ଡିସେମ୍ବର ୧ରେ କଂସ ଚୟନ

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୫ ଜାନୁୟାରୀ ୩ତାରିଖରୁ ଆରମ୍ଭ ହେବ। ଏଥର କଂସ ଅଭିନେତା ଚୟନ ହେବାକୁ ଯାଉଥିବାରୁ ଏହି ମହୋତ୍ସବରେ କାହା ଭାଗ୍ୟରେ କଂସ ଅଭିନୟର ସୁଯୋଗ ଜୁଟିବ ତାକୁ ସଭିଁଏ ଚାହିଁ ବସିଛନ୍ତି। ଆସନ୍ତା ଡିସେମ୍ବର ୪ତାରିଖରେ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ କଂସ ଚୟନ କରାଯିବ ବୋଲି ଜଣାପଡିଛି। ତେବେ ଏପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ସମିତି ସେ ନେଇ ତାରିଖ ଘୋଷଣା କରି ନ ଥିବାବେଳେ […] The post ଡିସେମ୍ବର ୧ରେ କଂସ ଚୟନ appeared first on Dharitri Odia News.

ଡିସେମ୍ବର ୧ରେ କଂସ ଚୟନ

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ୨୦୨୫ ଜାନୁୟାରୀ ୩ତାରିଖରୁ ଆରମ୍ଭ ହେବ। ଏଥର କଂସ ଅଭିନେତା ଚୟନ ହେବାକୁ ଯାଉଥିବାରୁ ଏହି ମହୋତ୍ସବରେ କାହା ଭାଗ୍ୟରେ କଂସ ଅଭିନୟର ସୁଯୋଗ ଜୁଟିବ ତାକୁ ସଭିଁଏ ଚାହିଁ ବସିଛନ୍ତି। ଆସନ୍ତା ଡିସେମ୍ବର ୪ତାରିଖରେ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ କଂସ ଚୟନ କରାଯିବ ବୋଲି ଜଣାପଡିଛି। ତେବେ ଏପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ସମିତି ସେ ନେଇ ତାରିଖ ଘୋଷଣା କରି ନ ଥିବାବେଳେ ଡିସେମ୍ବର ୧ତାରିଖରେ ବରଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ କଂସ ଚୟନ ହେବ ବୋଲି ସୂଚନା ମିଳିଛି।

ସାଧାରଣତଃ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପ୍ରତି ୩ବର୍ଷରେ ଥରେ କଂସ ଅଭିନେତା ଚୟନ ହୋଇଥାନ୍ତି। ଗତ ୨୦୨୨ରେ କଂସ ଅଭିନେତା ଚୟନ ହୋଇଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟରତ ହୃଷୀକେଶ ଭୋଇ ସେତେବେଳେ ପ୍ରଥମ ସ୍ଥାନ ଅଧିକାର କରି କଂସ ଅଭିନୟ ପାଇଁ ଚୟନ ହୋଇଥିଲେ ଏବଂ ଆସନ୍ତା ଧନୁଯାତ୍ରା ତାଙ୍କ ପାଇଁ ଶେଷ ସୁଯୋଗ ଥିଲା। କିନ୍ତୁ ଲାଞ୍ଚ ନେଇ ସେ ବିବାଦୀୟ ହୋଇ ପଡ଼ିବାରୁ ଧନୁଯାତ୍ରା ମହୋତ୍ସବ ସମିତି ତାଙ୍କୁ ଏଥର କଂସ ଅଭିନୟରୁ ବାଦ୍‌ ଦେଇଛି। ଅନ୍ୟପକ୍ଷେ ଗତ ୨୦୨୨ରେ ହୋଇଥିବା କଂସ ଚୟନ ପ୍ରକ୍ରିୟାରେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଥିବା ୪କଳାକାରଙ୍କ ମଧ୍ୟରୁ ଜଣଙ୍କୁ କଂସ ଅଭିନୟର ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ପ୍ରଧାନ, ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର ଏବଂ ସୁଶିଲ କୁମାର ମେହେର ରହିଛନ୍ତି। ଫଳରେ ଆସନ୍ତା ୧ ତାରିଖରେ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ସେମାନଙ୍କ ମଧ୍ୟରୁ ଯିଏ ପ୍ରଥମ ସ୍ଥାନ ଅଧିକାର କରିବେ, ସେ ହିଁ ଆସନ୍ତା ଧନୁଯାତ୍ରାରେ ବର୍ଷକ ପାଇଁ କଂସ ଅଭିନୟ କରିବେ ବୋଲି ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ କୁହାଯାଇଛି।

The post ଡିସେମ୍ବର ୧ରେ କଂସ ଚୟନ appeared first on Dharitri Odia News.