IND vs AUS: ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଦେଲା ଟିମ୍‌ ଇଣ୍ଡିଆ; ଫାଇନାଲ ଲାଗି ମିଳିଲା ଏତିକି ରନ୍‌ର ଟାର୍ଗେଟ୍‌

ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯାଉଛି। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୭୩ ରନ୍‌ କରିଛନ୍ତି। ସେହିଭଳି ବୋଲିଂରେ ଟିମ୍‌ ଇଣ୍ଡିଆର ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜାଙ୍କୁ ୨ ଉଇକେଟ ମିଳିଥିବା ବେଳେ ମହମ୍ମଦ ଶାମିଙ୍କୁ ସର୍ବାଧିକ ୩ ଉଇକେଟ ମିଳିଛି। ତେବେ ସେମିଫାଇନାଲରେ ଲକ୍ଷ୍ୟ ହାସଲ କରିନେଲେ ଭାରତ ଫାଇନାଲରେ ପ୍ରବେଶ […] The post IND vs AUS: ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଦେଲା ଟିମ୍‌ ଇଣ୍ଡିଆ; ଫାଇନାଲ ଲାଗି ମିଳିଲା ଏତିକି ରନ୍‌ର ଟାର୍ଗେଟ୍‌ appeared first on Dharitri Odia News.

IND vs AUS: ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଦେଲା ଟିମ୍‌ ଇଣ୍ଡିଆ; ଫାଇନାଲ ଲାଗି ମିଳିଲା ଏତିକି ରନ୍‌ର ଟାର୍ଗେଟ୍‌

ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯାଉଛି। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୭୩ ରନ୍‌ କରିଛନ୍ତି। ସେହିଭଳି ବୋଲିଂରେ ଟିମ୍‌ ଇଣ୍ଡିଆର ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜାଙ୍କୁ ୨ ଉଇକେଟ ମିଳିଥିବା ବେଳେ ମହମ୍ମଦ ଶାମିଙ୍କୁ ସର୍ବାଧିକ ୩ ଉଇକେଟ ମିଳିଛି। ତେବେ ସେମିଫାଇନାଲରେ ଲକ୍ଷ୍ୟ ହାସଲ କରିନେଲେ ଭାରତ ଫାଇନାଲରେ ପ୍ରବେଶ କରିବ।

ସୂଚନାଯୋଗ୍ୟ, ଉଭୟ ଦଳ ସେମାନଙ୍କ ଗ୍ରୁପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ ତା’ର ୩ରୁ ୩ ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ କେବଳ ଗୋଟିଏ ମ୍ୟାଚ ଜିତିଥିଲା। ଅନ୍ୟ ଦୁଇଟି ମ୍ୟାଚ ବର୍ଷାରେ ଧୋଇ ଯାଇଥିଲା। ଦୁଇ ଦଳ ଆଇସିସି ଟୁର୍ନାମେଣ୍ଟର ନକଆଉଟ ପର୍ଯ୍ୟାୟରେ ପରସ୍ପରକୁ ୫ ଥର ଭେଟିଛନ୍ତି। ଏଥିରୁ ଭାରତ ଦୁଇ ଥର ଜିତିଥିବା ବେଳେ ଅଷ୍ଟ୍ରେଲିଆ ୩ ଥର ବାଜିମାତ କରିଛି। ଭାରତ ଅନ୍ତିମ ଥର ୨୦୧୧ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇଥିଲା। ୨୦୧୫ ବିଶ୍ୱକପ ସେମିଫାଇନାଲରେ ଓ ୨୦୨୩ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଥିଲା। ଏଥିପୂର୍ବରୁ ୨୦୨୩ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। କିନ୍ତୁ ଭାରତୀୟ ଦଳ ପାଖରେ ଅଷ୍ଟ୍ରେଲିଆକୁ ଚଳିତ ଥର ଆଇସିସି ଟୁର୍ନାମେଣ୍ଟର ନକଆଉଟରେ ପରାସ୍ତ କରିବାର ଭଲ ସୁଯୋଗ ରହିଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ

ଅଷ୍ଟ୍ରେଲିଆ ଦଳ: ଷ୍ଟିଭ ସ୍ମିଥ (ଅଧିନାୟକ), ଆଲେକ୍ସ କାରେ, ଟ୍ରାଭିସ ହେଡ, ବେନ ଡ୍ବାରଶୁଇସ, ନାଥନ ଏଲିସ, ମାର୍ନସ ଲାବୁସେନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଆଡାମ ଜାମ୍ପା, ଜୋଶ ଇଙ୍ଗଲିସ, ସ୍ପେନସର ଜନସନ, ଜେକ ଫ୍ରେଜର-ମ୍ୟାକଗର୍କ

The post IND vs AUS: ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଦେଲା ଟିମ୍‌ ଇଣ୍ଡିଆ; ଫାଇନାଲ ଲାଗି ମିଳିଲା ଏତିକି ରନ୍‌ର ଟାର୍ଗେଟ୍‌ appeared first on Dharitri Odia News.