ଭାଙ୍ଗୁଛି ଇଣ୍ଡିଆ ମେଣ୍ଟ! ମ୍ୟୁନିସିପାଲିଟି ଓ ପଞ୍ଚାୟତ ନିର୍ବାଚନରେ ଏକା ଲଢ଼ିବ ଉଦ୍ଧବ ସେନା

ନୂଆଦିଲ୍ଲୀ: ବିଜେପିକୁ ହରାଇବା ପାଇଁ ଏକଜୁଟ ହୋଇଥିବା ଇଣ୍ଡିଆ ମେଣ୍ଟ ଏବେ ଭାଙ୍ଗିବାର ଲାଗିଛି। ପ୍ରଥମେ ଦିଲ୍ଲୀ ଆଉ ଏବେ ମହାରାଷ୍ଟ୍ର। ଦିଲ୍ଲୀରେ ଆପ୍‌ ମେଣ୍ଟରେ ନ ଲଢ଼ି ଏକାକୀ ନିର୍ବାଚନ ଲଢ଼ୁଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ଉଦ୍ଧବ ସେନା ଏକା ମ୍ୟୁନିସିପାଲଟି କର୍ପୋରେସନ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଶନିବାର ଶିବସେନାର ଉଦ୍ଧବ ଗୋଷ୍ଠୀ ଏହି ଘୋଷଣା କରିଛି। ମୁମ୍ବାଇ, ଥାନେ, ନାଗପୁର ଏବଂ ଅନ୍ୟାନ୍ୟ ନଗର ନିଗମ, ଜିଲ୍ଲା ପରିଷଦ ଏବଂ ପଞ୍ଚାୟତରେ ନଗର ନିଗମ ନିର୍ବାଚନ ଏକାକୀ ଲଢ଼ିବ ବୋଲି ଉଦ୍ଧବ ସେନା କହିଛନ୍ତି। ଉଦ୍ଧବ ସେନାର ଏଭଳି ଘୋଷଣା ପରେ ଇଣ୍ଡିଆ ମେଣ୍ଟକୁ ଏକ ଶକ୍ତ ଝଟ୍‌କା ଲାଗିଛି। ଏକାକୀ ନିର୍ବାଚନ ଲଢ଼ିବା ନେଇ ଶିବସେନା ୟୁବିଟି ରାଜ୍ଯସଭା ସାଂସଦ ସଞ୍ଜୟ ରାୱତ କହିଛନ୍ତି “ମେଣ୍ଚରେ ସ୍ୱତନ୍ତ୍ର ଦଳଗୁଡ଼ିକୁ ପ୍ରକୃତ ସୁଯୋଗ ମିଳେ ନାହିଁ। ଯାହା ସାଂଗଠନିକ ବିୃଦ୍ଧିକୁ କ୍ଷତି ପହଞ୍ଚାଇ ଥାଏ। ଆମେ ଆମ ବଳ ଅନୁସାରେ ନିର୍ବାଚନ ଲଢ଼ିବୁ।”କେବଳ ସେତିକି ନୁହେଁ, ମହାରାଷ୍ଟ୍ରରେ ଏପର୍ଯ୍ଯନ୍ତ ଦଳର ସଂଯୋଜକ ନିଯୁକ୍ତି ଦିଆଗଲା ନାହିଁ। ଏହା ଭଲ କଥା ନୁହେଁ ବୋଲି ଶ୍ରୀ ରାୱତ କହିଛନ୍ତି। କଂଗ୍ରେସ ଉପରେ ଦୋଷାରୋପ କହି ସେ କହିଛନ୍ତି ଯେ ଏହା ଭଲ ନୁହେଁ। ମେଣ୍ଟର ସବୁଠାରୁ ବଡ଼ ଦଳ ଭାବରେ, ଏକ ବୈଠକ ଡାକିବା କଂଗ୍ରେସର ଦାୟିତ୍ୱ ଥିଲା।

