ପିଏସ୍ପି ମାଧ୍ୟମରେ ଶକ୍ତି ସଂରକ୍ଷଣ
ଭୁବନେଶ୍ୱର, ୧୧।୮: ଇଣ୍ଡିଆନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରର୍ସ ଆସୋସିଏସନ(ଆଇଇଇଏମ୍ଏ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଓଡ଼ିଶା ପାୱାର କନ୍କ୍ଲେଭ-୨୦୨୪ର ପ୍ରଥମ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ସରକାରୀ ଅଧିକାରୀ, ଶିଳ୍ପ ଅଂଶୀଦାର, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପପତିମାନେ ଏକାଠି ହୋଇଥିଲେ। ଏପରିକି ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ ଉତ୍ପାଦନ ଏବଂ ପମ୍ପେଡ୍ ଷ୍ଟୋରେଜ୍ ପ୍ଲାଣ୍ଟ (ପିଏସ୍ପି) ମାଧ୍ୟମରେ ଶକ୍ତି ସଂରକ୍ଷଣ ସହ ସୌର ଓ ପବନ ଶକ୍ତିର ଉପଯୋଗ ଉପରେ ବିଶେଷ […] The post ପିଏସ୍ପି ମାଧ୍ୟମରେ ଶକ୍ତି ସଂରକ୍ଷଣ appeared first on Dharitri Odia News.
ଭୁବନେଶ୍ୱର, ୧୧।୮: ଇଣ୍ଡିଆନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକ୍ଚରର୍ସ ଆସୋସିଏସନ(ଆଇଇଇଏମ୍ଏ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ଓଡ଼ିଶା ପାୱାର କନ୍କ୍ଲେଭ-୨୦୨୪ର ପ୍ରଥମ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ସରକାରୀ ଅଧିକାରୀ, ଶିଳ୍ପ ଅଂଶୀଦାର, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପପତିମାନେ ଏକାଠି ହୋଇଥିଲେ। ଏପରିକି ଗ୍ରୀନ୍ ହାଇଡ୍ରୋଜେନ୍/ଆମୋନିଆ ଉତ୍ପାଦନ ଏବଂ ପମ୍ପେଡ୍ ଷ୍ଟୋରେଜ୍ ପ୍ଲାଣ୍ଟ (ପିଏସ୍ପି) ମାଧ୍ୟମରେ ଶକ୍ତି ସଂରକ୍ଷଣ ସହ ସୌର ଓ ପବନ ଶକ୍ତିର ଉପଯୋଗ ଉପରେ ବିଶେଷ ଗୁରୁତ୍ୱଦେବା ସହ ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ହବ୍ରେ ପରିଣତ ହେବା ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ଏହି କନ୍କ୍ଲେଭ୍ ଜରିଆରେ କରାଯାଇଥିଲା। ୨୦୩୦ ସୁଦ୍ଧା ରାଜ୍ୟରେ ୧୦,୦୦୦ ମେଗାୱାଟ୍ ଅକ୍ଷୟ ଶକ୍ତିର କ୍ଷମତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଉଦ୍ଘାଟନୀ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାଞ୍ଚଳରେ ଆଇଇଇଏମ୍ଏର ପ୍ରୟାସକୁ ସ୍ବୀକୃତିଦେବା ସହ ପ୍ରଥମ ଥର ପାଇଁ ଓଡ଼ିଶା ପାୱାର କନ୍କ୍ଲେଭ୍ ଆୟୋଜନ କରିଥିବାରୁ ଆଇଇଇଏମ୍ଏକୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଏହି କ୍ଷେତ୍ରର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଘୋଷଣା ସହ ସାରା ରାଜ୍ୟରେ ଶକ୍ତିକ୍ଷେତ୍ରର ସମ୍ପ୍ରସାରଣ ଏବଂ ତାଲିମପ୍ରାପ୍ତ କର୍ମଚାରୀମାନେ ସମ୍ଭାବନାର ଉପଯୋଗ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିଛନ୍ତି।
The post ପିଏସ୍ପି ମାଧ୍ୟମରେ ଶକ୍ତି ସଂରକ୍ଷଣ appeared first on Dharitri Odia News.