ଗୋଟିଏ ଫଟୋ ଉଠାଇବାକୁ ନେଇଥିଲେ ୭ବର୍ଷ ସମୟ, ଏପରି ଉଠାଇଲେ ଫଟୋ ନାସା କଲା ସାମ୍ମାନିତ

ଟ୍ୟୁରିନ,୧୨।୧: ଫଟୋକୁ ସଠିକ୍‌ ଆଙ୍ଗେଲ ଏବଂ କ୍ୟାପଚର କ୍ଲିଅର ନେବା ଲାଗି ଫଟୋଗ୍ରାଫରଙ୍କୁ ବିଭିନ୍ନ ଟେକ୍‌ନିକ୍‌ ଲଗାଇ ଫଟୋ ଉଠାଇବାକୁ ପଡିଥାଏ। ଏଥିପାଇଁ ସେମାନଙ୍କୁ ଗୋଟିଏ ଶଟ୍‌ ପାଇଁ ୧୫-୨୦ ମିନିଟ୍‌ ଅପେକ୍ଷା କରିବାକୁ ମଧ୍ୟ ପଡିଥାଏ। କିନ୍ତୁ ନିକଟରେ ଏପରି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ କ୍ଳିକ୍‌ କରିବାକୁ ଫଟୋଗ୍ରାଫରଙ୍କୁ ୭ବର୍ଷ ସମୟ ଲାଗିଯାଇଥିଲା। ଇଟାଲୀର ଟ୍ୟୁରିନ ସହରର ଭ୍ୟାଲେରିଓ ମିନାଟୋ ନାମକ ଫଟୋଗ୍ରାଫର ୭ବର୍ଷ ପରିଶ୍ରମ କରି ଏପରି ଫଟୋ ଉଠାଇଛନ୍ତି ଯାହାକୁ […] The post ଗୋଟିଏ ଫଟୋ ଉଠାଇବାକୁ ନେଇଥିଲେ ୭ବର୍ଷ ସମୟ, ଏପରି ଉଠାଇଲେ ଫଟୋ ନାସା କଲା ସାମ୍ମାନିତ appeared first on Dharitri Odia News.

ଗୋଟିଏ ଫଟୋ ଉଠାଇବାକୁ ନେଇଥିଲେ ୭ବର୍ଷ ସମୟ, ଏପରି ଉଠାଇଲେ ଫଟୋ ନାସା କଲା ସାମ୍ମାନିତ

ଟ୍ୟୁରିନ,୧୨।୧: ଫଟୋକୁ ସଠିକ୍‌ ଆଙ୍ଗେଲ ଏବଂ କ୍ୟାପଚର କ୍ଲିଅର ନେବା ଲାଗି ଫଟୋଗ୍ରାଫରଙ୍କୁ ବିଭିନ୍ନ ଟେକ୍‌ନିକ୍‌ ଲଗାଇ ଫଟୋ ଉଠାଇବାକୁ ପଡିଥାଏ। ଏଥିପାଇଁ ସେମାନଙ୍କୁ ଗୋଟିଏ ଶଟ୍‌ ପାଇଁ ୧୫-୨୦ ମିନିଟ୍‌ ଅପେକ୍ଷା କରିବାକୁ ମଧ୍ୟ ପଡିଥାଏ। କିନ୍ତୁ ନିକଟରେ ଏପରି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ କ୍ଳିକ୍‌ କରିବାକୁ ଫଟୋଗ୍ରାଫରଙ୍କୁ ୭ବର୍ଷ ସମୟ ଲାଗିଯାଇଥିଲା।
ଇଟାଲୀର ଟ୍ୟୁରିନ ସହରର ଭ୍ୟାଲେରିଓ ମିନାଟୋ ନାମକ ଫଟୋଗ୍ରାଫର ୭ବର୍ଷ ପରିଶ୍ରମ କରି ଏପରି ଫଟୋ ଉଠାଇଛନ୍ତି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମିନାଟୋ ଏକ ଏପରି ଫଟୋ ଉଠାଇବାକୁ ଚାହୁଁଥିଲେ ଯାହାକୁ ଦୁନିଆ ‘ଫଟୋଗ୍ରାଫ ଅଫ ଦି ଡିକେଡ’ ବୋଲି ମାନ୍ୟତା ଦେବ।
ମିନାଟୋ ଦୁଇଟି ଆଇକନିକ ଲ୍ୟାଣ୍ଡମାର୍କ ସହିତ ଚନ୍ଦ୍ରର ଆଲାଇନ ଫଟୋ ଉଠାଇଛନ୍ତି। ଫଟୋରେ ବ୍ୟାସିଲିକା ଅଫ୍‌ ସୁପରେଗାର ଗମ୍ବୁଜ ଏବଂ ବିଶାଳ ମୋନଭିସୋ ପର୍ବତ ପଛରେ ଚନ୍ଦ୍ର ରହିଛି। ଏହି ଦୁଇଟି ଫଟୋକୁ ମିଶାଇ ମିନାଟୋ ଏପରି ଏକ ଚମତ୍କାର ଫଟୋ ଉଠାଇଛନ୍ତି ଯାହାକୁ ଆମେରିକାର ସ୍ପେସ ଏଜେନ୍ସି ନାସା ମଧ୍ୟ ସମ୍ମାନିତ କରିଛି।

 

View this post on Instagram

 

A post shared by Valerio Minato (@valeriominato)

ଏହି ଫଟୋ ଉଠାଇବା ପାଇଁ ମିନାଟୋଙ୍କୁ ୨୦୧୭ରୁ ସଂଘର୍ଷ କରିବାକୁ ପଡିଥିଲା। ସେ ଚନ୍ଦ୍ରର ହରିଜେଣ୍ଟାଲ ଫଟୋ ନେବା ସହ ପାଣିପାଗ ବିଭାଗର ପ୍ରତିଟି ସମୟର ବିବରଣୀ ରଖୁଥିଲେ। ତେବେ ଟ୍ୟୁରିନ ସହର ସବୁବେଳେ ବାଦଲ ମଧ୍ୟରେ ଢାଙ୍କି ହୋଇ ରହୁଥିଲା ଯାହାଯୋଗୁ ଫଟୋ ନେବାରେ ଅସୁବିଧା ହେଉଥିଲା। ମାତ୍ର ମନାଟୋ ଏତିକିରେ ହାର୍‌ ମାନି ନ ଥିଲେ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ଏହି ଶଟ୍‌ ନେବା ପାଇଁ ତାଙ୍କୁ ୨୦୧୨ରୁ ସହରର ବିଭିନ୍ନ କ୍ଷେତ୍ରରୁ ଶୁଟିଂ କରିବାକୁ ପଡୁଥିଲା। ଏକ ସ୍ଥିର ବିନ୍ଦୁରେ ଦୁଇଟି ଚିତ୍ରକୁ ମିଶାଇବା ପାଇଁ ତାଙ୍କୁ ୭ବର୍ଷ ଲାଗିଯାଇଥିଲା। ଯାହାର ପରଫେକ୍ଟ କ୍ୟାପଚର ସେ ୨୦୨୩ ଡିସେମ୍ବର ୭ରେ କ୍ୟାପଚର କରିଥିଲେ।

The post ଗୋଟିଏ ଫଟୋ ଉଠାଇବାକୁ ନେଇଥିଲେ ୭ବର୍ଷ ସମୟ, ଏପରି ଉଠାଇଲେ ଫଟୋ ନାସା କଲା ସାମ୍ମାନିତ appeared first on Dharitri Odia News.