ଇରାକ ସପିଂ ମଲ୍ରେ ଭୟାବହ ଅଗ୍ନିକାଣ୍ଡ, ଶିଶୁଙ୍କ ସମେତ ୬୧ ମୃତ
ନୂଆଦିଲ୍ଲୀ : ପୂର୍ବ ଇରାକର ଅଲ୍-କୁଟ୍ ସହରର ଏକ ସୁପର୍ମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ ହୋଇ ଶିଶୁଙ୍କ ସମେତ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ଇରାକ୍ ନ୍ୟୁଜ୍ ଏଜେନ୍ସି (ଆଇଏନ୍ଏ) ଗୁରୁବାର ପ୍ରଦେଶର ଗଭର୍ଣ୍ଣର ମହମ୍ମଦ ଅଲ୍-ମିଆହିଙ୍କ ଏହି ବୟାନ ଦେଇଛନ୍ତି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଏକ ୫ ମହଲା କୋଠା ରାତିସାରା ଜଳୁଥିବା ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି। ତେବେ […]

ନୂଆଦିଲ୍ଲୀ : ପୂର୍ବ ଇରାକର ଅଲ୍-କୁଟ୍ ସହରର ଏକ ସୁପର୍ମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ ହୋଇ ଶିଶୁଙ୍କ ସମେତ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ଇରାକ୍ ନ୍ୟୁଜ୍ ଏଜେନ୍ସି (ଆଇଏନ୍ଏ) ଗୁରୁବାର ପ୍ରଦେଶର ଗଭର୍ଣ୍ଣର ମହମ୍ମଦ ଅଲ୍-ମିଆହିଙ୍କ ଏହି ବୟାନ ଦେଇଛନ୍ତି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଏକ ୫ ମହଲା କୋଠା ରାତିସାରା ଜଳୁଥିବା ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି। ତେବେ ୪୮ ଘଣ୍ଟା ମଧ୍ୟରେ ତଦନ୍ତରୁ ପ୍ରାଥମିକ ତଥ୍ୟ ପ୍ରକାଶ ପାଇବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଅଗ୍ନିଶମ ବାହିନୀ ଅନେକ ଲୋକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଏବଂ ଶେଷରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ଘଟଣା ପାଇଁ ୩ ଦିନିଆ ଶୋକ ଘୋଷଣା କରାଯାଇଛି।