ଗୁପ୍ତ ଶତ୍ରୁଙ୍କ ପ୍ଲାନ୍ ଫେଲ୍ ! ଯୁଦ୍ଧ ପାଇଁ ପାକିସ୍ତାନକୁ ଉସକାଉଥିଲେ ୨ ଦେଶ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ମନେରଖିବ ଆତଙ୍କୀ ଦେଶ। ପାକିସ୍ତାନ ଘରେ ପଶି ଆକ୍ରମଣ। ମାଟିରେ ମିଶିଲା ଆତଙ୍କୀ ଆଡ୍ଡା। ଏୟାରବେସ୍ ଧ୍ୱଂସବିଧ୍ୱସ୍ତ। ସିନ୍ଦୂର ଏପରି ଶିକ୍ଷା ଦେଇଛି ଯେ ଭବିଷ୍ୟତରେ କୌଣସି କାର୍ଯ୍ୟକଳାପ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ ପାକିସ୍ତାନ। ଏପଟେ ଉତ୍ତେଜନା ଭିତରେ ଧରାପଡ଼ିଛି ଚୀନ୍ ଏବଂ ତୁର୍କୀର ପରଦା ପଛର ଚାଲ୍। ଏପଟେ ଆତଙ୍କୀଙ୍କୁ ବିରୋଧ ସେପଟେ ପାକିସ୍ତାନକୁ ସମର୍ଥନ।ଭାରତର ପ୍ରମୁଖ ସହର ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସାମରିକ ଘାଟିଗୁଡ଼ିକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ ଦେଶର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଫେଲ ମାରିଥିଲା। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରିଥିଲା ପାକିସ୍ତାନ।ଭଗ୍ନାବଶେଷର ଫୋରେନ୍ସିକ ତଦନ୍ତରୁ ଜଣାପଡିଛି ଯେ ଏହି ଡ୍ରୋନଗୁଡ଼ିକ ତୁର୍କୀ ନିର୍ମିତ 'ଆସିସଗାର୍ଡ ସୋଙ୍ଗାର' ମଡେଲ ଥିଲା। ଯାହା ସାଧାରଣତଃ ସଠିକ୍ ଟାର୍ଗେଟ୍ ପାଇଁ ବ୍ୟବହାର କରାଯାଏ। ଏହା ଦର୍ଶାଉଛି ଯେ ତୁର୍କୀ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରି ଗୁପ୍ତ ଭାବରେ ପାକିସ୍ତାନକୁ ସମର୍ଥନ କରୁଛି। ଅର୍ଥାତ ଭବିଷ୍ୟତରେ ତୁର୍କୀ ଅସ୍ତ୍ରଶସ୍ତ୍ରକୁ ପ୍ରତିରୋଧ କରିବାକୁ ଭାରତକୁ ଯୋଜନା କରିବାକୁ ପଡିବ।ସେପଟେ ସମ୍ପୂର୍ଣ୍ଣ ଭାବରେ ପର୍ଦ୍ଦାଫାଶ ହୋଇଛି ଚୀନର ବଦମାସୀ। ଆତଙ୍କବାଦ ବିରୋଧରେ ଲଢ଼ିବାର ଅଭିନୟ କରୁଥ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ମନେରଖିବ ଆତଙ୍କୀ ଦେଶ। ପାକିସ୍ତାନ ଘରେ ପଶି ଆକ୍ରମଣ। ମାଟିରେ ମିଶିଲା ଆତଙ୍କୀ ଆଡ୍ଡା। ଏୟାରବେସ୍ ଧ୍ୱଂସବିଧ୍ୱସ୍ତ। ସିନ୍ଦୂର ଏପରି ଶିକ୍ଷା ଦେଇଛି ଯେ ଭବିଷ୍ୟତରେ କୌଣସି କାର୍ଯ୍ୟକଳାପ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ ପାକିସ୍ତାନ। ଏପଟେ ଉତ୍ତେଜନା ଭିତରେ ଧରାପଡ଼ିଛି ଚୀନ୍ ଏବଂ ତୁର୍କୀର ପରଦା ପଛର ଚାଲ୍। ଏପଟେ ଆତଙ୍କୀଙ୍କୁ ବିରୋଧ ସେପଟେ ପାକିସ୍ତାନକୁ ସମର୍ଥନ।
ଭାରତର ପ୍ରମୁଖ ସହର ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସାମରିକ ଘାଟିଗୁଡ଼ିକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ ଦେଶର ଏୟାର ଡିଫେନ୍ସ ସିଷ୍ଟମ ଆଗରେ ଫେଲ ମାରିଥିଲା। ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରିଥିଲା ପାକିସ୍ତାନ।
ଭଗ୍ନାବଶେଷର ଫୋରେନ୍ସିକ ତଦନ୍ତରୁ ଜଣାପଡିଛି ଯେ ଏହି ଡ୍ରୋନଗୁଡ଼ିକ ତୁର୍କୀ ନିର୍ମିତ 'ଆସିସଗାର୍ଡ ସୋଙ୍ଗାର' ମଡେଲ ଥିଲା। ଯାହା ସାଧାରଣତଃ ସଠିକ୍ ଟାର୍ଗେଟ୍ ପାଇଁ ବ୍ୟବହାର କରାଯାଏ। ଏହା ଦର୍ଶାଉଛି ଯେ ତୁର୍କୀ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରି ଗୁପ୍ତ ଭାବରେ ପାକିସ୍ତାନକୁ ସମର୍ଥନ କରୁଛି। ଅର୍ଥାତ ଭବିଷ୍ୟତରେ ତୁର୍କୀ ଅସ୍ତ୍ରଶସ୍ତ୍ରକୁ ପ୍ରତିରୋଧ କରିବାକୁ ଭାରତକୁ ଯୋଜନା କରିବାକୁ ପଡିବ।
