‘ଚାକିରି ଦିଅ, ନ ହେଲେ ରାସ୍ତା ବନ୍ଦ’
ବାରିପଦା,୧୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ଓ ଭୂମିହୀନଙ୍କୁ ଜମିପଟ୍ଟା ଯୋଗାଇ ଦେବା ଦାବିରେ ମୟୂରଭଞ୍ଜ ଜିଲା ବାରିପଦା ବ୍ଲକ ଅଧୀନ ଶଙ୍ଖାଭଙ୍ଗା ପଞ୍ଚାୟତର ଶତାଧିକ ଜନସାଧାରଣ ସୋମବାର ରାସ୍ତାରୋକୋ କରିଥିଲେ। ରଙ୍ଗମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମୁଖ ରାସ୍ତାରେ ଲୋକେ ବସି ରହି ‘ଆମକୁ ଜମିପଟ୍ଟା ଓ ଚାକିରି ଦିଅ, ନ ହେଲେ ରାସ୍ତା ବନ୍ଦ’ ବୋଲି ନାରା […] The post ‘ଚାକିରି ଦିଅ, ନ ହେଲେ ରାସ୍ତା ବନ୍ଦ’ appeared first on Dharitri Odia News.
ବାରିପଦା,୧୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ଓ ଭୂମିହୀନଙ୍କୁ ଜମିପଟ୍ଟା ଯୋଗାଇ ଦେବା ଦାବିରେ ମୟୂରଭଞ୍ଜ ଜିଲା ବାରିପଦା ବ୍ଲକ ଅଧୀନ ଶଙ୍ଖାଭଙ୍ଗା ପଞ୍ଚାୟତର ଶତାଧିକ ଜନସାଧାରଣ ସୋମବାର ରାସ୍ତାରୋକୋ କରିଥିଲେ। ରଙ୍ଗମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମୁଖ ରାସ୍ତାରେ ଲୋକେ ବସି ରହି ‘ଆମକୁ ଜମିପଟ୍ଟା ଓ ଚାକିରି ଦିଅ, ନ ହେଲେ ରାସ୍ତା ବନ୍ଦ’ ବୋଲି ନାରା ଦେଇଥିଲେ। ଖବରପାଇ ବାରିପଦା ସଦର ଥାନା ଅଧିକାରୀ ଓ ତହସିଲଦାର ପହଞ୍ଚତ୍ ୨ ଦିନ ମଧ୍ୟରେ ଜମିପଟ୍ଟା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।
ସୂଚନାଯୋଗ୍ୟ, ବାରିପଦା ବ୍ଳକ ମୁଖ୍ୟାଳୟରୁ ମାତ୍ର ୬କି.ମି. ଦୂରରେ ଥିବା ଶଙ୍ଖାଭଙ୍ଗା ପଞ୍ଚୟତରେ ୪୦୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏହି ପଞ୍ଚାୟତରେ ଶଙ୍ଖାଭଙ୍ଗା, ରଙ୍ଗାମାଟିଆ, ତାଡକିଶୋଳ, ଗୋପାଳପୁର, ସଢେଇକଳା, ଜାମିରଡିହା, ଗୁଞ୍ଜୁସାହି, ସାରୁଝରଣ, ନୂଆଡିହୀ ଓ ରାଣୀଭୋଳ ରାଜସ୍ବ ଗ୍ରାମ ରହିଛି। ପଞ୍ଚାୟତର ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ମୌଳିକ ସମସ୍ୟାରୁ ବଞ୍ଚତ୍ତ ରହିଛନ୍ତି। ଦୀର୍ଘ ଦିନ ଧରି ଭୂମିହୀନ ଲୋକେ ଜମିପଟ୍ଟା ପାଇଁ ଆବେଦନ କରିଥିଲେ ମଧ୍ୟ ଅଦ୍ୟାବଧି ପଟ୍ଟା ପାଇପାରି ନାହାନ୍ତି। ଏନେଇ ବାରମ୍ବାର ଅଭିଯୋଗ କରି ନିରାଶ ହେବା ସହ ଅଧିକାରୀମାନେ ବିଭିନ୍ନ ପ୍ରକାର ଆଳ ଦେଖାଇ ଲୋକଙ୍କୁ ହଇରାଣ ହରକତ କରୁଛନ୍ତି ବୋଲି ଆନ୍ଦୋଳନକାରୀ ତିଳରାମ ହେମ୍ବ୍ରମ, ଚୈତନ୍ୟ ସୋରେନ ଓ ଜଗନ୍ନାଥ ସୋରେନ ଅଭିଯୋଗ କରିଛନ୍ତି। ସେହିପରି ପଞ୍ଚାୟତରେ ବେକାର ଯୁବତୀ ଯୁବକମାନେ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହ ଥଇଥାନ କରିବାକୁ ଲୋକେ ଦାବି କରିଥିଲେ। ଏହି ସବୁ ଦାବିକୁ ନେଇ ବାଦଲ ହେମ୍ବ୍ରମ, ଅଜ୍ଜୁନ ବାସ୍କେ ଓ ଟିଟୁ ମୁର୍ମୁଙ୍କ ନେତୃତ୍ୱରେ ଶତାଧିକ ମହିଳାପୁରୁଷ ସକାଳ ୯ଟାରୁ ଅରାହ୍ନ ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ଧାରଣା ଦେଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବୁଲାଇ ମୁର୍ମୁ, ବାହାଦୂର ଟୁଡୁ, ବାବୁରାମ ସୋରେନ ପ୍ରମୁଖ ଚେତାବନୀ ଦେଇଛନ୍ତି।
The post ‘ଚାକିରି ଦିଅ, ନ ହେଲେ ରାସ୍ତା ବନ୍ଦ’ appeared first on Dharitri Odia News.