ସତର୍କ କରୁଛି, ଜୀବନ ବଞ୍ଚାଉଛି ପାଣିପାଗ ପୂର୍ବାନୁମାନ
ଭୁବନେଶ୍ୱର,୨୩।୩(ଅନୁରାଧା ମହାରଣା): ୧୯୫୦ ମାର୍ଚ୍ଚ ୨୩ରେ ଜାତିସଂଘ ଦ୍ବାରା ବିଶ୍ବ ପାଣିପାଗ ସଂଗଠନ ପ୍ରତିଷ୍ଠା ହୋଇଥିଲା। ତେବେ ୧୯୬୧ ମସିହାରୁ ପ୍ରତିବର୍ଷ ଏହିଦିନକୁ ବିଶ୍ବ ପାଣିପାଗ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜର ସୁରକ୍ଷା ଓ କଲ୍ୟାଣ ପାଇଁ ପାଣିପାଗ ଓ ଜଳବିଜ୍ଞାନ ସେବାର ଅବଦାନ ସମ୍ପର୍କରେ ଏହି ଦିବସ ମନେ ପକାଇଦିଏ। ବିଶ୍ବ ପାଣିପାଗ ସଂଗଠନର ତଥ୍ୟ ସଂଗ୍ରହ ବିନା ଦୈନନ୍ଦିନ ପାଣିପାଗ ପୂର୍ବାନୁମାନ ପାଇବା ଅସମ୍ଭବ। ଖାଦ୍ୟ ନିରାପତ୍ତା, ଜଳସ୍ରୋତ, ପରିବହନ ଓ […] The post ସତର୍କ କରୁଛି, ଜୀବନ ବଞ୍ଚାଉଛି ପାଣିପାଗ ପୂର୍ବାନୁମାନ appeared first on Dharitri Odia News.
ଭୁବନେଶ୍ୱର,୨୩।୩(ଅନୁରାଧା ମହାରଣା): ୧୯୫୦ ମାର୍ଚ୍ଚ ୨୩ରେ ଜାତିସଂଘ ଦ୍ବାରା ବିଶ୍ବ ପାଣିପାଗ ସଂଗଠନ ପ୍ରତିଷ୍ଠା ହୋଇଥିଲା। ତେବେ ୧୯୬୧ ମସିହାରୁ ପ୍ରତିବର୍ଷ ଏହିଦିନକୁ ବିଶ୍ବ ପାଣିପାଗ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜର ସୁରକ୍ଷା ଓ କଲ୍ୟାଣ ପାଇଁ ପାଣିପାଗ ଓ ଜଳବିଜ୍ଞାନ ସେବାର ଅବଦାନ ସମ୍ପର୍କରେ ଏହି ଦିବସ ମନେ ପକାଇଦିଏ।
ବିଶ୍ବ ପାଣିପାଗ ସଂଗଠନର ତଥ୍ୟ ସଂଗ୍ରହ ବିନା ଦୈନନ୍ଦିନ ପାଣିପାଗ ପୂର୍ବାନୁମାନ ପାଇବା ଅସମ୍ଭବ। ଖାଦ୍ୟ ନିରାପତ୍ତା, ଜଳସ୍ରୋତ, ପରିବହନ ଓ ଗମନାଗମନ କ୍ଷେତ୍ରରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ପୂର୍ବ ସୂଚନା ମିଳୁଥିବାରୁ ଜନଜୀବନକୁ ବିଶେଷ କ୍ଷତିଗ୍ରସ୍ତ ହେବାକୁ ପଡ଼େନାହିଁ। ବିଶ୍ୱ ପାଣିପାଗ ସଂଗଠନ ଯୋଗୁ ବର୍ଷା, ଝଡ଼, ବାତ୍ୟା ଓ ବନ୍ୟା ଆଦି ସମ୍ପର୍କରେ ସୂଚନା ପାଇ ଲୋକେ ସଚେତନ ହୋଇପାରୁଛନ୍ତି। ଆଗୁଆ ସତର୍କ ହୋଇଯାଉଥିବାରୁ କ୍ଷୟକ୍ଷତି ଟଳି ଯାଉଛି ବା କମ୍ ହେଉଛି। ତେଣୁ ଚଳିତବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘ଆଟ୍ ଦ ଫ୍ରଣ୍ଟ୍ ଲାଇନ୍ ଅଫ୍ କ୍ଲାଇମେଟ୍ ଆକ୍ସନ’।
