ରଥଯାତ୍ରା ପାଇଁ ଗଡ଼ିବ ୩୧୫ ସ୍ବତନ୍ତ୍ର ଟ୍ରେନ୍‌: ମନ୍ତ୍ରୀ

ନୂଆଦିଲ୍ଲୀ/ପୁରୀ,୨୮।୬: ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାକୁ ନେଇ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ୩୧୫ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ଆଲୋଚନା ପରେ ସେ ଏନେଇ ଜଣାଇଛନ୍ତି। ତେବେ ଟ୍ରେନ୍‌ଗୁଡ଼ିକ ରାଜ୍ୟର ସମସ୍ତ ଅଞ୍ଚଳକୁ ପହଞ୍ଚିବ। ଏହାଛଡ଼ା ୧୫ ହଜାର ଯାତ୍ରୀ ରହିବା ଭଳି ଟେଣ୍ଟ ଲଗାଯିବ ବୋଲି […] The post ରଥଯାତ୍ରା ପାଇଁ ଗଡ଼ିବ ୩୧୫ ସ୍ବତନ୍ତ୍ର ଟ୍ରେନ୍‌: ମନ୍ତ୍ରୀ appeared first on Dharitri Odia News.

ରଥଯାତ୍ରା ପାଇଁ ଗଡ଼ିବ ୩୧୫ ସ୍ବତନ୍ତ୍ର ଟ୍ରେନ୍‌: ମନ୍ତ୍ରୀ

ନୂଆଦିଲ୍ଲୀ/ପୁରୀ,୨୮।୬: ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହାକୁ ନେଇ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ୩୧୫ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ଆଲୋଚନା ପରେ ସେ ଏନେଇ ଜଣାଇଛନ୍ତି। ତେବେ ଟ୍ରେନ୍‌ଗୁଡ଼ିକ ରାଜ୍ୟର ସମସ୍ତ ଅଞ୍ଚଳକୁ ପହଞ୍ଚିବ। ଏହାଛଡ଼ା ୧୫ ହଜାର ଯାତ୍ରୀ ରହିବା ଭଳି ଟେଣ୍ଟ ଲଗାଯିବ ବୋଲି ରେଳ ମନ୍ତ୍ରୀ କହିଛନ୍ତି।

ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ମାଝି ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ଅଛନ୍ତି। ଏହି ଗସ୍ତରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ି ନୂଆ ଓଡ଼ିଶା ଗଠନ ପାଇଁ ଆଗାମୀ ୫ ବର୍ଷରେ କାର୍ଯ୍ୟକ୍ରମ ହେବା ନେଇ
ଆଲୋଚନା କରୁଛନ୍ତି।

The post ରଥଯାତ୍ରା ପାଇଁ ଗଡ଼ିବ ୩୧୫ ସ୍ବତନ୍ତ୍ର ଟ୍ରେନ୍‌: ମନ୍ତ୍ରୀ appeared first on Dharitri Odia News.