ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି । ଗସ୍ତ ଅବସରରେ ମୋଦୀ କଶ୍ମୀର‌ରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରିବେ ଏବଂ ଶ୍ରୀନଗରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବେ। ବୁଧବାର ବାରମୁଳା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଆଜି ୨ ଆତଙ୍କବାଦୀ ନିପାତ ‌ହୋଇଥିବାବେଳେ ଆସନ୍ତାକାଲି ମୋଦୀ କଶ୍ମୀର ଗସ୍ତ କରିବେ। ଏଥିପାଇଁ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। […]

ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି । ଗସ୍ତ ଅବସରରେ ମୋଦୀ କଶ୍ମୀର‌ରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରିବେ ଏବଂ ଶ୍ରୀନଗରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବେ। ବୁଧବାର ବାରମୁଳା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଆଜି ୨ ଆତଙ୍କବାଦୀ ନିପାତ ‌ହୋଇଥିବାବେଳେ ଆସନ୍ତାକାଲି ମୋଦୀ କଶ୍ମୀର ଗସ୍ତ କରିବେ। ଏଥିପାଇଁ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ମୋଦୀ ଶ୍ରୀନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ସନ୍ଧ୍ୟା ୬.୩୦ ସମୟରେ ମୋଦୀ ଶ୍ରୀନଗରର ଏସକେଆଇସିସିରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେବେ। ଗସ୍ତ ଅବସରରେ ମୋଦୀ ଜମ୍ମୁ କଶ୍ମୀରରେ ୨ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ମୋଦୀଙ୍କ ଗସ୍ତ ପାଇଁ ଜମ୍ମୁ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।