ନୀତୀଶ ସରକାରଙ୍କୁ ପାଟନା ହାଇକୋର୍ଟଙ୍କ ଝଟ୍କା
ପାଟନା,୨୦ା୬: ପାଟନା ହାଇକୋର୍ଟ ନୀତୀଶ ସରକାରଙ୍କୁ ଏକ ଝଟ୍କା ଦେଇଛନ୍ତି। ଇବିସି, ଏସ୍ସି, ଏବଂ ଏସ୍ଟି ପାଇଁ ୬୫% ସଂରକ୍ଷଣକୁ ରଦ୍ଦ କରିଦିଆଯାଇଛି। ପାଟନା ହାଇକୋର୍ଟ ବିହାର ସଂରକ୍ଷଣ ସମ୍ବନ୍ଧୀୟ ଆଇନକୁ ବାତିଲ କରିଛନ୍ତି। ବିହାର ସରକାର ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ୫୦%ରୁ ୬୫%କୁ ବୃଦ୍ଧି କରିଥିଲେ। ଯାହାକୁ ହାଇକୋର୍ଟ ବାତିଲ କରିଛନ୍ତି। ଏହି ମାମଲାରେ ପାଟନା ହାଇକୋର୍ଟ ଗୌରବ କୁମାର ଏବଂ ଅନ୍ୟମାନଙ୍କ […] The post ନୀତୀଶ ସରକାରଙ୍କୁ ପାଟନା ହାଇକୋର୍ଟଙ୍କ ଝଟ୍କା appeared first on Dharitri Odia News.
ପାଟନା,୨୦ା୬: ପାଟନା ହାଇକୋର୍ଟ ନୀତୀଶ ସରକାରଙ୍କୁ ଏକ ଝଟ୍କା ଦେଇଛନ୍ତି। ଇବିସି, ଏସ୍ସି, ଏବଂ ଏସ୍ଟି ପାଇଁ ୬୫% ସଂରକ୍ଷଣକୁ ରଦ୍ଦ କରିଦିଆଯାଇଛି। ପାଟନା ହାଇକୋର୍ଟ ବିହାର ସଂରକ୍ଷଣ ସମ୍ବନ୍ଧୀୟ ଆଇନକୁ ବାତିଲ କରିଛନ୍ତି। ବିହାର ସରକାର ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ୫୦%ରୁ ୬୫%କୁ ବୃଦ୍ଧି କରିଥିଲେ। ଯାହାକୁ ହାଇକୋର୍ଟ ବାତିଲ କରିଛନ୍ତି।
ଏହି ମାମଲାରେ ପାଟନା ହାଇକୋର୍ଟ ଗୌରବ କୁମାର ଏବଂ ଅନ୍ୟମାନଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିଶନର ଶୁଣାଣି କରିଥିଲେ। ଶୁଣାଣି ପରେ ହାଇକୋର୍ଟ ଏହି ନିଷ୍ପତ୍ତି ୧୧ ମାର୍ଚ୍ଚ ୨୦୨୪ ପାଇଁ ସଂରକ୍ଷିତ ରଖିଥିଲେ ଯାହା ଗୁରୁବାର ଘୋଷଣା କରାଯାଇଛି। ପ୍ରଧାନ ବିଚାରପତି କେ.ଭି ଚନ୍ଦ୍ରନଙ୍କ ଡିଭିଜନ ବେଞ୍ଚ ଗୌରବ କୁମାର ଏବଂ ଅନ୍ୟମାନଙ୍କ ଆବେଦନ ଉପରେ ଦୀର୍ଘଦିନ ଧରି ଶୁଣାଣି କରିଥିଲେ। ଆଡ୍ଭୋକେଟ ଜେନେରାଲ ପି.କେ ଶାହି ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢ଼ିଥିଲେ। ଏହି ଶ୍ରେଣୀର ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ଅଭାବରୁ ରାଜ୍ୟ ସରକାର ଏହି ସଂରକ୍ଷଣ ପ୍ରଦାନ କରିଛନ୍ତି ବୋଲି ସେ କୋର୍ଟଙ୍କୁ କହିଛନ୍ତି। ଆନୁପାତିକ ଭିତ୍ତିରେ ରାଜ୍ୟ ସରକାର ଏହି ସଂରକ୍ଷଣ ପ୍ରଦାନ କରିନାହାନ୍ତି।
The post ନୀତୀଶ ସରକାରଙ୍କୁ ପାଟନା ହାଇକୋର୍ଟଙ୍କ ଝଟ୍କା appeared first on Dharitri Odia News.