୧ ଜୁଲାଇରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା ! ଏସି ଓ ନନ୍‌-ଏସି ଟିକେଟ୍‌ର ଦାମ୍‌ ବଢାଇବାକୁ ରେଲୱେର ପ୍ରସ୍ତୁତି

ନୂଆଦିଲ୍ଲୀ : ଯଦି ଆପଣ ଟ୍ରେନ୍‌ରେ ଯାତ୍ରା କରନ୍ତି ତ ଆପଣଙ୍କ ପାଇଁ ବଡ଼ ଖବର। ଆସନ୍ତା ମାସରୁ ରେଳ ଯାତ୍ରୀଙ୍କୁ ବଡ଼ ଝଟକା ଲାଗିବାକୁ ଯାଉଛି। ବାସ୍ତବରେ, ଭାରତୀୟ ରେଲୱେ କୋଭିଡ୍‌-୧୯ ମହାମାରୀ ପରେ ପ୍ରଥମ ଥର ଯାତ୍ରୀ ଟ୍ରେନ୍‌ ଭଡ଼ାରେ ବୃଦ୍ଧି କରିବାକୁ ଯାଉଛି। ଭଡ଼ାରେ ସାଧାରଣ ବୃଦ୍ଧି ୧ ଜୁଲାଇ , ୨୦୨୫ରୁ ଲାଗୁ ହେବ। ନନ୍-ଏସି ମେଲ୍‌/ ଏକ୍ସପ୍ରେସ୍‌ ଟ୍ରେନର ଟିକେଟ୍‌ ଦାମ – ଦ ଇକୋନମିକ ଟାଇମ୍ସ ସୂତ୍ରାନୁସାରେ କହିଛି ଯେ, ନନ୍‌-ଏସି ମେଲ/ ଏକ୍ସପ୍ରେସ୍‌ ଟ୍ରେନ୍‌ ପାଇଁ ଯାତ୍ରୀ ଭଡ଼ାରେ ୧ ପଇସା ପ୍ରତି କିଲୋମିଟର ବୃଦ୍ଧି କରାଯିବ। ଏସି କ୍ଲାସ୍‌ ପାଇଁ ଭଡ଼ାରେ ୨ ପଇସା ପ୍ରତି କିଲୋମିଟର ବୃଦ୍ଧି ହେବ। କହି ରଖୁଛୁ କି, ୫୦୦ କିଲୋମିଟରର ଯାତ୍ରା ପାଇଁ ଉପନଗରୀୟ ଟିକେଟ୍‌ ଓ ସେକେଣ୍ଡ କ୍ଲାସର ଯାତ୍ରାର ଭଡ଼ାରେ କୌଣସି ବୃଦ୍ଧି ହେବ ନାହିଁ। ୫୦୦ କିଲୋମିଟରରୁ ଅଧିକ ଦୂରତା ପାଇଁ , ବୃଦ୍ଧି ଅଧା ପଇସା ପ୍ରତି କିଲୋମିଟର ହେବ। ଏହା ବ୍ୟତୀତ , ମାସିକ ସିଜନ ଟିକେଟ୍‌ରେ ମଧ୍ୟ କୌଣସି ବୃଦ୍ଧି ହେବ ନାହିଁ।  ୧ ଜୁଲାଇରୁ ଲାଗୁ ହେବାକୁ ଥିବା ସଂଶୋଧନ ଭଡ଼ା ଏହି ପ୍ରକାରର –  ୧- ଉପନଗରୀୟ ଭଡ଼ାରେ କୌଣସି ବୃଦ୍ଧି ହେବ ନାହିଁ। ୨-ମାସିକ ସିଜନ ଟିକେଟ୍‌ର ଦାମ୍‌ ଅପରିବର୍ତ୍ତିତ ରହିବ।୩-ସେକେଣ୍ଡ କ୍ଲାସରେ ୫୦୦ କିଲୋମିଟର ଯାଏ ଦୂରତ୍ୱ ପାଇଁ ଭଡ଼ାରେ ବୃଦ୍ଧି ହେବ ନାହିଁ। ୪- ସେକେଣ୍ଡ କ୍ଲାସ୍‌ରେ ୫୦୦ କିଲୋମିଟରରୁ ଅଧ

