ବ୍ୟାପୁଛି ଜଣ୍ଡିସ୍ ଜଣେ ମୃତ ୨ଶହରୁ ଅଧିକ ଆକ୍ରାନ୍ତ : ଗାଁରେ ପହଂଚିଲେ ଡାକ୍ତରୀ ଟିମ

କନକବ୍ୟୁରୋ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ  କନ୍ଧନୟାଗଡ଼, ଚାନ୍ଦପୁର ସମେତ ଜେମାଦେଇପୁର ଅଞ୍ଚଳରେ ଦୃତ ଭାବେ ବ୍ୟାପୁଛି ଜଣ୍ଡିସ। ଜଣ୍ଡିସ ରୋଗରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ଯାକ ପଂଚାୟତର ୨୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ୫୦ରୁ ଅଧିକା ସ୍କୁଲ ପିଲାଙ୍କ ସହିତ ଛୋଟ ଶିଶୁ ମଧ୍ୟ ଆକ୍ରାନ୍ତ ଅଛନ୍ତି । ଜଣ୍ଡିସ ରୋଗ ଆକ୍ରାନ୍ତ ହୋଇ  ଚାନ୍ଦପୁର ଅଞ୍ଚଳର ଜଣେ ମହିଳାଙ୍କ ଜୀବନ ଯାଇଛି । ମୃତ ମହିଳାଙ୍କ ନାମ ପୁଷ୍ପା ସାହୁ ବୟସ ୩୦ ।  ବିଳମ୍ବରେ ହେଉ ପଛେ ସତର୍କ ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ। ଗାଁ ରେ ଡାକ୍ତରୀ ଟିମ୍ ପହଞ୍ଚିଛି । ଲୋକଙ୍କର ରକ୍ତ ନମୁନା ସହ କୂଅ ପୋଖରୀ, ପାଇପ ପାଣିର ମଧ୍ୟ ନମୁନା ସଂଗ୍ରହ କରୁଛି । ଗାଁ ନଳକୂପ ଚାରିପଟେ ଅନବନା ଘାସବୁଦା, ମେଲଣ ପଡିଆ ରାସ୍ତା ପାର୍ଶ୍ବରେ କୁଡକୁଡ ଅଳିଆ ଆବର୍ଜ୍ଜନା ଜମିଛି । ଏହାସହ ପାନୀୟ ଜଳରୁ ଜଣ୍ଡିସ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି 

ବ୍ୟାପୁଛି ଜଣ୍ଡିସ୍ ଜଣେ ମୃତ ୨ଶହରୁ ଅଧିକ ଆକ୍ରାନ୍ତ : ଗାଁରେ ପହଂଚିଲେ ଡାକ୍ତରୀ ଟିମ

କନକବ୍ୟୁରୋ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ  କନ୍ଧନୟାଗଡ଼, ଚାନ୍ଦପୁର ସମେତ ଜେମାଦେଇପୁର ଅଞ୍ଚଳରେ ଦୃତ ଭାବେ ବ୍ୟାପୁଛି ଜଣ୍ଡିସ। ଜଣ୍ଡିସ ରୋଗରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ଯାକ ପଂଚାୟତର ୨୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ୫୦ରୁ ଅଧିକା ସ୍କୁଲ ପିଲାଙ୍କ ସହିତ ଛୋଟ ଶିଶୁ ମଧ୍ୟ ଆକ୍ରାନ୍ତ ଅଛନ୍ତି ।

ଜଣ୍ଡିସ ରୋଗ ଆକ୍ରାନ୍ତ ହୋଇ  ଚାନ୍ଦପୁର ଅଞ୍ଚଳର ଜଣେ ମହିଳାଙ୍କ ଜୀବନ ଯାଇଛି । ମୃତ ମହିଳାଙ୍କ ନାମ ପୁଷ୍ପା ସାହୁ ବୟସ ୩୦ ।  ବିଳମ୍ବରେ ହେଉ ପଛେ ସତର୍କ ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ। ଗାଁ ରେ ଡାକ୍ତରୀ ଟିମ୍ ପହଞ୍ଚିଛି । ଲୋକଙ୍କର ରକ୍ତ ନମୁନା ସହ କୂଅ ପୋଖରୀ, ପାଇପ ପାଣିର ମଧ୍ୟ ନମୁନା ସଂଗ୍ରହ କରୁଛି । ଗାଁ ନଳକୂପ ଚାରିପଟେ ଅନବନା ଘାସବୁଦା, ମେଲଣ ପଡିଆ ରାସ୍ତା ପାର୍ଶ୍ବରେ କୁଡକୁଡ ଅଳିଆ ଆବର୍ଜ୍ଜନା ଜମିଛି । ଏହାସହ ପାନୀୟ ଜଳରୁ ଜଣ୍ଡିସ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି