ହାଇକୋର୍ଟରେ ଡେଣ୍ଟାଲ୍ ସର୍ଜନ ନିଯୁକ୍ତି ମାମଲା; ମେଧା ତାଲିକାରୁ ୧୧ ଜଣଙ୍କୁ ବାଦ୍ ଦେବାକୁ ଓପିଏସ୍‌ସିର ଆବେଦନ

ଭୁବନେଶ୍ୱର: ଓପିଏସ୍‌ସି ଡେଣ୍ଟାଲ୍ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠରେ ପୂର୍ବ ମେଧା ତାଲିକାରେ ୧୭୧ ଜଣଙ୍କ ମଧ୍ୟରୁ୧୧ ଜଣ ବାଦ ଦିଆଯାଇଛି। ସୁପାରିଶ ତାଲିକାରୁ ସେମାନଙ୍କ ନାମକୁ ପ୍ରତ୍ୟାହାର କରିବା ପାଇଁ ଅଦାଲତଙ୍କୁ ଆବେଦନ କରାଯାଇଛି । ତେବେ ଯେଉଁ ୧୧ଜଣଙ୍କ ନାମକୁ ସଂଶୋଧିତ ମେଧା ତାଲିାକାରୁ ଓପିଏସ୍‌ସି ବାଦ୍ ଦେବାକୁ ହାଇକୋର୍ଟରେ ଅପିଲ୍ କରିଛି ସେମାନେ ନିଯୁକ୍ତି ପାଇ ବର୍ତ୍ତମାନ ଚାକିରିରେ ଅଛନ୍ତି ।ହାଇକୋର୍ଟରେ ମାମଲାର ଶୁଣାଣିବେଳେ ଓପିଏସ୍‌ସି ସଚିବଙ୍କ ପକ୍ଷରୁ ସଂଶୋଧିତ ମେଧା ତାଲିକା ସହ ଅପିଲ୍ ପିଟିସନ୍ ଦାଖଲ କରାଯାଇଛି । ଅନ୍ୟପକ୍ଷରେ ଏହି ମାମଲାରେ ପ୍ରଥମ ମେଧା ତାଲିକାରେ ଚାକିରି ପାଇଥିବା ଡ଼େଣ୍ଟାଲ୍ ସର୍ଜନଙ୍କ ତାଲିକା ହାଇକୋର୍ଟରେ ଦାଖଲ କରିବାକୁ ଅଦାଲତ ସଚିବଙ୍କୁ ଆଦେଶ ଦେଇଥିଲେ । ଆସନ୍ତା ଡିସେମ୍ବର 16 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। 

ହାଇକୋର୍ଟରେ ଡେଣ୍ଟାଲ୍ ସର୍ଜନ ନିଯୁକ୍ତି ମାମଲା; ମେଧା ତାଲିକାରୁ ୧୧ ଜଣଙ୍କୁ ବାଦ୍ ଦେବାକୁ ଓପିଏସ୍‌ସିର ଆବେଦନ

ଭୁବନେଶ୍ୱର: ଓପିଏସ୍‌ସି ଡେଣ୍ଟାଲ୍ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠରେ ପୂର୍ବ ମେଧା ତାଲିକାରେ ୧୭୧ ଜଣଙ୍କ ମଧ୍ୟରୁ୧୧ ଜଣ ବାଦ ଦିଆଯାଇଛି। ସୁପାରିଶ ତାଲିକାରୁ ସେମାନଙ୍କ ନାମକୁ ପ୍ରତ୍ୟାହାର କରିବା ପାଇଁ ଅଦାଲତଙ୍କୁ ଆବେଦନ କରାଯାଇଛି । ତେବେ ଯେଉଁ ୧୧ଜଣଙ୍କ ନାମକୁ ସଂଶୋଧିତ ମେଧା ତାଲିାକାରୁ ଓପିଏସ୍‌ସି ବାଦ୍ ଦେବାକୁ ହାଇକୋର୍ଟରେ ଅପିଲ୍ କରିଛି ସେମାନେ ନିଯୁକ୍ତି ପାଇ ବର୍ତ୍ତମାନ ଚାକିରିରେ ଅଛନ୍ତି ।

ହାଇକୋର୍ଟରେ ମାମଲାର ଶୁଣାଣିବେଳେ ଓପିଏସ୍‌ସି ସଚିବଙ୍କ ପକ୍ଷରୁ ସଂଶୋଧିତ ମେଧା ତାଲିକା ସହ ଅପିଲ୍ ପିଟିସନ୍ ଦାଖଲ କରାଯାଇଛି । ଅନ୍ୟପକ୍ଷରେ ଏହି ମାମଲାରେ ପ୍ରଥମ ମେଧା ତାଲିକାରେ ଚାକିରି ପାଇଥିବା ଡ଼େଣ୍ଟାଲ୍ ସର୍ଜନଙ୍କ ତାଲିକା ହାଇକୋର୍ଟରେ ଦାଖଲ କରିବାକୁ ଅଦାଲତ ସଚିବଙ୍କୁ ଆଦେଶ ଦେଇଥିଲେ । ଆସନ୍ତା ଡିସେମ୍ବର 16 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।