୧ ଜୁଲାଇରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା ! ଏସି ଓ ନନ୍‌-ଏସି ଟିକେଟ୍‌ର ଦାମ୍‌ ବଢାଇବାକୁ ରେଲୱେର ପ୍ରସ୍ତୁତି

ନୂଆଦିଲ୍ଲୀ : ଯଦି ଆପଣ ଟ୍ରେନ୍‌ରେ ଯାତ୍ରା କରନ୍ତି ତ ଆପଣଙ୍କ ପାଇଁ ବଡ଼ ଖବର। ଆସନ୍ତା ମାସରୁ ରେଳ ଯାତ୍ରୀଙ୍କୁ ବଡ଼ ଝଟକା ଲାଗିବାକୁ ଯାଉଛି। ବାସ୍ତବରେ, ଭାରତୀୟ ରେଲୱେ କୋଭିଡ୍‌-୧୯ ମହାମାରୀ ପରେ ପ୍ରଥମ ଥର ଯାତ୍ରୀ ଟ୍ରେନ୍‌ ଭଡ଼ାରେ ବୃଦ୍ଧି କରିବାକୁ ଯାଉଛି। ଭଡ଼ାରେ ସାଧାରଣ ବୃଦ୍ଧି ୧ ଜୁଲାଇ , ୨୦୨୫ରୁ ଲାଗୁ ହେବ। 

ନନ୍-ଏସି ମେଲ୍‌/ ଏକ୍ସପ୍ରେସ୍‌ ଟ୍ରେନର ଟିକେଟ୍‌ ଦାମ – 

ଦ ଇକୋନମିକ ଟାଇମ୍ସ ସୂତ୍ରାନୁସାରେ କହିଛି ଯେ, ନନ୍‌-ଏସି ମେଲ/ ଏକ୍ସପ୍ରେସ୍‌ ଟ୍ରେନ୍‌ ପାଇଁ ଯାତ୍ରୀ ଭଡ଼ାରେ ୧ ପଇସା ପ୍ରତି କିଲୋମିଟର ବୃଦ୍ଧି କରାଯିବ। ଏସି କ୍ଲାସ୍‌ ପାଇଁ ଭଡ଼ାରେ ୨ ପଇସା ପ୍ରତି କିଲୋମିଟର ବୃଦ୍ଧି ହେବ। କହି ରଖୁଛୁ କି, ୫୦୦ କିଲୋମିଟରର ଯାତ୍ରା ପାଇଁ ଉପନଗରୀୟ ଟିକେଟ୍‌ ଓ ସେକେଣ୍ଡ କ୍ଲାସର ଯାତ୍ରାର ଭଡ଼ାରେ କୌଣସି ବୃଦ୍ଧି ହେବ ନାହିଁ। ୫୦୦ କିଲୋମିଟରରୁ ଅଧିକ ଦୂରତା ପାଇଁ , ବୃଦ୍ଧି ଅଧା ପଇସା ପ୍ରତି କିଲୋମିଟର ହେବ। ଏହା ବ୍ୟତୀତ , ମାସିକ ସିଜନ ଟିକେଟ୍‌ରେ ମଧ୍ୟ କୌଣସି ବୃଦ୍ଧି ହେବ ନାହିଁ। 

