୪୩ ଅଭିଯୋଗରେ ସୀମିତ ରହିଲା ଅଭିଯୋଗ ଶୁଣାଣି
ଥୁଆମୂଳ ରାମପୁର,୧୧ା୧୧ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସୋମବାର ଅନୁଷ୍ଠିତ ଅଭିଯୋଗ ଶୁଣାଣି ମାତ୍ର ୪୩ ଅଭିଯୋଗରେ ସୀମିତ ରହିଛି। ଶିବିରରେ ଜିଲାପାଳ ପାୱାର ସଚିନ ପ୍ରକାଶ, ସଦର ଏସ୍ଡିପିଓ ସୁନାରାମ ହେମ୍ବ୍ରମଙ୍କ ସମେତ ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ୪୩ ଅଭିଯୋଗ ମଧ୍ୟରୁ ୧୩ଟି ସାମୂହିକ ଓ ୧୩ଟି ବ୍ୟକ୍ତିଗତ ରହିଥିଲା। ସେହିଭଳି ଥୁଆମୂଳ ରାମପୁର ଓ କଲମପୁର ବ୍ଲକର ସେତୁ କୁହାଯାଉଥିବା ସିଙ୍ଗାରିଘାଟି ରାସ୍ତାର ଦୟନୀୟ ସ୍ଥିତି ନେଇ […] The post ୪୩ ଅଭିଯୋଗରେ ସୀମିତ ରହିଲା ଅଭିଯୋଗ ଶୁଣାଣି appeared first on Dharitri Odia News.
ଥୁଆମୂଳ ରାମପୁର,୧୧ା୧୧ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସୋମବାର ଅନୁଷ୍ଠିତ ଅଭିଯୋଗ ଶୁଣାଣି ମାତ୍ର ୪୩ ଅଭିଯୋଗରେ ସୀମିତ ରହିଛି। ଶିବିରରେ ଜିଲାପାଳ ପାୱାର ସଚିନ ପ୍ରକାଶ, ସଦର ଏସ୍ଡିପିଓ ସୁନାରାମ ହେମ୍ବ୍ରମଙ୍କ ସମେତ ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ୪୩ ଅଭିଯୋଗ ମଧ୍ୟରୁ ୧୩ଟି ସାମୂହିକ ଓ ୧୩ଟି ବ୍ୟକ୍ତିଗତ ରହିଥିଲା। ସେହିଭଳି ଥୁଆମୂଳ ରାମପୁର ଓ କଲମପୁର ବ୍ଲକର ସେତୁ କୁହାଯାଉଥିବା ସିଙ୍ଗାରିଘାଟି ରାସ୍ତାର ଦୟନୀୟ ସ୍ଥିତି ନେଇ ମଧ୍ୟ ଜନସାଧାରଣ ଅଭିଯୋଗ କରିଥିଲେ। ବ୍ଲକର ବହୁ ପୁରାତନ ଦୁଇ ପୋଖରୀର ପଙ୍କ ଉଦ୍ଧାର ନେଇ ଅନେକ ମହିଳା ଅଭିଯୋଗ କରିଥିଲେ। ସହରରେ ଷ୍ଟ୍ରିଟ ଲାଇଟ ଲଗାଇବା ଓ ପୂର୍ବ ଲାଗିଥିବା ସୋଲାର ଷ୍ଟ୍ରିଟ ଲାଇଟ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରିବାକୁ ଲୋକେ ଦରଖାସ୍ତ ଦେଇଥିଲେ। ଏ ସମ୍ପର୍କରେ ଜିଲାପାଳ ପ୍ରକାଶଙ୍କ ପ୍ରତିକ୍ରିୟା ନେବାରୁ ବହୁଶୀଘ୍ର ସିଙ୍ଗାରି ରାସ୍ତା ପାଇଁ ଟେଣ୍ଡର ହୋଇ କାମ ହେବ ବୋଲି ସୂଚନା ଦେବା ସହ ତାଙ୍କ ପାଖକୁ ଯାହା ଅଭିଯୋଗ ଯାଇଛି ତା’ର ଯଥାସମ୍ଭବ ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ।
The post ୪୩ ଅଭିଯୋଗରେ ସୀମିତ ରହିଲା ଅଭିଯୋଗ ଶୁଣାଣି appeared first on Dharitri Odia News.