ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା

ଭୁବନେଶ୍ୱର, ୨3।୧(ଅସମାପିକା ସାହୁ):ବିଜେଡିର ପରିବାର ସମ୍ପର୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏ ବିଜେଡି ପକ୍ଷରୁ ଏହି ଅଭିଯାନ ଚାଲିବ। ପରିବାର ସହ ନେତା ଓ କର୍ମକର୍ତ୍ତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ବିଜେଡି ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସେମାନଙ୍କ ଭଲମନ୍ଦ ବୁଝି ସହଯୋଗ କରିବେ। […] The post ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା appeared first on Dharitri Odia News.

ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା

ଭୁବନେଶ୍ୱର, ୨3।୧(ଅସମାପିକା ସାହୁ):ବିଜେଡିର ପରିବାର ସମ୍ପର୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏ ବିଜେଡି ପକ୍ଷରୁ ଏହି ଅଭିଯାନ ଚାଲିବ। ପରିବାର ସହ ନେତା ଓ କର୍ମକର୍ତ୍ତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି। ବିଜେଡି ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସେମାନଙ୍କ ଭଲମନ୍ଦ ବୁଝି ସହଯୋଗ କରିବେ। ଫେବୃଆରୀ ମଧ୍ୟ ଭାଗ କିମ୍ବା ଶେଷ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଏହା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ମତଦାତାଙ୍କ ପାଖରେ ପହଞ୍ଚତ୍ବାକୁ ଲକ୍ଷ୍ୟ ରଖିଛି। ଏନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପ୍ରତି ପରିବାର ସହିତ ପୂର୍ବରୁ ସମ୍ପର୍କ ରହିଛି। ଏହାକୁ ଆହୁରି ନିବିଡ଼ କରିବା ସହ ପରିବାରର ଆବଶ୍ୟକତା ସମ୍ପର୍କରେ ଜାଣିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି। ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ସୁବିଧା ମିଳୁଛି କି ନାହିଁ, ସେ ସମ୍ପର୍କରେ ତଥ୍ୟ ନେବା ପାଇଁ ଦଳୀୟ କର୍ମକର୍ତ୍ତା ପରିବାର ପାଖରେ ପହଞ୍ଚତ୍ବେ। ସମାଜର ସବୁବର୍ଗଙ୍କୁ ଏଥିରେ ସମ୍ପୃକ୍ତ କରିବାର ସୁଯୋଗ ମିଳିବ। ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ନବୀନ ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚତ୍ବ। ଜାନୁଆରୀ ୨୩ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଦଳ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯିବ।

The post ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା appeared first on Dharitri Odia News.