ବହୁ ପ୍ରତୀକ୍ଷାର ଅନ୍ତ, ବ୍ରହ୍ମପୁର ଏମ୍ପି ପ୍ରତିନିଧି ଭାବେ ମନୋନୀତ ହେଲେ ରଞ୍ଜନ
ଗଞ୍ଜାମ,୧୧ା୬(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ପୂରିଛି ଏକ ବର୍ଷ। ନିର୍ବାଚନ ପରଠାରୁ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଏମ୍ପିଙ୍କ ପ୍ରତିନିଧି ଆଶାୟୀ ଥିବା ବେଳେ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମର ରଞ୍ଜନ କୁମାର ତରାଇ ବ୍ରହ୍ମପୁର ଲୋକ ସଭା ଏମ୍ପିଙ୍କ ଗଞ୍ଜାମ ବ୍ଲକ ପ୍ରତିନିଧି ମନୋନୀତ ହୋଇଥିବା ଜଣାପଡ଼ିଛି। ରଞ୍ଜନ ଭାଜପାର ଜଣେ ଟାଣୁଆ ଯୁବ ସଂଗଠକ ଭାବେ ବେଶ ଜଣାଶୁଣା। ଏମ୍ପି ପ୍ରତିନିଧି ଘୋଷଣା ହେବା ପରେ ବ୍ଲକର ସବୁ ପଞ୍ଚାୟତର ବିଭିନ୍ନ ଗ୍ରାମର କିଭଳି […] The post ବହୁ ପ୍ରତୀକ୍ଷାର ଅନ୍ତ, ବ୍ରହ୍ମପୁର ଏମ୍ପି ପ୍ରତିନିଧି ଭାବେ ମନୋନୀତ ହେଲେ ରଞ୍ଜନ appeared first on Dharitri Odia News.
ଗଞ୍ଜାମ,୧୧ା୬(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ପୂରିଛି ଏକ ବର୍ଷ। ନିର୍ବାଚନ ପରଠାରୁ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ଏମ୍ପିଙ୍କ ପ୍ରତିନିଧି ଆଶାୟୀ ଥିବା ବେଳେ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମର ରଞ୍ଜନ କୁମାର ତରାଇ ବ୍ରହ୍ମପୁର ଲୋକ ସଭା ଏମ୍ପିଙ୍କ ଗଞ୍ଜାମ ବ୍ଲକ ପ୍ରତିନିଧି ମନୋନୀତ ହୋଇଥିବା ଜଣାପଡ଼ିଛି। ରଞ୍ଜନ ଭାଜପାର ଜଣେ ଟାଣୁଆ ଯୁବ ସଂଗଠକ ଭାବେ ବେଶ ଜଣାଶୁଣା। ଏମ୍ପି ପ୍ରତିନିଧି ଘୋଷଣା ହେବା ପରେ ବ୍ଲକର ସବୁ ପଞ୍ଚାୟତର ବିଭିନ୍ନ ଗ୍ରାମର କିଭଳି ଉନ୍ନୟନ ହୋଇପାରିବ। ସେଥିପ୍ରତି ଦୃଷ୍ଟି ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ଦଳର ସମସ୍ତଙ୍କ ସହ ସୁସମ୍ପର୍କ ରଖି କାମ କରିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏମ୍ପି ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ରଞ୍ଜନଙ୍କ ନାମ ଘୋଷଣା ପରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତଥା ପ୍ରଦୀପଙ୍କ ଏକାନ୍ତ ଆନୁଗତ୍ୟଙ୍କୁ ଶକ୍ତ ଧକ୍କା ଲାଗିଥିବା ସହରରେ ଚର୍ଚ୍ଚା ଜୋର ଧରିଛି।
The post ବହୁ ପ୍ରତୀକ୍ଷାର ଅନ୍ତ, ବ୍ରହ୍ମପୁର ଏମ୍ପି ପ୍ରତିନିଧି ଭାବେ ମନୋନୀତ ହେଲେ ରଞ୍ଜନ appeared first on Dharitri Odia News.