ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବଙ୍କ ପରଲୋକ…
ଓ୍ବିଣ୍ଡହ୍ବେକ,୪।୨ : ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବ ୮୨ ବର୍ଷ ବୟସରେ ଦେହାନ୍ତ ଘଟିଛିି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ଗେନଗୋବ ରବିବାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛି ସପ୍ତାହ ପୂର୍ବରୁ କର୍କଟ ରୋଗରେ ପୀଡିତ ଥିଲେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟରରେ ଏକ ପୋଷ୍ଟରେ ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିନାହିଁ। ପ୍ରକାଶ ଥାଉକି, ସେ ରାଜଧାନୀ ଓ୍ବିଣ୍ଡହ୍ବେକର ଥିବା ଲେଡି ପୋହମ୍ବା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ମାସ […] The post ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବଙ୍କ ପରଲୋକ… appeared first on Dharitri Odia News.
ଓ୍ବିଣ୍ଡହ୍ବେକ,୪।୨ : ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବ ୮୨ ବର୍ଷ ବୟସରେ ଦେହାନ୍ତ ଘଟିଛିି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ଗେନଗୋବ ରବିବାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛି ସପ୍ତାହ ପୂର୍ବରୁ କର୍କଟ ରୋଗରେ ପୀଡିତ ଥିଲେ।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟରରେ ଏକ ପୋଷ୍ଟରେ ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିନାହିଁ। ପ୍ରକାଶ ଥାଉକି, ସେ ରାଜଧାନୀ ଓ୍ବିଣ୍ଡହ୍ବେକର ଥିବା ଲେଡି ପୋହମ୍ବା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ମାସ ଆରମ୍ଭରେ, ସେ କର୍କଟ ଚିକିତ୍ସା ପାଇଁ ଆମେରିକା ଯାଉଥିବାର ଖବର ଆସିଥିଲା।
୨୦୧୪ରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ସର୍ବସାଧାରଣରେ ଘୋଷଣା କରିଥିଲେ ସେ ପ୍ରୋଷ୍ଟେଟ କର୍କଟକୁ ପରାସ୍ତ କରିଛନ୍ତି। ପରବର୍ତ୍ତୀ ବର୍ଷ ସେ ନାମିବିଆର ରାଷ୍ଟ୍ରପତି ହୋଇଥିଲେ। ବର୍ତ୍ତମାନ ଚଳିତ ବର୍ଷ ଶେଷରେ ନାମିବିଆରେ ପୁଣି ଥରେ ରାଷ୍ଟ୍ରପତି ଏବଂ ସଂସଦ ନିର୍ବାଚନ ଅନୁଷ୍ଠିତ ହେବ।
The post ନାମ୍ବିଆ ରାଷ୍ଟ୍ରପତି ହେଗ ଗେନଗୋବଙ୍କ ପରଲୋକ… appeared first on Dharitri Odia News.