ବାର୍ହା ଶିକାରୀ ଗିରଫ
ଭୁବନ,୧୬ା୬(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ରବିବାର ଚଢ଼ାଉ କରାଯାଇ ବାର୍ହା ମୃତଦେହ ଜବତ କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ଭୁବନ ଥାନା ଉଷକଣ ଗ୍ରାମ ମାଟିଆ ସାହିର ପ୍ରହଲ୍ଲାଦ ପ୍ରଧାନ (୬୦)। ପ୍ରହଲ୍ଲାଦ ଭୁବନ ନିକଟସ୍ଥ ଭାରତୀ ପାହାଡ଼ ଅଞ୍ଚଳରୁ ବାର୍ହାଟିକୁ ମାରି ଘରକୁ ଆଣୁଥିବା ଖବର ପାଇ ବନବିଭାଗ କର୍ମଚାରୀ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଭୁବନ ରେଞ୍ଜର ରାକେଶ କୁମାର ଦଳେଇ, ଫରେଷ୍ଟର […] The post ବାର୍ହା ଶିକାରୀ ଗିରଫ appeared first on Dharitri Odia News.
ଭୁବନ,୧୬ା୬(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ରବିବାର ଚଢ଼ାଉ କରାଯାଇ ବାର୍ହା ମୃତଦେହ ଜବତ କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ଭୁବନ ଥାନା ଉଷକଣ ଗ୍ରାମ ମାଟିଆ ସାହିର ପ୍ରହଲ୍ଲାଦ ପ୍ରଧାନ (୬୦)। ପ୍ରହଲ୍ଲାଦ ଭୁବନ ନିକଟସ୍ଥ ଭାରତୀ ପାହାଡ଼ ଅଞ୍ଚଳରୁ ବାର୍ହାଟିକୁ ମାରି ଘରକୁ ଆଣୁଥିବା ଖବର ପାଇ ବନବିଭାଗ କର୍ମଚାରୀ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଭୁବନ ରେଞ୍ଜର ରାକେଶ କୁମାର ଦଳେଇ, ଫରେଷ୍ଟର କଳ୍ପନା ବେହେରା ଓ ବନବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ଜବତ ମୃତ ବାର୍ହାକୁ ଭୁବନ ନିକଟସ୍ଥ କଞ୍ଚନବାହାଳ ନର୍ସରୀ ପରିସରରେ ବ୍ୟବଚ୍ଛେଦ ପରେ ଗାତ ଖୋଳି ପୋତା ଯାଇଥିଲା। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
The post ବାର୍ହା ଶିକାରୀ ଗିରଫ appeared first on Dharitri Odia News.