ଟି-୨୦ ବିଶ୍ବକପ୍ ପୂର୍ବରୁ କ୍ରିକେଟରେ ସଟ୍ଟାବାଜି; ବ୍ୟାନ୍ ହେଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି
ମୁମ୍ବାଇ: ଜୁନ୍ ୧ ତାରିଖରେ ଆଇସିସି ଟି-୨୦ ବିଶ୍ବକପ୍ । ଆମେରିକାରେ ଚାଲିବ ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ । ରବିବାର ଭୋରୁ ଆମେରିକା ଓ କାନାଡା ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ହେଲେ ଏହା ପୂର୍ବରୁ କ୍ରିକେଟକୁ ନେଇ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ସଟ୍ଟାବାଜି ପାଇଁ ବ୍ୟାନ୍ ହୋଇଛନ୍ତି ବିଶ୍ବର ଜଣେ ଷ୍ଟାର୍ କ୍ରିକେଟ୍ । ଇଂଲଣ୍ଡର ଏହି ଖେଳାଳି ଗୋଟିଏ କି ଦୁଇଟି ମ୍ୟାଚ୍ ନୁହେଁ ବରଂ ୩୦୩ରୁ ଅଧିକ ମ୍ୟାଚରେ ବେଟିଂ ଲଗାଇଥିବା ଖବର ସାମ୍ନାକୁ ଆସିଛି । ସଟ୍ଟାବାଜିକୁ ଏହି ଦ୍ରୁତ ବୋଲର ମଧ୍ୟ ସ୍ବୀକାର କରିଛନ୍ତି । ଇଂଲଣ୍ଡର ପେସ୍ ବୋଲର ବ୍ରାଏଣ୍ଡନ କାର୍ସେଙ୍କୁ ସମସ୍ତ ଫର୍ମାଟର କ୍ରିକେଟରୁ ବ୍ୟାନ୍ କରାଯାଇଛି । ଏହା ସହିତ ତାଙ୍କ ବିରୋଧ ୧୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ମିଡିଆ ରିପୋର୍ଟ ମୁତାବକ, କାର୍ସେ ୧୬ମାସରୁ ୧୩ ମାସ ପାଇଁ ସସ୍ପେଣ୍ଡ ରହିବେ । England bowler Brydon Carse has been banned from cricket for three months for placing 303 bets on cricket matches ????It is understood Carse did not play in any of the matches he gambled on, which took place more than five years ago. pic.twitter.com/Bv4tOXfxzg— England's Barmy Army ???????????????????????????????? (@TheBarmyArmy) May 31, 2024ବୋଲର ବ୍ରାଏଣ
ମୁମ୍ବାଇ: ଜୁନ୍ ୧ ତାରିଖରେ ଆଇସିସି ଟି-୨୦ ବିଶ୍ବକପ୍ । ଆମେରିକାରେ ଚାଲିବ ଫଟାଫଟ୍ କ୍ରିକେଟ୍ ମହାକୁମ୍ଭ । ରବିବାର ଭୋରୁ ଆମେରିକା ଓ କାନାଡା ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ହେଲେ ଏହା ପୂର୍ବରୁ କ୍ରିକେଟକୁ ନେଇ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ସଟ୍ଟାବାଜି ପାଇଁ ବ୍ୟାନ୍ ହୋଇଛନ୍ତି ବିଶ୍ବର ଜଣେ ଷ୍ଟାର୍ କ୍ରିକେଟ୍ । ଇଂଲଣ୍ଡର ଏହି ଖେଳାଳି ଗୋଟିଏ କି ଦୁଇଟି ମ୍ୟାଚ୍ ନୁହେଁ ବରଂ ୩୦୩ରୁ ଅଧିକ ମ୍ୟାଚରେ ବେଟିଂ ଲଗାଇଥିବା ଖବର ସାମ୍ନାକୁ ଆସିଛି । ସଟ୍ଟାବାଜିକୁ ଏହି ଦ୍ରୁତ ବୋଲର ମଧ୍ୟ ସ୍ବୀକାର କରିଛନ୍ତି । ଇଂଲଣ୍ଡର ପେସ୍ ବୋଲର ବ୍ରାଏଣ୍ଡନ କାର୍ସେଙ୍କୁ ସମସ୍ତ ଫର୍ମାଟର କ୍ରିକେଟରୁ ବ୍ୟାନ୍ କରାଯାଇଛି । ଏହା ସହିତ ତାଙ୍କ ବିରୋଧ ୧୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ମିଡିଆ ରିପୋର୍ଟ ମୁତାବକ, କାର୍ସେ ୧୬ମାସରୁ ୧୩ ମାସ ପାଇଁ ସସ୍ପେଣ୍ଡ ରହିବେ ।
England bowler Brydon Carse has been banned from cricket for three months for placing 303 bets on cricket matches ????
