ଲିଙ୍ଗରାଜ ମନ୍ଦିରରେ ଭିଡିଓ କରି ବିବାଦରେ ଶିଳ୍ପା ସେଟ୍ଟୀ

ଭୁବନେଶ୍ୱର,୨୯।୧୦(ବନ୍ଦନା ସେଠୀ): ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ ବିବାଦରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଶିଳ୍ପା ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ତେବେ ସେ ମନ୍ଦିର ଭିତରେ ଫଟୋ ଉଠାଇବା ସହ ଭିଡିଓ କରି ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଜଣାପଡ଼ିଛି। ମନ୍ଦିର ଭିତରେ କିଏ ତାଙ୍କୁ ଫଟୋ ଉଠାଇବାକୁ ଅନୁମତି ଦେଲେ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏପରି କି […] The post ଲିଙ୍ଗରାଜ ମନ୍ଦିରରେ ଭିଡିଓ କରି ବିବାଦରେ ଶିଳ୍ପା ସେଟ୍ଟୀ appeared first on Dharitri Odia News.

ଲିଙ୍ଗରାଜ ମନ୍ଦିରରେ ଭିଡିଓ କରି ବିବାଦରେ ଶିଳ୍ପା ସେଟ୍ଟୀ

ଭୁବନେଶ୍ୱର,୨୯।୧୦(ବନ୍ଦନା ସେଠୀ): ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ ବିବାଦରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଶିଳ୍ପା ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ତେବେ ସେ ମନ୍ଦିର ଭିତରେ ଫଟୋ ଉଠାଇବା ସହ ଭିଡିଓ କରି ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଜଣାପଡ଼ିଛି।

ମନ୍ଦିର ଭିତରେ କିଏ ତାଙ୍କୁ ଫଟୋ ଉଠାଇବାକୁ ଅନୁମତି ଦେଲେ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏପରି କି ଶିଳ୍ପାଙ୍କ ସାଙ୍ଗରେ ଥିବା ସେବାୟତ ଜଣକ ମନ୍ଦିର ଭିତରେ ଫଟୋ ଉଠାଇବା ଏବଂ ଭିଡିଓ ଉତ୍ତୋଳନ ନିଷିଦ୍ଧ ବୋଲି ଜାଣିପାରିଲେନି କି ବୋଲି ଆଲୋଚନା ହେଉଛି। ସାଧାରଣ ଲୋକଙ୍କ ପାଇଁ ଗୋଟେ ନିୟମ ରହିଥିବାବେଳେ ଭିଭିଆଇପିଙ୍କ ପାଇଁ ଅଲଗା ନିୟମ କରାଯାଉଥିବାରୁ ଭକ୍ତମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଫଟୋ ଏବଂ ଭିଡିଓ ଉତ୍ତୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।


The post ଲିଙ୍ଗରାଜ ମନ୍ଦିରରେ ଭିଡିଓ କରି ବିବାଦରେ ଶିଳ୍ପା ସେଟ୍ଟୀ appeared first on Dharitri Odia News.