‘ଅଙ୍ଗାରକାମ୍ଳ ବାହାର କରୁଥିବା ମାନବକୃତ ପ୍ରକ୍ରିୟା ଉପରେ ରୋକ ଲଗାଯାଉ’
ଜଳବାୟୁ ପରିବର୍ତ୍ତନର ମନୁଷ୍ୟକୃତ କାରଣ ଅଧିକ ରହୁଛି। ସବୁଜଗୃହ ପ୍ରଭାବ ଅଧିକ କ୍ଷତିକାରକ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଆମ କାର୍ଯ୍ୟକଳାପରେ ସୁଧାର ଆଣିବା ନିହାତି ଦରକାର। ତେବେ ଜଳବାୟୁ ପରିବର୍ତ୍ତନଜନିତ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ୪ଟି ଦିଗ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରଥମେ ପାଣିପାଗ ସ୍ଥିତି ସଂକ୍ରାନ୍ତରେ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଠିକ୍ ଆକଳନ କରାଯିବା ଦ୍ୱାରା ଅନେକ ସମସ୍ୟା ଏଡ଼ାଇ ଦିଆଯାଇପାରେ। ଅନ୍ୟ ୩ଟି ହେଲା ପାଣିପାଗଜନିତ ବିପର୍ଯ୍ୟୟର ଠିକ୍ ମୁକାବିଲା, ବିପର୍ଯ୍ୟୟ ରୋକିବାର ପ୍ରୟାସ ଏବଂ ପରିବେଶ ସୁରକ୍ଷା। ତେବେ ଅଙ୍ଗାରକାମ୍ଳ ବାହାରୁ ଥିବା ବିଭିନ୍ନ ମାନବକୃତ ପ୍ରକ୍ରିୟା ଉପରେ ରୋକ ଲଗାଇବା ହିଁ ସର୍ବଶ୍ରେଷ୍ଠ ମାଧ୍ୟମ।
-ଡ. ମୃତ୍ୟୁଞ୍ଜୟ ମହାପାତ୍ର, ଡିଜି, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
‘ପାଣିପାଗର ଠିକ୍ ସୂଚନା ପ୍ରଦାନ ଜରୁରୀ’
ଆମେ ସମସ୍ତେ ସଚେତନ ହେଲେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ସହଜ ହୋଇପାରିବ। ପାଣିପାଗ ସମ୍ପର୍କିତ ଠିକ୍ ସୂଚନା ପାଇପାରିଲେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଅନେକ ଧନଜୀବନ ସୁରକ୍ଷିତ ରହିପାରିବ। ତେଣୁ ବର୍ତ୍ତମାନ ପାକିସ୍ତାନ, ଇଣ୍ଡୋନେସିଆ, ମାଲେସିଆ ଭଳି ଦେଶଗୁଡ଼ିକ ଏଥିପାଇଁ ଭାରତ ଉପରେ ନିର୍ଭରଶୀଳ। ତେବେ ଠିକ୍ ପାଣିପାଗ ନିର୍ଣ୍ଣୟ ସହ ଗ୍ଲୋବାଲ ଓ୍ବାର୍ମିଂରୁ ପରିବେଶକୁ ସୁରକ୍ଷିତ ରଖିବା ମଧ୍ୟ ନିତାନ୍ତ ଆବଶ୍ୟକ।
-ଉମାଶଙ୍କର ଦାଶ,
ପାଣିପାଗ ବିଶେଷଜ୍ଞ
The post ସତର୍କ କରୁଛି, ଜୀବନ ବଞ୍ଚାଉଛି ପାଣିପାଗ ପୂର୍ବାନୁମାନ appeared first on Dharitri Odia News.