ମାଓ ଯୋଜନା ପଣ୍ଡ,ବିପୁଳ ଜିଲୋଟିନ ଷ୍ଟିକ ଜବତ

ବୈପାରୀଗୁଡା: ମାଓ ଯୋଜନା ପଣ୍ଡ କଲେ ସୁରକ୍ଷାବାହିନୀ । ବୈପାରିଗୁଡ଼ା ଅଞ୍ଚଳରେ ପଥର ତଳେ ବିଛା ଯାଇଥିବା ବିପୁଳ ପରିମାଣରେ ଲ୍ୟାଣ୍ଡ ମାଇନ ବିସ୍ଫୋରକକୁ ଜବତ କରିଛନ୍ତି ବିଏସଏଫ ଯବାନ । ତେବେ ଯବାନଙ୍କୁ ଟାର୍ଗେଟ୍ କରି ନଦୀ ପାର୍ଶ୍ୱ ପାହାଡ ତଳେ ଖଞ୍ଜା ଯାଇଥିଲା ଲ୍ୟାଣ୍ଡମାଇନ । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ଘୋଡାଘାଟ ସାବେରୀ ନଦୀ କୂଳରେ ଘଟିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ […]

ମାଓ ଯୋଜନା ପଣ୍ଡ,ବିପୁଳ ଜିଲୋଟିନ ଷ୍ଟିକ ଜବତ
ମାଓ ଯୋଜନା ପଣ୍ଡ,ବିପୁଳ ଜିଲୋଟିନ ଷ୍ଟିକ ଜବତ

ବୈପାରୀଗୁଡା: ମାଓ ଯୋଜନା ପଣ୍ଡ କଲେ ସୁରକ୍ଷାବାହିନୀ । ବୈପାରିଗୁଡ଼ା ଅଞ୍ଚଳରେ ପଥର ତଳେ ବିଛା ଯାଇଥିବା ବିପୁଳ ପରିମାଣରେ ଲ୍ୟାଣ୍ଡ ମାଇନ ବିସ୍ଫୋରକକୁ ଜବତ କରିଛନ୍ତି ବିଏସଏଫ ଯବାନ । ତେବେ ଯବାନଙ୍କୁ ଟାର୍ଗେଟ୍ କରି ନଦୀ ପାର୍ଶ୍ୱ ପାହାଡ ତଳେ ଖଞ୍ଜା ଯାଇଥିଲା ଲ୍ୟାଣ୍ଡମାଇନ । କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତର ଘୋଡାଘାଟ ସାବେରୀ ନଦୀ କୂଳରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ଠାରେ ଅବସ୍ଥାପିତ ୧୮୦ ବିଏସଏଫ ବାଟାଲିୟନ ଯବାନଙ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ଗୁପ୍ତେଶ୍ୱର ପଞ୍ଚାୟତର ସାବେରୀ ନଦୀ କୂଳରେ ଥିବା ଘୋଡାଘାଟ ପାହାଡ଼ ଉପରେ ଗୋଟିଏ ପଥର ତଳେ କିଛି ସାମଗ୍ରୀ ରଖାଯାଇଛି। ଖବର ପାଇ ରାମଗିରି ୧୮୦ ବିଏସଏଫ ଯବାନ ଉକ୍ତ ଅଞ୍ଚଳରେ ଅପରେସନ ଜୋରଦାର ଆରମ୍ଭ କରିଥିଲେ। ଅତି ସତର୍କତାର ସହ ନଦୀ ପାର୍ଶ୍ଵ ପାହାଡ଼ ଉପରେ ଚଢ଼ି ବୋମା ସନ୍ଧାନ ମେସିନ ଦ୍ବାରା ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ସାବେରୀ ନଦୀ କୂଳ ଘୋଡାଘାଟ ପାହାଡ଼ର ଏକ ପଥର ତଳେ ଜିଲୋଟିନ୍ ଷ୍ଟିକ୍ ଥିବା ଜଣାପଡିଥିଲା । ତୁରନ୍ତ ସମସ୍ତ ଜିଲୋଟିନ୍ ଷ୍ଟିକ୍ ବାହାର କରାଯାଇଥିଲା । ବିଏସଏଫ କ୍ୟାମ୍ପକୁ ଆଣିବା ପରେ ଜବତ କରାଯାଇଥିବା ଜିଲୋଟିନ୍ ଷ୍ଟିକ୍ ଗଣିବାରୁ ସେଥିରେ ୨୭ଟି ଷ୍ଟିକ୍ ରହିଥିବା ଜଣାପଡିଛି । ଜବତ ଜିଲୋଟିନ୍ ଷ୍ଟିକ୍ ଗୁଡ଼ିକୁ ବୈପାରୀଗୁଡା ଥାନାକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।