ସେପଟେ ସମ୍ପୂର୍ଣ୍ଣ ଭାବରେ ପର୍ଦ୍ଦାଫାଶ ହୋଇଛି ଚୀନର ବଦମାସୀ। ଆତଙ୍କବାଦ ବିରୋଧରେ ଲଢ଼ିବାର ଅଭିନୟ କରୁଥିବା ଚୀନ୍ ପାକିସ୍ତାନକୁ ନିରନ୍ତର ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଛି। ବିଶେଷଜ୍ଞଙ୍କ ସନ୍ଦେହ ଚୀନର ଇଙ୍ଗିତରେ ହିଁ ଭାରତ ଉପରେ ଆକ୍ରମଣ କରିବାକୁ ସାହସ ଜୁଟାଇପାରିଥିଲା ପାକିସ୍ତାନ। ଭାରତ ନଷ୍ଟ କରିଥିବା ଅଧିକାଂଶ ଅସ୍ତ୍ରଶସ୍ତ୍ର ଚୀନରେ ନିର୍ମିତ ହୋଇଥିଲା।
ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ଡ୍ରୋନ୍ ଏବଂ ବିମାନ କ୍ଷତିଗ୍ରସ୍ତ ହୋଇଥିବା କହିଥିଲା ଭାରତୀୟ ସେନା। ହେଲେ ସେନା କୌଣସି ନିର୍ଦ୍ଦିଷ୍ଟ ବିମାନର ନାମ କିମ୍ବା ଏ ସମ୍ପର୍କରେ କୌଣସି ତଥ୍ୟ ଦେଇନାହିଁ। ପାକିସ୍ତାନ ପକ୍ଷରୁ ଲଢ଼ୁଥିବା ଏହି ବିମାନଗୁଡ଼ିକ ପ୍ରକୃତରେ ଚୀନ୍ ସାମଗ୍ରୀ ଥିଲା।
ପଞ୍ଜାବ ଏବଂ ପିଓକେର ଆତଙ୍କବାଦୀ ଶିବିର ଉପରେ ଭାରତୀୟ ଆକ୍ରମଣର ପ୍ରତିରୋଧ କରିବା ପାଇଁ ପାକିସ୍ତାନ JF-17 ଏବଂ J-10CE ଯୁଦ୍ଧ ବିମାନ ସହିତ PL-15E ମିଶାଇଲ ନିୟୋଜିତ କରିଥିଲା। ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ମଧ୍ୟ HQ-9 ମିଶାଇଲ ସିଷ୍ଟମ ବ୍ୟବହାର କରିଥିଲା। HQ-9, ଏବଂ PL-15 E ମିଶାଇଲ ଏବଂ ସେମାନଙ୍କର ପ୍ଲାଟଫର୍ମ J-10CE ସବୁ ଚୀନରେ ନିର୍ମିତ। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଭାରତ ବିପକ୍ଷରେ ସାମରିକ ସଂଘର୍ଷରେ ପ୍ରଥମ ଥର ପାଇଁ ଏହି ଚୀନ୍ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି।
ସେହିପରି, JF-17 ଯୁଦ୍ଧ ବିମାନ ଚୀନ୍ ଏବଂ ପାକିସ୍ତାନ ଦ୍ୱାରା ମିଳିତ ଭାବରେ ବିକଶିତ ହୋଇଛି। ପାକିସ୍ତାନକୁ ଚୀନର ସମର୍ଥନ ଦର୍ଶାଉଛି ଯେ ଡ୍ରାଗନ କିପରି ପାକିସ୍ତାନକୁ ତାର ଉଦ୍ଦେଶ୍ୟ ପୂରଣ ପାଇଁ ବ୍ୟବହାର କରୁଛି। ଭାରତ-ପାକ୍ ବିବାଦ ଆରମ୍ଭ ହେବା ପରଠାରୁ ଚୀନ୍ ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କମ୍ପାନୀଗୁଡ଼ିକର ସେୟାରରେ ବୃଦ୍ଧି ଏହି ଜ୍ୱଳନ୍ତ ପ୍ରମାଣ। ଏହାର ଅର୍ଥ ହେଉଛି ଚୀନ୍ ଷ୍ଟକ୍ ମାର୍କେଟ ବିଶ୍ୱାସ କରେ ଯେ ଯଦି ବିବାଦ ବୃଦ୍ଧି ପାଏ, ତେବେ ଚୀନ୍ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବ ଏବଂ ଏଥିରୁ ଆର୍ଥିକ ଭାବରେ ଲାଭବାନ ହେବ।
ଏହା ବ୍ୟତୀତ ଯଦି ପାକିସ୍ତାନ ଭାରତ ଯୁଦ୍ଧ ହୁଏ ତେବେ ଚୀନର ରଣନୈତିକ ଲାଭ ହେବ। ଏହା ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଭାରତକୁ ଚ୍ୟାଲେଞ୍ଜ କରିବ ଚୀନ। ଚୀନ୍ ଏକ ଗୁପ୍ତ ଶତ୍ରୁ ପରି କାର୍ଯ୍ୟ କରେ। ଯିଏ ଭାରତକୁ ଯୁଦ୍ଧକୁ ଟାଣିବାକୁ ଚାହୁଁଛି କିନ୍ତୁ ନିଜେ ଯୁଦ୍ଧ ଲଢ଼ିବାକୁ ଚାହୁଁନାହିଁ। ଏଥିପାଇଁ ସେ ପାକିସ୍ତାନକୁ ଉସକାଉଛି। ସବୁ ପ୍ଲାନିଂ ଭଣ୍ଡୁର କରିଛି ଅପରେସେନ ସିନ୍ଦୂର।