ସ୍ତନ କର୍କଟ
ମହିଳାଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ରହିଥାଏ । ତେବେ ଏଥିମଧ୍ୟରୁ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟର ମାତ୍ରା ଅଧିକ । ତେବେ ମହିଳାମାନେ ବ୍ୟକ୍ତିଗତ ସ୍ତରରେ ଧ୍ୟାନ ଦେଲେ ଏହି ରୋଗର କେତେକାଂଶରେ ନିରାକରଣ ସମ୍ଭବ । କିଛିଟା ଏଭଳି ଦିଗ ଅଛି, ଯାହାକୁ ଧ୍ୟାନ ଦେଲେ ସ୍ତନ କର୍କଟ ଆରମ୍ଭ ହେବା ପୂର୍ବରୁ ଜାଣିହେବା ସହିତ ଏହାର ନିରାକରଣ କରିହେବ । ମହିଳାଙ୍କୁ ହେଉଥିବା ବିଭିନ୍ନ କ୍ୟାନସର ମଧ୍ୟରେ ବ୍ରେଷ୍ଟ କ୍ୟାନସର ବା […]

ମହିଳାଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ରହିଥାଏ । ତେବେ ଏଥିମଧ୍ୟରୁ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟର ମାତ୍ରା ଅଧିକ । ତେବେ ମହିଳାମାନେ ବ୍ୟକ୍ତିଗତ ସ୍ତରରେ ଧ୍ୟାନ ଦେଲେ ଏହି ରୋଗର କେତେକାଂଶରେ ନିରାକରଣ ସମ୍ଭବ । କିଛିଟା ଏଭଳି ଦିଗ ଅଛି, ଯାହାକୁ ଧ୍ୟାନ ଦେଲେ ସ୍ତନ କର୍କଟ ଆରମ୍ଭ ହେବା ପୂର୍ବରୁ ଜାଣିହେବା ସହିତ ଏହାର ନିରାକରଣ କରିହେବ । ମହିଳାଙ୍କୁ ହେଉଥିବା ବିଭିନ୍ନ କ୍ୟାନସର ମଧ୍ୟରେ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ସାଧାରଣତଃ ଅଧିକ ମାତ୍ରାରେ ଦେଖାଯାଇଥାଏ । ସମଗ୍ର ବିଶ୍ୱରେ ଅଧିକାଂଶ ମହିଳା ସର୍ଭିକାଲ କ୍ୟାନସର ବା ଜରାୟୁ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ, ଆମ ଦେଶରେ ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନସର୍ ବା ସ୍ତନ କର୍କଟ ଅଧିକ ମାତ୍ରାରେ ଦେଖାଦେଇଥାଏ । ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଦେଶରେ ପ୍ରତି ୨୪ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ସ୍ତନ କର୍କଟ ରୋଗ ହୋଇଥାଏ । ନିକଟରେ ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ଏହା ହେଉଥିବାର ଦେଖିବାକୁ ମିଳିଛି ।
ରୋଗର ଲକ୍ଷଣ
ପ୍ରାଥମିକ ସ୍ତରରେ ସେଭଳି କୌଣସି ଲକ୍ଷଣ ଦେଖାଯାଇନଥାଏ । ଋତୁସ୍ରାବ ପରେ ସ୍ତନ ସାଧାରଣତଃ ହାତକୁ ନରମ ଲାଗିଥାଏ, ଏହି ସମୟରେ ମହିଳାମାନେ ନିଜ ସ୍ତନକୁ ନିଜେ ପରୀକ୍ଷା କରିବା କଥା । ସ୍ତନ ଭିତରେ କୌଣସି ଗୋଟାଳି ପରି ବା ଟାଣ ଅନୁଭବ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ, କାରଣ ଏହା ସ୍ତନ କର୍କଟର ପ୍ରାଥମିକ ଲକ୍ଷଣ । ଏହାଛଡା, ସ୍ତନର କୌଣସି ଅଂଶ ଫୁଲିବା, ନାଲି ପଡିବା, କୁଣ୍ଡାଇ ହେବା, ସ୍ତନାଗ୍ର ଭିତରକୁ ପଶିଯିବା, ଘା ହେବା, ପୂଜା କିମ୍ବା ରକ୍ତ ପଡିବା, କାଖତଳେ ଗେଟା ପଡିବା ଆଦି । ଯଦି ରୋଗର କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।