‘ଦି ରୋଶନ୍ସ’ ପୋଷ୍ଟର ଆଉଟ୍
ମୁମ୍ବାଇ: ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସ ବୁଧବାର ଅଭିନେତା ହ୍ରିତିକ ରୋଶନଙ୍କ ପରିବାର ଉପରେ ଆଧାରିତ ଏକ ସ୍ବତନ୍ତ୍ର ଡକ୍ୟୁମେଣ୍ଟାରି ସିରିଜ୍ ‘ଦି ରୋଶନ୍ସ’ର ଘୋଷଣା କରିଛି। ଏହି କ୍ରମରେ ଦର୍ଶକମାନେ ରୋଶନ ପରିବାରର ପ୍ରସିଦ୍ଧ ସିନେମା ଯାତ୍ରା ବିଷୟରେ ଅତି ନିକଟରୁ ଜାଣିବାର ସୁଯୋଗ ପାଇବେ। ଏହି ସିରିଜ୍ରେ ରୋଶନ ପରିବାରର ୩ ପିଢ଼ିର ଅବଦାନ ଏବଂ ପରିବାର ସଦସ୍ୟଙ୍କ କାହାଣୀ ଅନ୍ତର୍ଭୁକ୍ତ ହେବ। ପକ୍ଷରୁ ବୁଧବାର ‘ଦି ରୋଶନ୍ସ’ର ପ୍ରଥମ ପୋଷ୍ଟରକୁ ଶେୟାର କରାଯାଇଛି। ଏହି […] The post ‘ଦି ରୋଶନ୍ସ’ ପୋଷ୍ଟର ଆଉଟ୍ appeared first on Dharitri Odia News.
ମୁମ୍ବାଇ: ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସ ବୁଧବାର ଅଭିନେତା ହ୍ରିତିକ ରୋଶନଙ୍କ ପରିବାର ଉପରେ ଆଧାରିତ ଏକ ସ୍ବତନ୍ତ୍ର ଡକ୍ୟୁମେଣ୍ଟାରି ସିରିଜ୍ ‘ଦି ରୋଶନ୍ସ’ର ଘୋଷଣା କରିଛି। ଏହି କ୍ରମରେ ଦର୍ଶକମାନେ ରୋଶନ ପରିବାରର ପ୍ରସିଦ୍ଧ ସିନେମା ଯାତ୍ରା ବିଷୟରେ ଅତି ନିକଟରୁ ଜାଣିବାର ସୁଯୋଗ ପାଇବେ। ଏହି ସିରିଜ୍ରେ ରୋଶନ ପରିବାରର ୩ ପିଢ଼ିର ଅବଦାନ ଏବଂ ପରିବାର ସଦସ୍ୟଙ୍କ କାହାଣୀ ଅନ୍ତର୍ଭୁକ୍ତ ହେବ। ପକ୍ଷରୁ ବୁଧବାର ‘ଦି ରୋଶନ୍ସ’ର ପ୍ରଥମ ପୋଷ୍ଟରକୁ ଶେୟାର କରାଯାଇଛି। ଏହି ପୋଷ୍ଟରରେ ହ୍ରିତିକଙ୍କ ସହ ଜେଜେବାପା ତଥା ପ୍ରସିଦ୍ଧ ସଙ୍ଗୀତଜ୍ଞ ରୋଶନ ଲାଲ ନାଗ୍ରଥ, ବାପା ତଥା ନିର୍ଦ୍ଦେଶକ ରାକେଶ ରୋଶନ ଏବଂ ଦାଦା ତଥା ସଙ୍ଗୀତ ନିର୍ଦ୍ଦେଶକ ରାଜେଶ ରୋଶନଙ୍କୁ ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟ’ର କ୍ୟାପ୍ଶନ୍ରେ ଲେଖା ହୋଇଛି, ଖୁବ୍ଶୀଘ୍ର ନେଟ୍ଫ୍ଲିକ୍ସରେ ହିନ୍ଦୀ ସିନେମାରେ ସଙ୍ଗୀତ, ଅଭିନୟ ଆଦି ବିଭିନ୍ନ କ୍ଷେତ୍ରରେ ଅବିସ୍ମରଣୀୟ ଯୋଗଦାନ ରଖିଥିବା ରୋଶନ ପରିବାରର ଏକ ଲମ୍ବା ଯାତ୍ରାକୁ ଦେଖିବାକୁ ମିଳିବ।
The post ‘ଦି ରୋଶନ୍ସ’ ପୋଷ୍ଟର ଆଉଟ୍ appeared first on Dharitri Odia News.