ଭାଜପା ୱାଶିଂମେସିନରେ ଯିଏ ଯାଏ ସିଏ ସଫା, ଯିଏ ନ ଯାଏ ସିଏ ଅଳିଆ: ଖାର୍ଗେ

ନୂଆଦିଲ୍ଲୀ,୧।୨: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଏହି ଟାର୍ଗେଟ୍‌ ଅଧିକ ହୋଇଛି। ଜମି ଜାଲିଆତି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ସାତ ଘଣ୍ଟାରୁ ଅଧିକ ସମୟ ପଚରାଉଚରା ପରେ ଇଡି ବୁଧବାର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା […] The post ଭାଜପା ୱାଶିଂମେସିନରେ ଯିଏ ଯାଏ ସିଏ ସଫା, ଯିଏ ନ ଯାଏ ସିଏ ଅଳିଆ: ଖାର୍ଗେ appeared first on Dharitri Odia News.

ଭାଜପା ୱାଶିଂମେସିନରେ ଯିଏ ଯାଏ ସିଏ ସଫା, ଯିଏ ନ ଯାଏ ସିଏ ଅଳିଆ: ଖାର୍ଗେ

ନୂଆଦିଲ୍ଲୀ,୧।୨: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଏହି ଟାର୍ଗେଟ୍‌ ଅଧିକ ହୋଇଛି। ଜମି ଜାଲିଆତି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ସାତ ଘଣ୍ଟାରୁ ଅଧିକ ସମୟ ପଚରାଉଚରା ପରେ ଇଡି ବୁଧବାର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ତାଙ୍କୁ ଇଡି କାର୍ଯ୍ୟାଳୟକୁ ନିଆଯାଇଥିଲା ଏବଂ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଗିରଫ କରାଯାଇଥିଲା।କ୍‌
ହେମନ୍ତ ସୋରେନଙ୍କ ଇସ୍ତଫା ଏବଂ ଗିରଫ ପରେ ବିରୋଧୀ ଆଲାଇନ୍ସ ଇଣ୍ଡିଆର ବରିଷ୍ଠ ନେତାମାନେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ସାଧାରଣ ସଚିବ ସୀତାରାମ ୟେଚୁରୀ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାର ଏବଂ ଦ୍ରାବିଡା ମୁନ୍ନେତ୍ରା କାଜାଗାମ (ଡିଏମକେ) ନେତା ଟିଆର ବାଲୁ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଥିଲେ। ସେ କହିଛନ୍ତି, ଯିଏ ମୋଦି ଜିଙ୍କ ସହ ଯାଇ ନାହାଁନ୍ତି ସେ ଜେଲ ଯିବେ। ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଇଡି ଲାଗୁ କରିବା ଏବଂ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ସଂଘୀୟତା ପାଇଁ ଏକ ଝଟକା।
ଖାର୍ଗେ କହିଛନ୍ତି, PMLA ର ବ୍ୟବସ୍ଥାକୁ ବିରୋଧ କରି ବିରୋଧୀଦଳର ନେତାମାନଙ୍କୁ ଭୟଭୀତ କରିବା ହେଉଛି ଭାଜପାର ଟୁଲ କିଟର ଏକ ଅଂଶ। ଷଡଯନ୍ତ୍ରର ଅଂଶ ଭାବରେ ବିରୋଧୀ ସରକାରଙ୍କୁ ଗୋଟିଏ ପରେ ଗୋଟିଏ ଅସ୍ଥିର କରିବା ପାଇଁ ଭାଜପାର କାର୍ଯ୍ୟ ଜାରି ରହିଛି। ସେ ଆହୁରି ମଧ୍ୟ ଭାଜପା ଉପରେ ଆକ୍ରମଣ କରି କହିଛନ୍ତି, ଯାହା ଭାଜପାର ୱାଶିଂ ମେସିନରେ ଯିଏ ପ୍ରବେଶ କରିଛି ସେ ସଫା ହୋଇ ବାହାରୁଛି, ଯିଏ ଯାଇ ନାହିଁ ସେ ଅଳିଆ। ଯଦି ଗଣତନ୍ତ୍ରକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ପଡିବ ତେବେ ଭାଜପାିକୁ ପରାସ୍ତ ହେବାକୁ ପଡିବ।

The post ଭାଜପା ୱାଶିଂମେସିନରେ ଯିଏ ଯାଏ ସିଏ ସଫା, ଯିଏ ନ ଯାଏ ସିଏ ଅଳିଆ: ଖାର୍ଗେ appeared first on Dharitri Odia News.