ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଖଣ୍ଡଗିରି ପାହାଡ଼ ତଳୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଜଣକ ସ୍ଫୋର୍ଟ୍ସ ପୋଷାକ ପିନ୍ଧିଥିବାବେଳେ ଦେହରେ କ୍ଷତ ଚିହ୍ନ ଥିବା ସାମ୍ନାକୁ ଆସିଛି । ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, ଆଜି ଭୁବନେଶ୍ୱରର ଖଣ୍ଡଗିରି ପାହାଡ଼ ତଳୁ ଜଣେ ଯୁବକଙ୍କ ମୃତଦେହକୁ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା । ମୃତ […]

ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର
ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଖଣ୍ଡଗିରି ପାହାଡ଼ ତଳୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଜଣକ ସ୍ଫୋର୍ଟ୍ସ ପୋଷାକ ପିନ୍ଧିଥିବାବେଳେ ଦେହରେ କ୍ଷତ ଚିହ୍ନ ଥିବା ସାମ୍ନାକୁ ଆସିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ, ଆଜି ଭୁବନେଶ୍ୱରର ଖଣ୍ଡଗିରି ପାହାଡ଼ ତଳୁ ଜଣେ ଯୁବକଙ୍କ ମୃତଦେହକୁ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା । ମୃତ ଯୁବକଙ୍କ ହାତକୁ ତାରରେ ବନ୍ଧା ହୋଇଥିବା ଦେଖାଯାଇଥିଲା ଇ ଯୁବକ ଜଣଙ୍କ ନିକଟସ୍ଥ ତପୋବନ ବସ୍ତିରେ ରହୁଥିଲେ । ତେବେ ଖଣ୍ଡଗିରି ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।