ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। କିନ୍ତୁ ଏହା ଆତ୍ମହତ୍ୟ ନା ହତ୍ୟା ତାହା ପୋଲିସ ତଦନ୍ତ ପରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ନ କରି ଭବାନୀପାଟଣାକୁ ସୋମବାର ପଠାଯାଇଥିବାରୁ ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଉଛି। ଗତକାଲି ସନ୍ଧ୍ୟାରେ ଉକ୍ତ ଯୁବକ ଜଣକ ବୋରିଙ୍ଗପଦରସ୍ଥିତ ନ୍ୟୁଜ ଲାଇଫ ସ୍କୁଲ […] The post ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ appeared first on Dharitri Odia News.

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। କିନ୍ତୁ ଏହା ଆତ୍ମହତ୍ୟ ନା ହତ୍ୟା ତାହା ପୋଲିସ ତଦନ୍ତ ପରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ ନ କରି ଭବାନୀପାଟଣାକୁ ସୋମବାର ପଠାଯାଇଥିବାରୁ ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଉଛି।
ଗତକାଲି ସନ୍ଧ୍ୟାରେ ଉକ୍ତ ଯୁବକ ଜଣକ ବୋରିଙ୍ଗପଦରସ୍ଥିତ ନ୍ୟୁଜ ଲାଇଫ ସ୍କୁଲ ନିକଟରେ ଥିବା ଘରେ ନିଜ ମା’ଙ୍କ ଶାଢିରେ ବେକରେ ଲଗାଇ ଆତ୍ମହତ୍ୟା କରିଥିବାର ଡାକ୍ତର ପ୍ରକାଶ କରିଥିଲେ। ପୋଲିସ ଏବଂ ଡାକ୍ତର ଆତ୍ମହତ୍ୟା ନା ହତ୍ୟା କରାଯାଇଛି ସନ୍ଦେହ ହେବାରୁ ମୃତ ଯୁବକଙ୍କ ମୃତଦେହକୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଭବାନୀପାଟଣାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତରିତ କରାଯାଇଛି।

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗତକାଲି ସନ୍ଧ୍ୟାଠାରୁ ସୋମବାର ଦିନ ୨ଟା ଯାଏ ମୃତଦେହ ବ୍ୟବଚ୍ଛେଦ କାରାଯାଇ ନ ଥିବାରୁ ପରିବାରବର୍ଗ ପକ୍ଷରୁ ଉକ୍ତ ଗୋଷ୍ଠୀ କେନ୍ଦ୍ରରେ କ୍ଷୋଭ ପ୍ରକାଶ ପାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ମୃତ ଯୁବକଙ୍କ ଝାଡା ଦ୍ୱାରରେ ରକ୍ତ ବାହାରିଥିବାରୁ ସନ୍ଦେହରେ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। ଭବାନୀପାଟଣାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ପୋଲିସ ଆତ୍ମହତ୍ୟା ନା ହତ୍ୟା ସନ୍ଦେହରେ ତଦନ୍ତ ଜାରି ରଖିଛି।

The post ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ appeared first on Dharitri Odia News.