ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆୟୁଷ୍ମାନ ସହ ଲାଗୁ ହେବ ଗୋପବନ୍ଧୁ ଆରୋଗ୍ୟ ଯୋଜନା

ଭୁବନେଶ୍ୱର ୩୦।୧୨ : ନୂଆବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିକଳ୍ପ ଆଣିବେ ନୂଆ ସରକାର । ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ।  ଏହି ଯୋଜନାରେ ରାଜ୍ୟର ଏକ କୋଟି ପରିବାରକୁ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ କାର୍ଡ । ସ୍ୱାସ୍ଥ୍ୟ ସେବାରୁ କେହି ବି ବଞ୍ଚିତ ହେବେ ନାହିଁ । କେନ୍ଦ୍ରୀୟ ଟିନ୍‌ ଏନେଇ ଅନୁଧ୍ୟାନ କରିଯାଇଛନ୍ତି । ସେହିପରି ନୂଆ ବର୍ଷରେ ନୂଆ ମେଡିକାଲ କଲେଜ, ନସିଂ କଲେଜ ମଧ୍ୟ ବଢାଇବାକୁ ସରକାରଙ୍କ ସଂକଳ୍ପ ରହିବ । ରାଜ୍ୟରେ ପ୍ରତିଟି ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ସରକାର ପ୍ରତିଶୃତିବଦ୍ଧ । 

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆୟୁଷ୍ମାନ ସହ ଲାଗୁ ହେବ ଗୋପବନ୍ଧୁ ଆରୋଗ୍ୟ ଯୋଜନା

ଭୁବନେଶ୍ୱର ୩୦।୧୨ : ନୂଆବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିକଳ୍ପ ଆଣିବେ ନୂଆ ସରକାର । ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ।  ଏହି ଯୋଜନାରେ ରାଜ୍ୟର ଏକ କୋଟି ପରିବାରକୁ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ କାର୍ଡ । ସ୍ୱାସ୍ଥ୍ୟ ସେବାରୁ କେହି ବି ବଞ୍ଚିତ ହେବେ ନାହିଁ । କେନ୍ଦ୍ରୀୟ ଟିନ୍‌ ଏନେଇ ଅନୁଧ୍ୟାନ କରିଯାଇଛନ୍ତି । ସେହିପରି ନୂଆ ବର୍ଷରେ ନୂଆ ମେଡିକାଲ କଲେଜ, ନସିଂ କଲେଜ ମଧ୍ୟ ବଢାଇବାକୁ ସରକାରଙ୍କ ସଂକଳ୍ପ ରହିବ । ରାଜ୍ୟରେ ପ୍ରତିଟି ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ସରକାର ପ୍ରତିଶୃତିବଦ୍ଧ ।