ଯାତ୍ରା ଦେଖି ଫେରୁଥିଲେ, ଗଛରେ ପିଟି ହୋଇ ଚାଲିଗଲା ଜୀବନ

ସୋନପୁର ୨୬।୧୨ : ଯାତ୍ରା ଦେଖିବା ହେଲା କାଳ । ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଗାଡି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ବ୍ଲକ କମିରା ଗାଁରେ ଚାଲିଥିଲା ଧନୁଯାତ୍ରା । ଦୁଇ ଜଣ ବାଇକ୍‌ରେ ଧନୁଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରୁ ଯାତ୍ରା ଦେଖି ଫେରୁଥିବା ସମୟରେ ରାମପୁର ରାସ୍ତା ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଜଣେ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଯାଏଁ ମୃତାହତଙ୍କ ପରିଚୟ ମିଳିନାହିଁ । 

ଯାତ୍ରା ଦେଖି ଫେରୁଥିଲେ, ଗଛରେ ପିଟି ହୋଇ ଚାଲିଗଲା ଜୀବନ

ସୋନପୁର ୨୬।୧୨ : ଯାତ୍ରା ଦେଖିବା ହେଲା କାଳ । ଧନୁଯାତ୍ରା ଦେଖି ଫେରୁଥିବା ବେଳେ ଗାଡି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ବ୍ଲକ କମିରା ଗାଁରେ ଚାଲିଥିଲା ଧନୁଯାତ୍ରା । ଦୁଇ ଜଣ ବାଇକ୍‌ରେ ଧନୁଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରୁ ଯାତ୍ରା ଦେଖି ଫେରୁଥିବା ସମୟରେ ରାମପୁର ରାସ୍ତା ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଜଣେ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଯାଏଁ ମୃତାହତଙ୍କ ପରିଚୟ ମିଳିନାହିଁ ।