ଡରାଇବା-ଧମକାଇବା କଂଗ୍ରେସର ପୁରୁଣା ସଂସ୍କୃତି, CJIଙ୍କୁ ୬୦୦ ଆଇନଜୀବୀଙ୍କ ଚିଠି ଉପରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ସାରା ଦେଶର ପ୍ରାୟ ୬୦୦ ଜଣ ପ୍ରତିଷ୍ଠିତ ଆଇନଜୀବୀଙ୍କ ଦ୍ୱାରା ସିଜେଆଇଙ୍କୁ ଲେଖାଯାଇଥିବା ଚିଠି ଉପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଅନ୍ୟଙ୍କୁ ଡରାଇବା-ଧମକାଇବା କଂଗ୍ରେସର ପୁରୁଣା ସଂସ୍କୃତି । ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ରାଙ୍କ ସମେତ ଅନେକ ଆଇନଜୀବୀ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ଏକ ନିହିତ ସ୍ୱାର୍ଥ ଥିବା ଗୋଷ୍ଠୀ ଅଜଥା ଯୁକ୍ତି ଏବଂ ଚିରାଚରିତ ରାଜନୀତିକ ଏଜେଣ୍ଡା ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଇବା ଏବଂ କୋର୍ଟକୁ ବଦନାମ କରିବା ପାଇଁ ଉଦ୍ୟମ କରୁଛି ।ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆଇନଜୀବୀଙ୍କ ଚିଠି ଉପରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି ଲେଖିଛନ୍ତି, 'ପାଞ୍ଚ ଦଶନ୍ଧି ପୂର୍ବେ ହିଁ ସେମାନେ ପ୍ରତିବଦ୍ଧ ନ୍ୟାୟପାଳିକାର ଆହ୍ୱାନ କରିଥିଲେ । ସେମାନେ ଲଜ୍ଜାହୀନ ଭାବେ ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କ ପ୍ରତିବଦ୍ଧତା ଚାହାନ୍ତି କିନ୍ତୁ ରାଷ୍ଟ୍ର ପ୍ରତି କୌଣସି ବି ପ୍ରତିବଦ୍ଧତାରୁ ଦୂରେଇ ରୁହନ୍ତି । କୌଣସି ଆଶ୍ଚର୍ଯ୍ୟ ନାହିଁ ଯେ ୧୪୦ କୋଟି ଭାରତୀୟ ତାଙ୍କୁ ଅସ୍ୱୀକାର କରୁଛନ୍ତି ।' ଉଲ୍ଲେଖଯୋଗ୍ୟ ଯେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ମାର୍ଚ୍ଚ ୨୬ରେ ଲେଖା ଯାଇଥିବା ଚିଠିରେ କୁହାଯାଇଛି, ସେମାନଙ୍କ ଚାପର ରାଜନୀତି ରାଜନୀତି

ଡରାଇବା-ଧମକାଇବା କଂଗ୍ରେସର ପୁରୁଣା ସଂସ୍କୃତି, CJIଙ୍କୁ ୬୦୦ ଆଇନଜୀବୀଙ୍କ ଚିଠି ଉପରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ସାରା ଦେଶର ପ୍ରାୟ ୬୦୦ ଜଣ ପ୍ରତିଷ୍ଠିତ ଆଇନଜୀବୀଙ୍କ ଦ୍ୱାରା ସିଜେଆଇଙ୍କୁ ଲେଖାଯାଇଥିବା ଚିଠି ଉପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଅନ୍ୟଙ୍କୁ ଡରାଇବା-ଧମକାଇବା କଂଗ୍ରେସର ପୁରୁଣା ସଂସ୍କୃତି । ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ରାଙ୍କ ସମେତ ଅନେକ ଆଇନଜୀବୀ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ଏକ ନିହିତ ସ୍ୱାର୍ଥ ଥିବା ଗୋଷ୍ଠୀ ଅଜଥା ଯୁକ୍ତି ଏବଂ ଚିରାଚରିତ ରାଜନୀତିକ ଏଜେଣ୍ଡା ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଇବା ଏବଂ କୋର୍ଟକୁ ବଦନାମ କରିବା ପାଇଁ ଉଦ୍ୟମ କରୁଛି ।