ଆତଙ୍କବାଦୀ ଆକ୍ରମଣରେ ସେନା ଅଧିକାରୀ ସହିଦ

ଜାମ୍ମୁକାଶ୍ମୀର : ଆତଙ୍କବାଦୀ-ଯବାନଙ୍କ ମଧ୍ୟରେ ଏନକାଉଣ୍ଟରରେ ସେନା ଅଧିକାରୀ ସହିଦ। ଜମ୍ମୁ କାଶ୍ମୀରର ଡୋଡା ଜିଲାର ଅସାର ଅଞ୍ଚଳରେ ବୁଧବାର ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନ ସହିଦ ହୋଇଛନ୍ତି । ସ୍ବାଧୀନତା ଦିବସ ପୂର୍ବରୁ ଏଭଳି ଆକ୍ରମଣ କରି ଆତଙ୍କବାଦୀମାନେ ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଆତଙ୍କବାଦୀମାନେ ଉଦମପୁର ଅଞ୍ଚଳରେ ଲୁଚିରହିଥିବା ନେଇ ଗତକାଲି ସନ୍ଧ୍ୟା ୬ଟାରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା […]

ଆତଙ୍କବାଦୀ ଆକ୍ରମଣରେ ସେନା ଅଧିକାରୀ ସହିଦ
ଆତଙ୍କବାଦୀ ଆକ୍ରମଣରେ ସେନା ଅଧିକାରୀ ସହିଦ

ଜାମ୍ମୁକାଶ୍ମୀର : ଆତଙ୍କବାଦୀ-ଯବାନଙ୍କ ମଧ୍ୟରେ ଏନକାଉଣ୍ଟରରେ ସେନା ଅଧିକାରୀ ସହିଦ। ଜମ୍ମୁ କାଶ୍ମୀରର ଡୋଡା ଜିଲାର ଅସାର ଅଞ୍ଚଳରେ ବୁଧବାର ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନ ସହିଦ ହୋଇଛନ୍ତି । ସ୍ବାଧୀନତା ଦିବସ ପୂର୍ବରୁ ଏଭଳି ଆକ୍ରମଣ କରି ଆତଙ୍କବାଦୀମାନେ ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ଆତଙ୍କବାଦୀମାନେ ଉଦମପୁର ଅଞ୍ଚଳରେ ଲୁଚିରହିଥିବା ନେଇ ଗତକାଲି ସନ୍ଧ୍ୟା ୬ଟାରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିବାବେଳେ ଆତଙ୍କବାଦୀଙ୍କ ଗୁଳିରେ ଆର୍ମି କ୍ୟାପଟେନ ସହିଦ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅପରେସନ ଜାରି ରହିଛି ।ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।