ପୋଖରୀରୁ କୁନି ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ
ବାରିପଦା,୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଂଜ ଅଞ୍ଚଳର ଏକ ପୋଖରୀ ଭିତରୁ ହାତୀ ଛୁଆର ମୃତଦେହକୁ ବନବିଭାଗ ଉଦ୍ଧାର କରିଛି। ତିନି-ଚାରି ଦିନ ପୁର୍ବରୁ ହାତୀ ଶାବକର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡି ଗ୍ରାମରେ ମୃତଦେହ ମିଳିଛି। କିଛି ଦିନ ହେବ ତିରିଶ ଟିକିଆ ହାତୀପଲ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ପୋଖରୀକୁ ଯାଇଥିବାବେଳେ ଭାସମାନ ଅବସ୍ଥାରେ ହାତୀଛୁଆର ମୃତଦେହ ଦେଖିବାକୁ ପାଇଥିଲେ। ବାଙ୍ଗିରିପୋଷି […] The post ପୋଖରୀରୁ କୁନି ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ appeared first on Dharitri Odia News.
ବାରିପଦା,୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଂଜ ଅଞ୍ଚଳର ଏକ ପୋଖରୀ ଭିତରୁ ହାତୀ ଛୁଆର ମୃତଦେହକୁ ବନବିଭାଗ ଉଦ୍ଧାର କରିଛି। ତିନି-ଚାରି ଦିନ ପୁର୍ବରୁ ହାତୀ ଶାବକର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡି ଗ୍ରାମରେ ମୃତଦେହ ମିଳିଛି। କିଛି ଦିନ ହେବ ତିରିଶ ଟିକିଆ ହାତୀପଲ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ପୋଖରୀକୁ ଯାଇଥିବାବେଳେ ଭାସମାନ ଅବସ୍ଥାରେ ହାତୀଛୁଆର ମୃତଦେହ ଦେଖିବାକୁ ପାଇଥିଲେ। ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀଛୁଆର ବୟସ ଦୁଇ-ତିନି ମାସ ହେବ ବୋଲି ଆକଳନ କରାଯାଉଛି। ବ୍ୟବଚ୍ଛେଦ ପରେ ମୃତର ପ୍ରକୃତ କାରଣ ଜଣାପଡ଼ିବ। ସେପଟେ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲାରେ ବନ୍ୟପ୍ରାଣୀ ସପ୍ତାହ ପାଳିତ ହେଉଥିବାବେଳେ ବନ୍ୟଜନ୍ତୁର ସୁରକ୍ଷାକୁ ନେଇ ଆଶଙ୍କା ଉପୁଜିଛି।
The post ପୋଖରୀରୁ କୁନି ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ appeared first on Dharitri Odia News.