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆଇନଜୀବୀଙ୍କ ଚିଠି ଉପରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି ଲେଖିଛନ୍ତି, 'ପାଞ୍ଚ ଦଶନ୍ଧି ପୂର୍ବେ ହିଁ ସେମାନେ ପ୍ରତିବଦ୍ଧ ନ୍ୟାୟପାଳିକାର ଆହ୍ୱାନ କରିଥିଲେ । ସେମାନେ ଲଜ୍ଜାହୀନ ଭାବେ ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କ ପ୍ରତିବଦ୍ଧତା ଚାହାନ୍ତି କିନ୍ତୁ ରାଷ୍ଟ୍ର ପ୍ରତି କୌଣସି ବି ପ୍ରତିବଦ୍ଧତାରୁ ଦୂରେଇ ରୁହନ୍ତି । କୌଣସି ଆଶ୍ଚର୍ଯ୍ୟ ନାହିଁ ଯେ ୧୪୦ କୋଟି ଭାରତୀୟ ତାଙ୍କୁ ଅସ୍ୱୀକାର କରୁଛନ୍ତି ।' ଉଲ୍ଲେଖଯୋଗ୍ୟ ଯେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ମାର୍ଚ୍ଚ ୨୬ରେ ଲେଖା ଯାଇଥିବା ଚିଠିରେ କୁହାଯାଇଛି, ସେମାନଙ୍କ ଚାପର ରାଜନୀତି ରାଜନୀତିକ ମାମଲାରେ, ବିଶେଷ କରି ସେହି ମାମଲାରେ ସବୁଠୁ ଅଧିକ ସ୍ପଷ୍ଟ ହୋଇଥାଏ ଯେଉଁଥିରେ ଦୁର୍ନୀତିର ଅଭିଯୋଗ ରାଜନୀତିକ ବ୍ୟକ୍ତିଙ୍କ ଉପରେ ହୋଇଥାଏ । ଏହି ରଣନୀତି ଆମର କୋର୍ଟଗୁଡ଼ିକ ପାଇଁ ହାନୀକାରକ ଅଟେ ଏବଂ ଆମ ଗଣତନ୍ତ୍ରିକ ମୂଲ୍ୟବୋଧକୁ ବିପଦରେ ପକାଉଛି ।

ଚିଠିରେ ନାଁ ଉଲ୍ଲେଖ ନକରି ଆଇନଜୀବୀଙ୍କ ଏକ ବଡ଼ ବର୍ଗକୁ ଟାର୍ଗେଟ୍ କରାଯାଇଛି । ଏବଂ ଅଭିଯୋଗ ଲଗାଯାଇଛି ଯେ ସେମାନେ ଦିନରେ ରାଜନେତାଙ୍କୁ ସୁରକ୍ଷାରେ ବାହାରନ୍ତି ଏବଂ ପୁଣି ରାତିରେ ମିଡିଆ ମାଧ୍ୟମରେ ନ୍ୟାୟଧିଶଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରନ୍ତି । ଚିଠିରେ କୁହାଯାଇଛି ଯେ ଏହି ଗ୍ରୁପ କୋର୍ଟଙ୍କ ଅଥିତ ଗୌରବମୟ ଅତୀତ ଏବଂ ସ୍ୱର୍ଣ୍ଣିମ ସମୟର ମିଛ କାହାଣୀ ପ୍ରସ୍ତୁତ କରନ୍ତି ଏବଂ ଏହାର ତୁଳନା ବର୍ତ୍ତମାନର ଘଟଣା ସହ କରନ୍ତି । ଚିଠିରେ ଦାବି କରାଯାଇଛି ଯେ ସେମାନଙ୍କ ଟିପ୍ପଣୀର ଉଦ୍ଦେଶ୍ୟ କୋର୍ଟଙ୍କୁ ପ୍ରଭାବିତ କରିବା ଏବଂ ରାଜନୀତିକ ଲାଭ ପାଇଁ ସେମାନଙ୍କୁ ଅସହଜ କରାଇବା । ‘ନ୍ୟାୟପାଳିକା ଉପରେ ବିପଦ: ରାଜନୀତିକ ଏବଂ ପେଶାଦାର ଚାପାରୁ ନ୍ୟାୟପାଳିକାକୁ ରକ୍ଷା କରିବା’ ଶୀର୍ଷକ ଥିବା ଚିଠିକୁ ଲେଖିଥିବା ପ୍ରାୟ ୬୦୦ ଆଇନଜୀବୀଙ୍କ ମଧ୍ୟରେ ଆଦିଶ ଅଗ୍ରୱାଲ, ଚେତନ ମିତ୍ତଲ, ପିଙ୍କି ଆନନ୍ଦ, ହିତେଶ ଜୈନ, ଉଜ୍ଜଳା ପୱାର, ଉଦୟ ହୋଲା ଏବଂ ସ୍ୱରୁପମା ଚତୁର୍ବେଦୀ ସାମିଲ ଅଛନ୍ତି ।