 ୧ ଜୁଲାଇରୁ ଲାଗୁ ହେବାକୁ ଥିବା ସଂଶୋଧନ ଭଡ଼ା ଏହି ପ୍ରକାରର – 

 ୧- ଉପନଗରୀୟ ଭଡ଼ାରେ କୌଣସି ବୃଦ୍ଧି ହେବ ନାହିଁ। 

୨-ମାସିକ ସିଜନ ଟିକେଟ୍‌ର ଦାମ୍‌ ଅପରିବର୍ତ୍ତିତ ରହିବ।

୩-ସେକେଣ୍ଡ କ୍ଲାସରେ ୫୦୦ କିଲୋମିଟର ଯାଏ ଦୂରତ୍ୱ ପାଇଁ ଭଡ଼ାରେ ବୃଦ୍ଧି ହେବ ନାହିଁ। 

୪- ସେକେଣ୍ଡ କ୍ଲାସ୍‌ରେ ୫୦୦ କିଲୋମିଟରରୁ ଅଧିକର ଦୂରତ୍ୱ ପାଇଁ, ଭଡ଼ା କିଲୋମିଟର ପ୍ରତି ଅଧା ପଇସା ବଢି ଯିବ।

୫- ମେଲ୍‌ ଓ ଏକ୍ସପ୍ରେସ୍‌ (ନନ୍‌-ଏସି) ଟ୍ରେନ୍ ଗୁଡ଼ିକରେ ଭଡ଼ା ୧ ପଇସା ପ୍ରତି କିଲୋମିଟର ବଢି ଯିବ। 

୬- ଏସି କ୍ଲାସ୍‌ରେ ଭଡ଼ା ୨ ପଇସା ପ୍ରତି କିଲୋମିଟର ବଢି ଯିବ।

ତତ୍କାଳ ଟିକେଟ୍‌ ବୁକିଂରେ ବଡ଼ ପରିବର୍ତ୍ତନ – 

କହି ରଖୁଛୁ କି , ଅନଲାଇନ୍‌ ତତ୍କାଳ ଟିକେଟ୍‌ ସିଷ୍ଟମରେ ଦୀର୍ଘ ସମୟରୁ ଚାଲିଥିବା ହେରଫେରକୁ ଦେଖି ନିକଟରେ ରେଲୱେ ତତ୍କାଳ ଟିକେଟ୍‌ର ବୁକିଂ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛି। ୧ ଜୁଲାଇରୁ ତତ୍କାଳ ଟିକେଟ୍‌ ବୁକିଂ ପାଇଁ ଆଧାର ଆଧାରିତ ଓଟିପି ଭେରିଫିକେସନ ବାଧ୍ୟତାମୂଳକ ହେବ। ୧ ଜୁଲାଇ , ୨୦୨୫ରୁ ତତ୍କାଳ ଟ୍ରେନ୍‌ ଟିକେଟ୍‌ ବୁକିଂ ପାଇଁ ଆଧାର ଯାଞ୍ଚ ଅନିବାର୍ଯ୍ୟ କରିଦିଆ ଯାଇଛି। ୧୦ ଜୁନ୍‌, ୨୦୨୫ରେ ଜାରି ଏକ ନିର୍ଦ୍ଦେଶନାମା ମାଧ୍ୟମରେ, ରେଳ ମନ୍ତ୍ରଣାଳୟ ସବୁ ରେଲୱେ ଜୋନ୍‌କୁ ସୂଚିତ କରିଛି ଯେ, ଏହି ନୂଆ ଆବଶ୍ୟକତାର ଉଦ୍ଦେଶ୍ୟ ହେଉଛି ,ତତ୍କାଳ ଯୋଜନାର ଲାଭ ସାଧାରଣ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବାରେ ସୁନିଶ୍ଚିତ କରିବା। ଆପଣଙ୍କୁ ଜଣାଇ ଦେଉଛୁ ଯେ, ସରକାରଙ୍କ ଏହି ନିୟମ ଅନଲାଇନ ବୁକିଂସ ରିଜର୍ଭେସନ କାଉଣ୍ଟର ଓ ଏଜେଣ୍ଟଙ୍କ ମାଧ୍ୟମରେ କରାଯାଇ ଥିବା ବୁକିଂ ପାଇଁ ପ୍ରଯୁଜ୍ୟ ହେବ। ଏହାର ଉଦ୍ଦେଶ୍ୟ ସାଧାରଣ ଲୋକଙ୍କୁ ସହଜରେ ନିଶ୍ଚିତ ତତ୍କାଳ ଟିକେଟ୍‌ ଯୋଗାଇବା।