ବୋଲେରୋ ଧକ୍କାରେ ଚାଲିଗଲା ଫେରିବାଲାଙ୍କ ଜୀବନ

ଧରାକୋଟ,୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ କୁସରାବ ଛକରେ ଶୁକ୍ରବାର ଏକ ବୋଲେରୋ ଗାଡି ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଶେଖ ମିରଜ। ମିରଜ ସାଇକେଲରେ ଯାଉଥିବା ବେଳେ ଧରାକୋଟରୁ ଆସିକା ଅଭିମୁଖେ ଯାଉଥିବା ବୋଲେରୋ (ଓଡ଼ି ୦୭ ଏଟି ୫୨୩୫) ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ମିରଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବୋଲେରୋରେ ଥିବା ଯୋଗେନ୍ଦ୍ର ସେଠୀ ଗୁରୁତର ଆହତ ହୋଇଥିବାରୁ […] The post ବୋଲେରୋ ଧକ୍କାରେ ଚାଲିଗଲା ଫେରିବାଲାଙ୍କ ଜୀବନ appeared first on Dharitri Odia News.

ବୋଲେରୋ ଧକ୍କାରେ ଚାଲିଗଲା ଫେରିବାଲାଙ୍କ ଜୀବନ

ଧରାକୋଟ,୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ କୁସରାବ ଛକରେ ଶୁକ୍ରବାର ଏକ ବୋଲେରୋ ଗାଡି ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଶେଖ ମିରଜ।

ମିରଜ ସାଇକେଲରେ ଯାଉଥିବା ବେଳେ ଧରାକୋଟରୁ ଆସିକା ଅଭିମୁଖେ ଯାଉଥିବା ବୋଲେରୋ (ଓଡ଼ି ୦୭ ଏଟି ୫୨୩୫) ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ମିରଜଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବୋଲେରୋରେ ଥିବା ଯୋଗେନ୍ଦ୍ର ସେଠୀ ଗୁରୁତର ଆହତ ହୋଇଥିବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଧରାକୋଟ ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

The post ବୋଲେରୋ ଧକ୍କାରେ ଚାଲିଗଲା ଫେରିବାଲାଙ୍କ ଜୀବନ appeared first on Dharitri Odia News.