ଅସ୍ତ୍ରବିରତି ପରେ ପିଏସ୍‌ଏଲ୍‌ ଆରମ୍ଭ ଲାଗି ପିସିବିର ବଡ଼ ଯୋଜନା

କରାଚୀ, ୧୨ା୫: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସସ୍‌ପେଣ୍ଡ ହୋଇଥିବା ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ପୁନଃ ଆରମ୍ଭ ପାଇଁ ଯୋଜନା କରୁଛି। ଏପରି କ ବିଭିନ୍ନ ଦଳ ତରଫରୁ ଖେଳୁଥିବା ବିଦେଶୀ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ ନ କଲେ ମଧ୍ୟ ଚଳିତମାସ ପରବର୍ତ୍ତୀ ଭାଗରେ ଏକ ଟି୨୦ ସିରିଜ ଖେଳିବା ଲାଗି ବାଂଲାଦେଶ ଆସିବା ପୂର୍ବରୁ ଟୁର୍ନାମେଣ୍ଟର ଅବଶିଷ୍ଟାଂଶ ଶେଷ କରିବା ଲାଗି ବିଚାର କରୁଛି। ଭାରତ ସହିତ ଅସ୍ତ୍ରବିରତି ଚୁକ୍ତି ପରେ ପିସିବି ସୂତ୍ରରୁ ମିଳିଥିବା […] The post ଅସ୍ତ୍ରବିରତି ପରେ ପିଏସ୍‌ଏଲ୍‌ ଆରମ୍ଭ ଲାଗି ପିସିବିର ବଡ଼ ଯୋଜନା appeared first on Dharitri Odia News.

ଅସ୍ତ୍ରବିରତି ପରେ ପିଏସ୍‌ଏଲ୍‌ ଆରମ୍ଭ ଲାଗି ପିସିବିର ବଡ଼ ଯୋଜନା

କରାଚୀ, ୧୨ା୫: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସସ୍‌ପେଣ୍ଡ ହୋଇଥିବା ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ପୁନଃ ଆରମ୍ଭ ପାଇଁ ଯୋଜନା କରୁଛି। ଏପରି କ ବିଭିନ୍ନ ଦଳ ତରଫରୁ ଖେଳୁଥିବା ବିଦେଶୀ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ ନ କଲେ ମଧ୍ୟ ଚଳିତମାସ ପରବର୍ତ୍ତୀ ଭାଗରେ ଏକ ଟି୨୦ ସିରିଜ ଖେଳିବା ଲାଗି ବାଂଲାଦେଶ ଆସିବା ପୂର୍ବରୁ ଟୁର୍ନାମେଣ୍ଟର ଅବଶିଷ୍ଟାଂଶ ଶେଷ କରିବା ଲାଗି ବିଚାର କରୁଛି।

ଭାରତ ସହିତ ଅସ୍ତ୍ରବିରତି ଚୁକ୍ତି ପରେ ପିସିବି ସୂତ୍ରରୁ ମିଳିଥିବା ଏକ ଖବର ଅନୁସାରେ ପିସିବି ମେ ୧୬ ସୁଦ୍ଧା ପିଏସ୍‌ଏଲ୍‌ ଆରମ୍ଭ କରିବା ଲାଗି ଯୋଜନା କରୁଛି। ପିଏସ୍‌ଏଲ୍‌ର ଫାଇନାଲ ସହ ଆହୁରି ୮ଟି ମ୍ୟାଚ ବାକି ରହିଛି। ପିସିବିର ଜଣେ ଅଫିସିଆଲ କହିଛନ୍ତି କେତେଜଣ ବିଦେଶୀ ଖେଳାଳି ଏବେ ସୁଦ୍ଧା ଦୁବାଇରେ ଥିବାବେଳେ ଅନ୍ୟ କେତେଜଣ ସ୍ବଦେଶ ଫେରିଯାଇଛନ୍ତି।

ପିସିବିର ଜଣେ ଅଫିସିଆଲ କହିଛନ୍ତି, ଅବଶିଷ୍ଟ ମ୍ୟାଚଗୁଡ଼ିକ ଲାଗି ଫ୍ରାଞ୍ଚାଇଜଗୁଡ଼ିକୁ ସେମାନଙ୍କ ବିଦେଶୀ ଖେଳାଳିଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ତେବେ ସେମାନଙ୍କ ଆସିବାନିଷ୍ପତ୍ତି ସେମାନଙ୍କ ବୋର୍ଡ ଏବଂ ବ୍ୟକ୍ତିଗତ ଇଚ୍ଛା ଉପରେ ନିର୍ଭର କରେ। ପିସିବି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ସହିତ ଯୋଗାଯୋଗରେ ରହିଛି। ସେମାନେ ଭାରତ-ପାକିସ୍ତାନ ବିବାଦର ସାଂପ୍ରତିକ ସ୍ଥିତି ଉପରେ ନଜର ରଖିଛନ୍ତି। ବାଂଲାଦେଶ ଏହାର ମ୍ୟାଚଗୁଡ଼ିକ ରାଓ୍ବଲପିଣ୍ଡି, ଫୈସଲାବାଦ ଓ ଲାହୋରରେ ଖେଳିବ। ପିସିବି ପି.ଏସ୍‌.ଏଲ୍‌.ର ଅବଶିଷ୍ଟାଂଶ ରାଓ୍ବଲପିଣ୍ଡି ଓ ଲାହୋରରେ ଆୟୋଜନ କରିବା ଲାଗି ଚିନ୍ତା କରୁଛି।

The post ଅସ୍ତ୍ରବିରତି ପରେ ପିଏସ୍‌ଏଲ୍‌ ଆରମ୍ଭ ଲାଗି ପିସିବିର ବଡ଼ ଯୋଜନା appeared first on Dharitri Odia News.