ଆରପାରିରେ ପୁରୁଷୋତ୍ତମପୁର ଏନ୍ଏସି ଭାଜପା ମଣ୍ଡଳ ସଭାପତି: ଜଣେ ଦକ୍ଷ ଯୁବସଂଗଠକକୁ ହରାଇଲା ଭାଜପା
ପୁରୁଷୋତ୍ତମପୁର,୭।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଭାଜପାର ମଣ୍ଡଳ ସଭାପତି ତଥା ଯୁବସଂଗଠକ ସୂର୍ଯ୍ୟନାରାୟଣ ମହାରଣା ଓରଫ କଳିଆ (୩୭)ଙ୍କ ମଙ୍ଗଳବାର ରାତିରେ ପରଲୋକ ହୋଇଛି। ଭୂବନେଶ୍ବରରେ ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱସ ତ୍ୟାଗ କରିଛନ୍ତି। ପରିବାର ପ୍ରତିପୋଷଣ ଲାଗି ସେ ଏକ ଫର୍ଣ୍ଣିଚଚ ୱାର୍କସପକରିଥିଲେ।ଏହି ୱାର୍କସପ ମଧ୍ୟକୁ ବିଷଧର ସାପମାନ ପଶିଆଶୁଥିବାରୁ ଏହାକୁ ରୋକିବାଲାଗି ଗତମାସ ୩୦ରେ କିଛି ରାସାୟନିକ ବିଶାକ୍ତ ଦ୍ରବ୍ୟ ସିଞ୍ଚନ କରିଥିଲେ। ଏହିସମୟରେ ଅସାବଧାନତା ବସତଃ ତାହା ତାଙ୍କ […] The post ଆରପାରିରେ ପୁରୁଷୋତ୍ତମପୁର ଏନ୍ଏସି ଭାଜପା ମଣ୍ଡଳ ସଭାପତି: ଜଣେ ଦକ୍ଷ ଯୁବସଂଗଠକକୁ ହରାଇଲା ଭାଜପା appeared first on Dharitri Odia News.
ପୁରୁଷୋତ୍ତମପୁର,୭।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଭାଜପାର ମଣ୍ଡଳ ସଭାପତି ତଥା ଯୁବସଂଗଠକ ସୂର୍ଯ୍ୟନାରାୟଣ ମହାରଣା ଓରଫ କଳିଆ (୩୭)ଙ୍କ ମଙ୍ଗଳବାର ରାତିରେ ପରଲୋକ ହୋଇଛି। ଭୂବନେଶ୍ବରରେ ଏକ ହସ୍ପିଟାଲରେ ସେ ଶେଷ ନିଃଶ୍ୱସ ତ୍ୟାଗ କରିଛନ୍ତି। ପରିବାର ପ୍ରତିପୋଷଣ ଲାଗି ସେ ଏକ ଫର୍ଣ୍ଣିଚଚ ୱାର୍କସପକରିଥିଲେ।ଏହି ୱାର୍କସପ ମଧ୍ୟକୁ ବିଷଧର ସାପମାନ ପଶିଆଶୁଥିବାରୁ ଏହାକୁ ରୋକିବାଲାଗି ଗତମାସ ୩୦ରେ କିଛି ରାସାୟନିକ ବିଶାକ୍ତ ଦ୍ରବ୍ୟ ସିଞ୍ଚନ କରିଥିଲେ। ଏହିସମୟରେ ଅସାବଧାନତା ବସତଃ ତାହା ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ ହଟାତ ଅସୁସ୍ଥ ଅନୁଭବକରିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାସହ ସେଠାରୁ ବ୍ରହ୍ମପୁର ବଡମେଡିକାଲକୁ ନେଇଥିଲେ। ମାତ୍ର ଅବସ୍ଥାରେ ସୁଧାର ନ ଆସିବାରୁ ସୋମବାର ଭୂବନେଶ୍ବରର ଏକ ହସପିଟାଲକୁନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ତାଙ୍କ ସ୍ତ୍ରୀଙ୍କ ସମେତ ୧୧ ବର୍ଷ ଓ ୭ ବର୍ଷର ୨ଟି ଶିଶକନ୍ୟା ଅଛନ୍ତି। ସେ ଗତ ଜାନୁଆରୀ ମାସରେ ପୁରୁଷୋତ୍ତମପୁର ଏନ୍ଏସି ଭାଜପାର ମଣ୍ଡଳ ସଭାପତିଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁପାର ଭାଜପାକର୍ମୀଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି ।
The post ଆରପାରିରେ ପୁରୁଷୋତ୍ତମପୁର ଏନ୍ଏସି ଭାଜପା ମଣ୍ଡଳ ସଭାପତି: ଜଣେ ଦକ୍ଷ ଯୁବସଂଗଠକକୁ ହରାଇଲା ଭାଜପା appeared first on Dharitri Odia News.