୧୪ ବର୍ଷ ପରେ ଗିରଫ ହେଲେ ହତ୍ୟା ଅଭିଯୁକ୍ତ

କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ୧୪ ବର୍ଷ ଧରି ଫେରାର ଥିବା ହତ୍ୟା ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଅଭୟ କୁଲୁଙ୍କ ନେତୃତ୍ୱରେ ଚଢାଉ କରି ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ୨୦୧୦ରେ ଏକ ହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିଲେ। ତାଙ୍କ ନାମ ଗଣେଶ ପାତ୍ର (୪୫) ଓ ଘର ପୁରୁଣା ସହର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଘରୋଇ ବିବାଦକୁ ନେଇ ତାଙ୍କ ଭାଇଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲା। […] The post ୧୪ ବର୍ଷ ପରେ ଗିରଫ ହେଲେ ହତ୍ୟା ଅଭିଯୁକ୍ତ appeared first on Dharitri Odia News.

୧୪ ବର୍ଷ ପରେ ଗିରଫ ହେଲେ ହତ୍ୟା ଅଭିଯୁକ୍ତ

କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ୧୪ ବର୍ଷ ଧରି ଫେରାର ଥିବା ହତ୍ୟା ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଅଭୟ କୁଲୁଙ୍କ ନେତୃତ୍ୱରେ ଚଢାଉ କରି ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ୨୦୧୦ରେ ଏକ ହତ୍ୟା ମାମଲାରେ ସେ ଅଭିଯୁକ୍ତ ଥିଲେ। ତାଙ୍କ ନାମ ଗଣେଶ ପାତ୍ର (୪୫) ଓ ଘର ପୁରୁଣା ସହର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଘରୋଇ ବିବାଦକୁ ନେଇ ତାଙ୍କ ଭାଇଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲା। ଏ ନେଇ କେସ୍‌ ନଂ ୨୨୨/୨୦୧୦ରେ ହତ୍ୟା ମାମଲା ଟାଉନ ଥାନାରେ ରୁଜୁ ହୋଇଥିଲା। ତାଙ୍କ ବିରୋଧରେ କୋର୍ଟ ପକ୍ଷରୁ ଗିରଫ ପରଓ୍ବାନା ଜାରି ହୋଇଥିଲା। ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ସେ ଫେରାର ଓ୍ବାରେଣ୍ଟି ଥିଲେ ବୋଲି ଟାଉନ ଥାନାଧିକାରୀ ରମାକାନ୍ତ ସଏ କହିଛନ୍ତି।

The post ୧୪ ବର୍ଷ ପରେ ଗିରଫ ହେଲେ ହତ୍ୟା ଅଭିଯୁକ୍ତ appeared first on Dharitri Odia News.