ଆସନ୍ତାକାଲି ୩ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ
ପୁରୀ,୧୪।୯: ଆସନ୍ତାକାଲି ଅର୍ଥାତ୍ ରବିବାର ପବିତ୍ର ଭାଦ୍ରବ ଶୁକ୍ଳପକ୍ଷର ଶ୍ରବଣା ଦ୍ୱାଦଶୀ ତିଥି। ଏହି ତିଥିର ମାହାତ୍ମ୍ୟ ହେଉଛି ଶ୍ରୀଦିବ୍ୟସିଂହ ଦେବ ମହାରାଜାଙ୍କ ନୂତନ ଅଙ୍କ ଆରମ୍ଭ, ସୁନିଆଁ, ସର୍ବସମ୍ମତ ବାମନ ଜନ୍ମ, ଶ୍ରୀମନ୍ଦିରରେ ବାମନ ଜନ୍ମ, ଶକ୍ରଧ୍ୱଜ ଉତ୍ଥାପନ, ଇନ୍ଦ୍ରଧ୍ୱଜ ପୂଜା, ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ, ବୈଷ୍ଣବସମ୍ମତ ବିଜୟା ଏକାଦଶୀ ଉପବାସ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଫଳରେ ୩ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ […] The post ଆସନ୍ତାକାଲି ୩ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ appeared first on Dharitri Odia News.
ପୁରୀ,୧୪।୯: ଆସନ୍ତାକାଲି ଅର୍ଥାତ୍ ରବିବାର ପବିତ୍ର ଭାଦ୍ରବ ଶୁକ୍ଳପକ୍ଷର ଶ୍ରବଣା ଦ୍ୱାଦଶୀ ତିଥି। ଏହି ତିଥିର ମାହାତ୍ମ୍ୟ ହେଉଛି ଶ୍ରୀଦିବ୍ୟସିଂହ ଦେବ ମହାରାଜାଙ୍କ ନୂତନ ଅଙ୍କ ଆରମ୍ଭ, ସୁନିଆଁ, ସର୍ବସମ୍ମତ ବାମନ ଜନ୍ମ, ଶ୍ରୀମନ୍ଦିରରେ ବାମନ ଜନ୍ମ, ଶକ୍ରଧ୍ୱଜ ଉତ୍ଥାପନ, ଇନ୍ଦ୍ରଧ୍ୱଜ ପୂଜା, ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ, ବୈଷ୍ଣବସମ୍ମତ ବିଜୟା ଏକାଦଶୀ ଉପବାସ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ।
ଫଳରେ ୩ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଭଗବାନ୍ ନେଇଥିବା ଦଶ ଅବତାର ମଧ୍ୟରୁ ବାମନ ଅବତାର ଅନ୍ୟତମ।
The post ଆସନ୍ତାକାଲି ୩ ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ appeared first on Dharitri Odia News.