It is understood Carse did not play in any of the matches he gambled on, which took place more than five years ago. pic.twitter.com/Bv4tOXfxzg— England's Barmy Army ???????????????????????????????? (@TheBarmyArmy) May 31, 2024
ବୋଲର ବ୍ରାଏଣ୍ଡନ କାର୍ସେ ଦୁଇ ବର୍ଷ ଅଧିକ ସମୟ ପର୍ଯ୍ୟନ୍ତ ସଟ୍ଟାବାଜିରେ ଲିପ୍ତଥିଲେ । ସେ ୩୦୩ ମ୍ୟାଚରେ ବେଟିଂ ଭ୍ରଷ୍ଟାଚାର ବିରୋଧୀ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । ତାଙ୍କ ନାଁରେ ଏଭଳି ଗମ୍ଭୀର ଅଭିଯୋଗ ଆସିବା ପରେ ଏହାକୁ ମଧ୍ୟ ସେ ସ୍ବିକାର କରିଛନ୍ତି । ଏକ ସ୍ବତନ୍ତ୍ର କମିଟି ଦ୍ବାରା ବ୍ରାଏଣ୍ଡନ କାର୍ସେଙ୍କ ବିରୋଧରେ ଯାଞ୍ଚ ଚାଲିଥିଲା । ୨୦୧୭ରୁ ୨୦୧୯ ମଧ୍ୟରେ ସେ ‘ଇସିବି’ ନିୟମକୁ ଉଲ୍ଲଙ୍ଘନ କରି କ୍ରିକେଟରେ ଜୁଆ ଲଗାଇଥିଲେ । ମାତ୍ର ସେ ଯେଉଁ ମ୍ୟାଚରେ ଇଂଲଣ୍ଡ ପାଇଁ ଖେଳୁଥିବା ସେହି ମ୍ୟାଚ୍ ଗୁଡ଼ିକରେ ସଟ୍ଟାବାଜି କାରି ନାହାନ୍ତି ବୋଲି ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି । ହେଲେ ଖବର କାଗଜ ସଂସ୍ଥା ଟେଲିଗ୍ରାମରୁ ଏହା ସ୍ପଷ୍ଟ ହୋଇଛି ଯେ, ଡରହମ ମ୍ୟାଚରେ ଅର୍ଥ ଲଗାଥିଲେ । ବ୍ରାଏଣ୍ଡନ କାର୍ସେଙ୍କ ଉପରେ ବାରଣ ଲାଗିଥିବାରୁ ସେ ୨୮ ଅଗଷ୍ଟ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ । ସେପଟେ ଇସିବି ମୁଖପାତ୍ର କହିଛନ୍ତି, କ୍ରିକେଟରୁ ନେଇ କୌଣସି ପ୍ରକାର ଭ୍ରଷ୍ଟାଚାରକୁ ବରଦାସ୍ତ କରାଯିବ ନାହିଁ । କେବେ ଏହି କାର୍ଯ୍ୟାନୁଷ୍ଠାନ ଅନ୍ୟ କ୍ରିକେଟରଙ୍କ ପାଇଁ ଏକ ଶିକ୍ଷା ହେବ ।