ଝିମକୀ ଡଙ୍ଗର, କୋଡକିଦୋର ନଦୀରେ ସେତୁ ନିର୍ମାଣ ଦାବି
ଥୁଆମୂଳ ରାମପୁର,୨୫।୦୧(ଦୁର୍ଗା କୀର୍ତ୍ତି):ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକର ଅଡ୍ରି ପଞ୍ଚାୟତସ୍ଥିତ ଢୋଲଫାସ ଗ୍ରାମର ଜନସାଧାରଣ ଝିମକୀ ଡଙ୍ଗରଠାରେ ଥିବା ଇନ୍ଦ୍ରାବତୀ କୋଡକିଦୋର ନଦୀ ଦେଇ ମହୁଲପାଟଣା, ଜୟପାଟଣା, ନବରଙ୍ଗପୁର, ଜୟପୁର, ଜୁନାଗଡ଼, ଧର୍ମଗଡ଼, କୋକସରା, ଭବାନୀପାଟଣା, ଥୁଆମୁଳ ରାମପୁର ଆଦି ସହର ବା ବ୍ଲକକୁ ଯାତାୟାତ କରିଥାନ୍ତି। ଅଡ୍ରି, ଗୋପୀନାଥପୁର, ମାଳିଗାଁ, ପୋଡ଼ାପଦର ପଞ୍ଚାୟତ ଓ ଅନ୍ୟ ପାଖ ପଡୋଶୀ ପଞ୍ଚାୟତର ଛାତ୍ରୀଛାତ୍ରୀ ସ୍କୁଲ, କଲେଜ ଯିବା ପାଇଁ […] The post ଝିମକୀ ଡଙ୍ଗର, କୋଡକିଦୋର ନଦୀରେ ସେତୁ ନିର୍ମାଣ ଦାବି appeared first on Dharitri Odia News.
ଥୁଆମୂଳ ରାମପୁର,୨୫।୦୧(ଦୁର୍ଗା କୀର୍ତ୍ତି):ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକର ଅଡ୍ରି ପଞ୍ଚାୟତସ୍ଥିତ ଢୋଲଫାସ ଗ୍ରାମର ଜନସାଧାରଣ ଝିମକୀ ଡଙ୍ଗରଠାରେ ଥିବା ଇନ୍ଦ୍ରାବତୀ କୋଡକିଦୋର ନଦୀ ଦେଇ ମହୁଲପାଟଣା, ଜୟପାଟଣା, ନବରଙ୍ଗପୁର, ଜୟପୁର, ଜୁନାଗଡ଼, ଧର୍ମଗଡ଼, କୋକସରା, ଭବାନୀପାଟଣା, ଥୁଆମୁଳ ରାମପୁର ଆଦି ସହର ବା ବ୍ଲକକୁ ଯାତାୟାତ କରିଥାନ୍ତି। ଅଡ୍ରି, ଗୋପୀନାଥପୁର, ମାଳିଗାଁ, ପୋଡ଼ାପଦର ପଞ୍ଚାୟତ ଓ ଅନ୍ୟ ପାଖ ପଡୋଶୀ ପଞ୍ଚାୟତର ଛାତ୍ରୀଛାତ୍ରୀ ସ୍କୁଲ, କଲେଜ ଯିବା ପାଇଁ ମଧ୍ୟ ଏହି ବାଟ ଦେଇ ଯାତାୟାତ କରନ୍ତି। ହେଲେ ବର୍ଷାଦିନ ସେହି ଇନ୍ଦ୍ରାବତୀ କୋଡକିଦୋର ନଦୀରେ ପାଣି ଆସିବା ଫଳରେ ଯାତାୟାତ କରିବା ଅସମ୍ଭବ ହେଉଛି। କୋଡକିଦୋର ନଦୀ ଉପରେ ଏକ ବ୍ରିଜ ନିର୍ମାଣ ହୋଇ ପାରିଲେ ଉଭୟ ପଞ୍ଚାୟତର ଜନସାଧାରଣ, ପାଖ ପଡ଼ୋଶୀ ବାଟୋଇଙ୍କର ଓ ଛାତ୍ରୀଛାତ୍ରମାନେ ଯାତାୟାତ କରିବା ସମ୍ଭବ ହୋଇପାରନ୍ତା ବୋଲି ସ୍ଥାନୀୟ ଜନସାଧାରଣ ଙ୍କ ସମେତ ସ୍ଥାନୀୟ ସରପଞ୍ଚ ନାନ୍ଦାଏ ମାଝୀ ଏବଂ ସ୍ଥାନୀୟ ସମିତି ସଭ୍ୟ ରାମ ମାଝୀ ଆଶା ପୋଷଣ କରିଥିବାବେଳେ ନଦୀରେ ଏକ ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି। ବ୍ରିଜ ନିର୍ମାଣ ପାଇଁ ଉଭୟ ପଞ୍ଚାୟତର ଜନସାଧାରଣ ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଲୋକ ସଭା ଏମ୍ପି ମାଳବିକା ଦେବୀ ଏବଂ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ବାରମ୍ବାର ଦାବିପତ୍ର ଦେଇଆସୁଥିଲେ ମଧ୍ୟ ଏହା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଜଣାପଡିଛି l
ସୂଚନାଯୋଗ୍ୟ, ପ୍ରତିଦିନ ମହୁଲ ପାଟଣା, ପୋଡ଼ା ପଦର, ତଳ ନାଗୀ, ଅଡ୍ରି, ଗୋପୀନାଥପୁର, ମାଳିଗାଁ, ପୋଡ଼ାପଦରର ଅନେକ ପଞ୍ଚାୟତର ଶହଶହ ଜନସାଧାରଣ ଏହି ନଦୀ ରାସ୍ତା ଦେଇ ପାଦରେ ଯାତାୟାତ କରିଥାନ୍ତି। ହେଲେ ଅଧିକାଂଶ ସମୟରେ ପାଣି ସହ ବଡ଼ ବଡ଼ ପଥର ରହୁଥିବାରୁ ଜନସାଧାରଣ ୨୦ ରୁ ୩୦ କିଲୋମିଟର ବୁଲି କିମ୍ବା ଡୁମେର ପଦର-ଥୁଆମୂଳ ରାମପୁର କଲେଜ ଛକ ଦେଇ ମହୁଲ ପାଟଣା ଯିବା ଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଉଚ୍ଚ ସ୍ତରୀୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ବ୍ରିଜ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରୁ ନାହିଁ ବୋଲି ମତ ରଖିଛନ୍ତି l
ଏପରି ସ୍ଥଳେ ଏହି ଅଞ୍ଚଳରେ ଆଜି ମଧ୍ୟ ଅଧିକାଂଶ ନଦୀ ଓ ନାଲ ଠାରେ ପୋଲର ଅଭାବ ରହିଅଛି। ଏହାଫଳରେ ଲୋକ ଓ ଛାତ୍ରୀଛାତ୍ର ବିଦ୍ୟାଳୟ/ମହାବିଦ୍ୟାଳୟ ଯିବା ଆସିବା କରିବାରେ ପ୍ରତିବନ୍ଧକ ସାଜିଛି ଏହିଠାରେ ଯଦି ଏକ ପୋଲ ର୍ନିମାଣ ହେବ ତେବେ ଆଞ୍ଚଳର ଅଧିକାଂଶ ଲୋକେ ଉପକୃତ ହୋଇପାରିବେ ଗ୍ରାମବାସୀ ପ୍ରଶାସନ ପାଖରେ ଗୁହାରି କରିଛନ୍ତି l
The post ଝିମକୀ ଡଙ୍ଗର, କୋଡକିଦୋର ନଦୀରେ ସେତୁ ନିର୍ମାଣ ଦାବି appeared first on Dharitri Odia News.