ଜନ୍ମଦିନରେ ଐଶ୍ୱର୍ଯ୍ୟାଙ୍କୁ ଝଟ୍କା! ଭାଙ୍ଗିଲା ହୃଦୟ…
ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ଗୁଜବ ଥମିବାର ନାଁ ନେଉନାହିଁ। କୁହାଯାଉଛି ଯେ, ଐଶ ଏବଂ ଅଭିଷେକ ଅଲଗା ଅଲଗା ରହୁଛନ୍ତି। ତେବେ ଏସବୁ ଭିତରେ ସବୁଠାରୁ ବଡ଼କଥା ହେଉଛି ନଭେମ୍ବର ୧ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ ଥିଲା। ଅନେକ ସେଲିବ୍ରିଟି, ପ୍ରଶଂସକ ଏବଂ ବନ୍ଧୁ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ କେବଳ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଶ୍ୱଶୁର ଅମିତାଭ ବଚ୍ଚନ […] The post ଜନ୍ମଦିନରେ ଐଶ୍ୱର୍ଯ୍ୟାଙ୍କୁ ଝଟ୍କା! ଭାଙ୍ଗିଲା ହୃଦୟ… appeared first on Dharitri Odia News.
ମୁମ୍ବାଇ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ଗୁଜବ ଥମିବାର ନାଁ ନେଉନାହିଁ। କୁହାଯାଉଛି ଯେ, ଐଶ ଏବଂ ଅଭିଷେକ ଅଲଗା ଅଲଗା ରହୁଛନ୍ତି। ତେବେ ଏସବୁ ଭିତରେ ସବୁଠାରୁ ବଡ଼କଥା ହେଉଛି ନଭେମ୍ବର ୧ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଜନ୍ମଦିନ ଥିଲା। ଅନେକ ସେଲିବ୍ରିଟି, ପ୍ରଶଂସକ ଏବଂ ବନ୍ଧୁ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ କେବଳ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଶ୍ୱଶୁର ଅମିତାଭ ବଚ୍ଚନ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇନଥିଲେ। ଏହା ଦେଖି ଫ୍ୟାନ୍ସମାନେ ତାଜୁବ ହୋଯାଇଛନ୍ତି। ଏହି ଘଟଣା ପରେ ଛାଡପତ୍ର ଗୁଜବ ଏବେ ଆହୁରି ଘନେଇବାରେ ଲାଗିଛି।
ପ୍ରଶଂସକଙ୍କ ମନରେ ଏବେ ଅଧିକ ସନ୍ଦେହ ଆରମ୍ଭ ହୋଇଛି । ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଆଜିକାଲି କେଉଁଠି ଏକାଠି ଦେଖାଯାଉନାହାନ୍ତି। ଐଶ୍ୱର୍ଯ୍ୟା ରାୟ ଅନନ୍ତ ଅମ୍ବାନୀଙ୍କ ବିବାହକୁ ଏକୁଟିଆ ଆସିଥିଲେ। ଏବେ ଅଭିଷେକ ବଚ୍ଚନ ତାଙ୍କ ସ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇନାହାନ୍ତି । ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ବଚ୍ଚନ ପରିବାରର କେହି ନ ହେଲେ ନାହିଁ ଅଭିଷେକ ବି ଶୁଭେଚ୍ଛା ଜଣାଇ ନାହାନ୍ତି।
କହିରଖୁଛୁ କି, ଅଭିଷେକଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି। ଗତବର୍ଷ ଜନ୍ମଦିନରେ ଅଭି ଐଶ୍ୱଙ୍କ ପାଇଁ ଜନ୍ମଦିନ ଶୁଭେଚ୍ଛା ସହ ତାଙ୍କ ଫଟୋ ପୋଷ୍ଟ କରିଥିଲେ। କିନ୍ତୁ ସେ ବହୁ ବିଳମ୍ବରେ କରିଥିଲେ। ସେହିପରି ଗତକାଲିର ଜନ୍ମଦିନରେ ବଲିଉଡର ଅଧିକାଂଶ ବଡ଼ ବଡ଼ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇ ନ ଥିଲେ। କେବଳ କାଜୋଲ ଓ ରକୁଲ ପ୍ରୀତ ସିଂହ ସାର୍ବଜନିକ ଭାବରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
The post ଜନ୍ମଦିନରେ ଐଶ୍ୱର୍ଯ୍ୟାଙ୍କୁ ଝଟ୍କା! ଭାଙ୍ଗିଲା ହୃଦୟ… appeared first on Dharitri Odia News.