ସେବି ନିକଟରେ ହିରୋ ଫିନ୍କର୍ପର ଡିଆର୍ଏଚ୍ପି ଦାଖଲ
ନୂଆଦିଲ୍ଲୀ,୬।୮: ହିରୋ ଫିନକର୍ପ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ବା ଆଇପିଓ ଘୋଷଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିକି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କମ୍ପାନୀ ପକ୍ଷରୁ ଡ୍ରାଫ୍ଟ ରେଡ୍ ହାୟରିଂ ପ୍ରସପେକ୍ଟସ (ଡିଆରଏଚ୍ପି) ଦାଖଲ କରାଯାଇଛି। ସେହିଭଳି କମ୍ପାନୀ ଆଇପିଓ ଜରିଆରେ ଇକ୍ୱିଟି ଶେୟାର ଜାରି କରି ୩୬୬୮.୧୩ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରହିଛି। ଏଥିରୁ କମ୍ପାନୀ ୨୧୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ଶେୟାର ଜାରି […] The post ସେବି ନିକଟରେ ହିରୋ ଫିନ୍କର୍ପର ଡିଆର୍ଏଚ୍ପି ଦାଖଲ appeared first on Dharitri Odia News.
ନୂଆଦିଲ୍ଲୀ,୬।୮: ହିରୋ ଫିନକର୍ପ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ବା ଆଇପିଓ ଘୋଷଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିକି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କମ୍ପାନୀ ପକ୍ଷରୁ ଡ୍ରାଫ୍ଟ ରେଡ୍ ହାୟରିଂ ପ୍ରସପେକ୍ଟସ (ଡିଆରଏଚ୍ପି) ଦାଖଲ କରାଯାଇଛି। ସେହିଭଳି କମ୍ପାନୀ ଆଇପିଓ ଜରିଆରେ ଇକ୍ୱିଟି ଶେୟାର ଜାରି କରି ୩୬୬୮.୧୩ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରହିଛି। ଏଥିରୁ କମ୍ପାନୀ ୨୧୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ଶେୟାର ଜାରି କରିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୧୫୬୮.୧୩ କୋଟି ଟଙ୍କାର ଇକ୍ୱିଟି ଶେୟାର ବିକ୍ରି କରିବେ। ଉଲ୍ଲେଖଯୋଗ୍ୟ, ହିରୋ ଫିନକର୍ପ ହେଉଛି ଏକ ଅଣ ବ୍ୟାଙ୍କିଙ୍ଗ ଆର୍ଥତ୍କ ସଂସ୍ଥା ଯାହା ମୁଖ୍ୟତଃ ଭାରତର ଖୁଚୁରା ବର୍ଗର ଗ୍ରାହକ ଏବଂ ଦ୍ରୁତ ଗତିରେ ସଂଗଠିତ ହେଉଥିବା ଏମ୍ଏସ୍ଏମ୍ଇ ଗ୍ରାହକ ବର୍ଗଙ୍କ ବିବିଧ ଆର୍ଥତ୍କ ଆବଶ୍ୟକତାକୁ ପୂରଣ କରୁଛି। କମ୍ପାନୀ ଏମଏସଏମଇ ଓ ସିଆଇଏଫ ଋଣ ପ୍ରଦାନ କରୁଛି। ଏହାର ଖୁଚୁରା ଋଣରେ ଗାଡ଼ି, ବ୍ୟକ୍ତିଗତ ଓ ବନ୍ଧକ ଋଣ ଆଦି ସାମିଲ ରହିଛି। ସେହିଭଳି କମ୍ପାନୀ ଦୀର୍ଘସ୍ଥାୟୀ ହିରୋ ବ୍ରାଣ୍ଡ ଅଧୀନରେ ପରିଚାଳିତ ହେଉଛି ଏବଂ ଏହାର ପ୍ରମୋଟର ହିରୋ ମୋଟୋକର୍ପ ଲିମିଟେଡର ଦୀର୍ଘସ୍ଥାୟୀ କର୍ପୋରେଟ ଐତିହ୍ୟର ଲାଭ ପାଉଛି। ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, କମ୍ପାନୀ ତାହାକୁ ଭବିଷ୍ୟତରେ କମ୍ପାନୀର ବ୍ୟବସାୟ ଅଭିବୃଦ୍ଧିରୁ ଋଣ ପାଇଁ ହେବାକୁ ଥିବା ଚାହିଦା ଲାଗି ପୁଞ୍ଜି ଆବଶ୍ୟକତା ପୂରଣ କରିବା ନିମନ୍ତେ ଟାୟାର-୧ କ୍ୟାପିଟାଲ ଆଧାର ବଢ଼ାଇବାରେ ବ୍ୟବହାର କରିବ। ନିୟମିତ ବ୍ୟବଧାନରେ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରୁଥିବା ପୁଞ୍ଜି ସ୍ବଚ୍ଛଳତା ହାର ନିୟମକୁ ପାଳନ କରିବାକୁ ପଡ଼ିଥାଏ। କମ୍ପାନୀର ଇକ୍ୱିଟି ଶେୟାରକୁ ବିଏସଇ ଲିମିଟେଡ ଓ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି।
The post ସେବି ନିକଟରେ ହିରୋ ଫିନ୍କର୍ପର ଡିଆର୍ଏଚ୍ପି ଦାଖଲ appeared first on Dharitri Odia News.