେତା ମୁଜାଫର ଇକବାଲ ଖାନ ଏବଂ ଜାମ୍ମୁ କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଛି। ଏହି ପରିପ୍ରେକ୍ଷୀରେ, ଆୱାମୀ ନ୍ୟାସନାଲ କନଫରେନ୍ସ ନେତା ମୁଜାଫର ଖାନ କହିଛନ୍ତି ଯେ ଏହି ନିଷ୍ପତ୍ତିର ସମୀକ୍ଷା ପାଇଁ ସେ ଏକ ଆବେଦନ କରିଛନ୍ତି ଯେଉଁଥିରେ ଧାରା 370କୁ ସମ୍ବିଧାନର ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ଘୋଷଣା କରାଯାଇଛି।

ଓକିଲ ଧର୍ମେନ୍ଦ୍ର କୁମାର ସିହ୍ନାଙ୍କ ଜମ୍ମୁ-କଶ୍ମୀର ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଦାଖଲ ହୋଇଥିବା ପୁନର୍ବିଚାର ଆବେଦନରେ କୁହାଯାଇଛି ଯେ ଏହି ନିଷ୍ପତ୍ତିରେ ତ୍ରୁଟି ଅଛି ଏବଂ ଏହାର ସମୀକ୍ଷା ପାଇଁ ଯଥେଷ୍ଟ କାରଣ ଅଛି। ଏହି ଆବେଦନରେ କୁହାଯାଇଛି ଯେ ଏହି ନିଷ୍ପତ୍ତି ଭୁଲ ଭାବରେ ସିଦ୍ଧାନ୍ତ ନେଇଛି ଯେ ଜମ୍ମୁ-କଶ୍ମୀରର ପୂର୍ବ ରାଜ୍ୟ ୧୯୪୭ ମସିହାରେ ମହାରାଜା ହରି ସିଂ ଇନଷ୍ଟ୍ରୁମେଣ୍ଟ ଅଫ୍ ଆକ୍ସେସନ୍ (IOA) ଦସ୍ତଖତ କରିବା ପରେ ନିଜର ସାର୍ବଭୌମତ୍ୱ ହରାଇଥିଲା।

ଆବେଦନରେ ଅନେକ ଭୁଲ ସିଦ୍ଧାନ୍ତକୁ ଦର୍ଶାଇ ଏହା କୁହାଯାଇଛି ଯେ ଧାରା 370 ଏକ ରିହାତି ନୁହେଁ। "ରାଜ୍ୟର ସର୍ତ୍ତ କାରଣରୁ ଧାରା 370କୁ ଅସ୍ଥାୟୀ ଘୋଷିତ କରାଯାଇଥିଲା ବୋଲି କୋର୍ଟଙ୍କ ମତ, ନଚେତ୍ ରାଜ୍ୟ ୟୁନିୟନରେ ସମ୍ପୂର୍ଣ୍ଣ ଭାବେ ସାମିଲ ଦେଇଥାନ୍ତେ, ଏହା ଏକ ସିଦ୍ଧାନ୍ତ ଏବଂ ରେକର୍ଡରେ ଦେଖାଯିବାବେଳେ ଏହା ଏକ ତ୍ରୁଟି ଅଟେ।"

ପ୍ରକାଶଥାଉକି କ୍ରମାଗତ ୧୬ ଦିନର ଶୁଣାଣି ପରେ, ଦଶନ୍ଧି ଧରି ଚାଲିଥିବା ବିତର୍କ ଡିସେମ୍ବର ୧୧ରେ ୫ ଜଣିଆ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ଧାରା 370 ରଦ୍ଦ କରିବା କେନ୍ଦ୍ରର ନିଷ୍ପତ୍ତିକୁ ଠିକ୍‌ କହିଥିଲେ। ଜାମ୍ମୁ କାଶ୍ମୀରକୁ ୧୯୪୭ ମସିହାରେ ଧାରା 370 ଅନୁଯାୟୀ ଏକ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଥିଲା। ଏହାକୁ କେନ୍ଦ୍ର ସରକାରଙ୍କ ୫ ଅଗଷ୍ଟ ୨୦୧୯ରେ ରଦ୍ଦ କରାଯାଇଥିଲା।

ଧାରା 370 ରଦ୍ଦ କରିବା ବିଜେପିର ଏଜେଣ୍ଡା ଉପରେ ଏକ ପ୍ରମୁଖ ପ୍ରସଙ୍ଗ ଥିଲା ଏବଂ ଦଳ କ୍ରମାଗତ ଭାବରେ ଏହି ପ୍ରସଙ୍ଗକୁ ନିଜର ନିର୍ବାଚନୀ ଇସ୍ତାହାରରେ ଅନ୍ତର୍ଭୁକ୍ତ କରିଥିଲା।

The post ସୁପ୍ରିମକୋର୍ଟରେ ପହଞ୍ଚିଲା ଧାରା-୩୭୦ ଉଚ୍ଛେଦ ପ୍ରସଙ୍ଗ, ପୁନଃବିଚାର ପାଇଁ ଆବେଦନ ଦାଖଲ appeared first on Prameya News7.