ସାର ନାହାନ୍ତି ସ୍କୁଲରେ, ପିଲା ବୁଲୁଛନ୍ତି ବାହାରେ । ଖେଳାଖେଳିରେ ସରୁଛି ବିଦ୍ୟାଳୟ ସମୟ
କନକ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଶିକ୍ଷାଦାନ ସମୟରେ ଛାତ୍ରଛାତ୍ରୀ ସ୍କୁଲ ବାହାରେ ବୁଲୁଛନ୍ତି। କିଏ ପୋଖରୀ ହୁଡ଼ାରେ, ତ ଆଉ କିଏ ଗଛମୂଳେ ବସି ଗପ କରୁଛି। ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ନିଜେ ନିଜର ଶିକ୍ଷକ। ଚଉକି ଉପରେ ଚଢ଼ି କଳାପଟାରେ ଲେଖୁଛନ୍ତି। ସାଙ୍ଗ ସାଥିଙ୍କ ମଧ୍ୟରେ ଥଟ୍ଟାମଜା ଚାଲିଛି। ଗଞ୍ଜାମ ଧରାକୋଟ ହରିପୁର ବିଦ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଖବର । ହରିପୁରର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୩୦ ଛାତ୍ରଛାତ୍ରୀ ପଢୁଛନ୍ତି। ୧୦ଜଣ ଶିକ୍ଷକ ଓ ଦୁଇ ଜଣ ପିଟି ଶିକ୍ଷକ ଅଛନ୍ତି। କିନ୍ତୁ ସପ୍ତାହରେ ୫ରୁ ୬ ଦିନ ଶିକ୍ଷକମାନେ ବିଦ୍ୟାଳୟକୁ ଆସୁନଥିବା ଅଭିଯୋଗ ହୋଇଛି। ଶିକ୍ଷକ ନଆସିବାରୁ ପିଲାମାନେ ପାଠପଢ଼ା ସମୟରେ ବିଦ୍ୟାଳୟ ବାହାରେ ଏଣେତେଣେ ବୁଲିଥାନ୍ତି। ବିଦ୍ୟାଳୟ କମିଟି ପକ୍ଷରୁ ନିୟୋଜିତ ଅସ୍ଥାୟୀ ଶିକ୍ଷୟତ୍ରୀଙ୍କ ଭରସାରେ ହିଁ ଶିକ୍ଷାଦାନ ଚାଲିଥିବା ଅଭିଯୋଗ ହୋଇଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି, ପିଲାମାନେ ସ୍କୁଲ ପଛପଟକୁ ଶୌଚ ପାଇଁ ଯାଉଛନ୍ତି। ସବୁଠାରୁ ବଡ଼ କଥା ହେଲା ସ୍କୁଲଟି ପୂର୍ବ ସରକାରଙ୍କ ଫାଇଭ-ଟିରେ ରୁପାନ୍ତରିତ ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ରହିଛି। କିନ୍ତୁ ସେଥିରେ ତାଲା ଝୁଲୁଛି। କେବଳ ହରିପୁର ନୁହେଁ ଧରାକୋଟ ବ୍ଲକର ଅନ୍ୟ ବିଦ୍ୟାଳୟର ବି ସମାନ ଅବସ୍ଥା। ପ୍ରାୟ ସ୍କୁଲକୁ ଶିକ୍ଷକମାନେ ନିୟ

କନକ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଶିକ୍ଷାଦାନ ସମୟରେ ଛାତ୍ରଛାତ୍ରୀ ସ୍କୁଲ ବାହାରେ ବୁଲୁଛନ୍ତି। କିଏ ପୋଖରୀ ହୁଡ଼ାରେ, ତ ଆଉ କିଏ ଗଛମୂଳେ ବସି ଗପ କରୁଛି। ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ନିଜେ ନିଜର ଶିକ୍ଷକ। ଚଉକି ଉପରେ ଚଢ଼ି କଳାପଟାରେ ଲେଖୁଛନ୍ତି। ସାଙ୍ଗ ସାଥିଙ୍କ ମଧ୍ୟରେ ଥଟ୍ଟାମଜା ଚାଲିଛି। ଗଞ୍ଜାମ ଧରାକୋଟ ହରିପୁର ବିଦ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଖବର ।
ହରିପୁରର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୩୦ ଛାତ୍ରଛାତ୍ରୀ ପଢୁଛନ୍ତି। ୧୦ଜଣ ଶିକ୍ଷକ ଓ ଦୁଇ ଜଣ ପିଟି ଶିକ୍ଷକ ଅଛନ୍ତି। କିନ୍ତୁ ସପ୍ତାହରେ ୫ରୁ ୬ ଦିନ ଶିକ୍ଷକମାନେ ବିଦ୍ୟାଳୟକୁ ଆସୁନଥିବା ଅଭିଯୋଗ ହୋଇଛି। ଶିକ୍ଷକ ନଆସିବାରୁ ପିଲାମାନେ ପାଠପଢ଼ା ସମୟରେ ବିଦ୍ୟାଳୟ ବାହାରେ ଏଣେତେଣେ ବୁଲିଥାନ୍ତି। ବିଦ୍ୟାଳୟ କମିଟି ପକ୍ଷରୁ ନିୟୋଜିତ ଅସ୍ଥାୟୀ ଶିକ୍ଷୟତ୍ରୀଙ୍କ ଭରସାରେ ହିଁ ଶିକ୍ଷାଦାନ ଚାଲିଥିବା ଅଭିଯୋଗ ହୋଇଛନ୍ତି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି, ପିଲାମାନେ ସ୍କୁଲ ପଛପଟକୁ ଶୌଚ ପାଇଁ ଯାଉଛନ୍ତି।
ସବୁଠାରୁ ବଡ଼ କଥା ହେଲା ସ୍କୁଲଟି ପୂର୍ବ ସରକାରଙ୍କ ଫାଇଭ-ଟିରେ ରୁପାନ୍ତରିତ ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ରହିଛି। କିନ୍ତୁ ସେଥିରେ ତାଲା ଝୁଲୁଛି। କେବଳ ହରିପୁର ନୁହେଁ ଧରାକୋଟ ବ୍ଲକର ଅନ୍ୟ ବିଦ୍ୟାଳୟର ବି ସମାନ ଅବସ୍ଥା। ପ୍ରାୟ ସ୍କୁଲକୁ ଶିକ୍ଷକମାନେ ନିୟମିତ ଆସୁନଥିବା ଅଭିଯୋଗ ହୋଇଛି। ଆଉ ମାସ କେଇଟା ପରେ ଦଶମ ବୋର୍ଡ ପରୀକ୍ଷା। ପାଠପଢ଼ାରେ ଅହେତୁକ ଅବହେଳା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।