ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଉଦ୍ଧବ ଠାକ୍ରେ
ନୂଆଦିଲ୍ଲୀ,୧୩।୧୦: ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ସକାଳେ ହାର୍ଟରେ ବ୍ଳକେଜ ଚିହ୍ନଟ ହେବା ପରେ ତାଙ୍କର ସର୍ଜରୀ କରାଯାଇଛି। ବର୍ତ୍ତମାନ ତାଙ୍କର ଚେକ୍ ଅପ୍ ଚାଲିଛି। ନିକଟରେ ଦଶହରା ଅବସରରେ ଉଦ୍ଧବ ଠାକରେ ଏକ ରାଲିକୁ ସଂଵୋଧିତ କରିଥିଲେ, ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଇସାରା ଇସାରାରେ ଟାର୍ଗେଟ କରିଥିଲେ। ଏଥିସହିତ ସେ ଘୋଷଣା […] The post ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଉଦ୍ଧବ ଠାକ୍ରେ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧୦: ଶିବସେନା (ୟୁବିଟି) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ସକାଳେ ହାର୍ଟରେ ବ୍ଳକେଜ ଚିହ୍ନଟ ହେବା ପରେ ତାଙ୍କର ସର୍ଜରୀ କରାଯାଇଛି। ବର୍ତ୍ତମାନ ତାଙ୍କର ଚେକ୍ ଅପ୍ ଚାଲିଛି।
ନିକଟରେ ଦଶହରା ଅବସରରେ ଉଦ୍ଧବ ଠାକରେ ଏକ ରାଲିକୁ ସଂଵୋଧିତ କରିଥିଲେ, ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଇସାରା ଇସାରାରେ ଟାର୍ଗେଟ କରିଥିଲେ। ଏଥିସହିତ ସେ ଘୋଷଣା କରିଥିଲେ କି ଯଦି ସେ ଆଗାମୀ ନିର୍ବାଚନରେ ବିଜୟୀ ହୁଅନ୍ତି ପ୍ରତି ଜିଲାରେ ଶିବ ମନ୍ଦିର ନିର୍ମାଣ କରିବେ।
ସେହିପରି ସିନ୍ଧୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ହୋଇଥିବା ଦୁର୍ନୀତିକୁ ସେ ଦୃଢ ସମାଲୋଚନା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବୁଝିବା ଉଚିତ ଯେ ଛତ୍ରପତି ଶିବାଜୀ ମହାରାଜ ଭୋଟ୍ ପାଇବା ପାଇଁ ଇଭିଏମ୍ ନୁହଁନ୍ତି।
The post ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଉଦ୍ଧବ ଠାକ୍ରେ appeared first on Dharitri Odia News.