ସାମାନ୍ୟ ବର୍ଷାରେ ରାସ୍ତା ଶୋଚନୀୟ

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ର ପାଣିଛତ୍ରରୁ ଜମୁର୍‌ ରାସ୍ତା ଶୋଚନୀୟ ହୋଇ ପଡିଛି। ସାମାନ୍ୟ ବର୍ଷାରେ ରାସ୍ତାର ଦୁରାବସ୍ଥା ଆହୁରି ବଢି ଯାଉଛି। ରବିବାର ବର୍ଷା ହେବା ପରେ ଏହି ରାସ୍ତାରେ ଏଭଳି ସ୍ଥିତି ଉପୁଜିଛି। ଦୀର୍ଘଦିନ ଧରି ଏଠାରେ ଏହି ସମସ୍ୟା ଲାଗି ରହିଛି। ଫଳରେ ଲୋକେ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଗାତ ହୋଇଥିବା ବେଳେ ବର୍ଷା ହେଲେ ସେହି ଗାତରେ ପାଣି ଜମି ରହୁଛି । ଫଳରେ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର […] The post ସାମାନ୍ୟ ବର୍ଷାରେ ରାସ୍ତା ଶୋଚନୀୟ appeared first on Dharitri Odia News.

ସାମାନ୍ୟ ବର୍ଷାରେ ରାସ୍ତା ଶୋଚନୀୟ

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ର ପାଣିଛତ୍ରରୁ ଜମୁର୍‌ ରାସ୍ତା ଶୋଚନୀୟ ହୋଇ ପଡିଛି। ସାମାନ୍ୟ ବର୍ଷାରେ ରାସ୍ତାର ଦୁରାବସ୍ଥା ଆହୁରି ବଢି ଯାଉଛି। ରବିବାର ବର୍ଷା ହେବା ପରେ ଏହି ରାସ୍ତାରେ ଏଭଳି ସ୍ଥିତି ଉପୁଜିଛି। ଦୀର୍ଘଦିନ ଧରି ଏଠାରେ ଏହି ସମସ୍ୟା ଲାଗି ରହିଛି। ଫଳରେ ଲୋକେ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ଗାତ ହୋଇଥିବା ବେଳେ ବର୍ଷା ହେଲେ ସେହି ଗାତରେ ପାଣି ଜମି ରହୁଛି । ଫଳରେ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବର୍ଷାଋତୁ ପୂର୍ବରୁ ଏହି ରାସ୍ତାର ସ୍ଥାୟୀ ମରାମତି ତଥା ଉନ୍ନତିକରଣ ପାଇଁ ଅଞ୍ଚଳବାସୀଙ୍କ ଦାବି ହୋଇଛି।

The post ସାମାନ୍ୟ ବର୍ଷାରେ ରାସ୍ତା ଶୋଚନୀୟ appeared first on Dharitri Odia News.