ଭାଙ୍ଗୁଛି ଇଣ୍ଡିଆ ମେଣ୍ଟ! ମ୍ୟୁନିସିପାଲିଟି ଓ ପଞ୍ଚାୟତ ନିର୍ବାଚନରେ ଏକା ଲଢ଼ିବ ଉଦ୍ଧବ ସେନା

ନୂଆଦିଲ୍ଲୀ: ବିଜେପିକୁ ହରାଇବା ପାଇଁ ଏକଜୁଟ ହୋଇଥିବା ଇଣ୍ଡିଆ ମେଣ୍ଟ ଏବେ ଭାଙ୍ଗିବାର ଲାଗିଛି। ପ୍ରଥମେ ଦିଲ୍ଲୀ ଆଉ ଏବେ ମହାରାଷ୍ଟ୍ର। ଦିଲ୍ଲୀରେ ଆପ୍‌ ମେଣ୍ଟରେ ନ ଲଢ଼ି ଏକାକୀ ନିର୍ବାଚନ ଲଢ଼ୁଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ ଉଦ୍ଧବ ସେନା ଏକା ମ୍ୟୁନିସିପାଲଟି କର୍ପୋରେସନ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। 

ଶନିବାର ଶିବସେନାର ଉଦ୍ଧବ ଗୋଷ୍ଠୀ ଏହି ଘୋଷଣା କରିଛି। ମୁମ୍ବାଇ, ଥାନେ, ନାଗପୁର ଏବଂ ଅନ୍ୟାନ୍ୟ ନଗର ନିଗମ, ଜିଲ୍ଲା ପରିଷଦ ଏବଂ ପଞ୍ଚାୟତରେ ନଗର ନିଗମ ନିର୍ବାଚନ ଏକାକୀ ଲଢ଼ିବ ବୋଲି ଉଦ୍ଧବ ସେନା କହିଛନ୍ତି। ଉଦ୍ଧବ ସେନାର ଏଭଳି ଘୋଷଣା ପରେ ଇଣ୍ଡିଆ ମେଣ୍ଟକୁ ଏକ ଶକ୍ତ ଝଟ୍‌କା ଲାଗିଛି। 

ଏକାକୀ ନିର୍ବାଚନ ଲଢ଼ିବା ନେଇ ଶିବସେନା ୟୁବିଟି ରାଜ୍ଯସଭା ସାଂସଦ ସଞ୍ଜୟ ରାୱତ କହିଛନ୍ତି “ମେଣ୍ଚରେ ସ୍ୱତନ୍ତ୍ର ଦଳଗୁଡ଼ିକୁ ପ୍ରକୃତ ସୁଯୋଗ ମିଳେ ନାହିଁ। ଯାହା ସାଂଗଠନିକ ବିୃଦ୍ଧିକୁ କ୍ଷତି ପହଞ୍ଚାଇ ଥାଏ। ଆମେ ଆମ ବଳ ଅନୁସାରେ ନିର୍ବାଚନ ଲଢ଼ିବୁ।”

କେବଳ ସେତିକି ନୁହେଁ, ମହାରାଷ୍ଟ୍ରରେ ଏପର୍ଯ୍ଯନ୍ତ ଦଳର ସଂଯୋଜକ ନିଯୁକ୍ତି ଦିଆଗଲା ନାହିଁ। ଏହା ଭଲ କଥା ନୁହେଁ ବୋଲି ଶ୍ରୀ ରାୱତ କହିଛନ୍ତି। କଂଗ୍ରେସ ଉପରେ ଦୋଷାରୋପ କହି ସେ କହିଛନ୍ତି ଯେ ଏହା ଭଲ ନୁହେଁ। ମେଣ୍ଟର ସବୁଠାରୁ ବଡ଼ ଦଳ ଭାବରେ, ଏକ ବୈଠକ ଡାକିବା କଂଗ୍ରେସର ଦାୟିତ୍ୱ ଥିଲା।