ବନ୍ଧୁ କହି ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଟ୍ୱିଟରରେ ସେୟାର କଲେ ୪ଟି ଫଟୋ ।

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହୋଇ ସାରିଛି । କମଲା ହାରିସଙ୍କୁ ବହୁ ପପଛରେ ପକାଇ ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ପୁଣିଥରେ ହ୍ବାଇଟ୍ ହାଉସକୁ ଫେରିବେ ଟ୍ରମ୍ପ । ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଦାୟିତ୍ବ ନେବେ ଟ୍ରମ୍ପ। ବିଜୟ ପାଇଁ ମ୍ୟାଜିକ୍ ନମ୍ବର ୨୭୦ ରହିଥିବାବେଳେ ୨୭୭ ଭୋଟ ହାତେଇଛନ୍ତି ଟ୍ରମ୍ପ।  Heartiest congratulations my friend @realDonaldTrump on your historic election victory. As you build on the successes of your previous term, I look forward to renewing our collaboration to further strengthen the India-US Comprehensive Global and Strategic Partnership. Together,… pic.twitter.com/u5hKPeJ3SY — Narendra Modi (@narendramodi) November 6, 2024 ଏହାରି ଭିତରେ ଡୋନାଲ୍ଡ ଟ୍ରମ୍ପକୁ ସାଙ୍ଗ କହି ସମ୍ବୋଧନ କରିବା ସହ ୪ଟି ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ରାଷ୍ଟ୍ରପତି ଥିବା ବେଳେ ଯେଉଁସବୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଐତିହାସିକ

ବନ୍ଧୁ କହି ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଟ୍ୱିଟରରେ ସେୟାର କଲେ ୪ଟି ଫଟୋ ।

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ହୋଇ ସାରିଛି । କମଲା ହାରିସଙ୍କୁ ବହୁ ପପଛରେ ପକାଇ ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ପୁଣିଥରେ ହ୍ବାଇଟ୍ ହାଉସକୁ ଫେରିବେ ଟ୍ରମ୍ପ । ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଦାୟିତ୍ବ ନେବେ ଟ୍ରମ୍ପ। ବିଜୟ ପାଇଁ ମ୍ୟାଜିକ୍ ନମ୍ବର ୨୭୦ ରହିଥିବାବେଳେ ୨୭୭ ଭୋଟ ହାତେଇଛନ୍ତି ଟ୍ରମ୍ପ। 

ଏହାରି ଭିତରେ ଡୋନାଲ୍ଡ ଟ୍ରମ୍ପକୁ ସାଙ୍ଗ କହି ସମ୍ବୋଧନ କରିବା ସହ ୪ଟି ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ରାଷ୍ଟ୍ରପତି ଥିବା ବେଳେ ଯେଉଁସବୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଐତିହାସିକ ବିଜୟ ପାଇଁ ବନ୍ଧୁ ଟ୍ରମ୍ପଙ୍କୁ ଅନେକ ଅନେକ ଅଭିନନ୍ଦନ । ଆଗାମୀ ଦିନରେ ଭାରତ ଓ ଆମେରିକାର ବୈଷୟିକ ବ୍ୟାପାରକୁ ନବୀକରଣ କରିବାକୁ ତତ୍ପର ଅଛି । ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି