ରାଜ୍ୟରେ ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ ବନ୍ଦ, କଟକରେ ସର୍ବାଧିକ- MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର ୨୮।୦୮ : ରାଜ୍ୟରେ ବନ୍ଦ ହୋଇଛି ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ । ବନ୍ଦ ହୋଇଥିବା ଶିଳ୍ପ ମଧ୍ୟରେ କଟକରେ ସର୍ବାଧିକ ରହିଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଦ୍ୟମ ପୋର୍ଟାଲରେ ମୋଟ ୮ ଲକ୍ଷ ୬୦ ହଜାର ୬୪୯ ଅଣୁ ଶିଳ୍ପ, ୧୪ ହଜାର ୫୦୩ କ୍ଷୁଦ୍ର, ୧୦୮୨ ମଧ୍ୟମ ଉଦ୍ୟୋଗ ଶିଳ୍ପ ପଞ୍ଜୀକୃତ ହୋଇଥିଲା । ସେଥି ମଧ୍ୟରୁ ବିଭିନ୍ନ କାରଣରୁ ୧୫ ହଜାର ୩୧୫ ଶିଳ୍ପ ବନ୍ଦ ରହିଛି । ତାମଧ୍ୟରୁ କଟକରେ ସର୍ବାଧିକ ୨୪୦୨ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଥିବା ବେଳେ ସୁନ୍ଦରଗଡ଼ରେ ୨୦୨୦ ଶିଳ୍ପ, ଖୋର୍ଦ୍ଧାରେ ୧୫୦୪ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଛି । ସେହିପରି ପୁଞ୍ଜିନିବେଶ ହୋଇଛି ୪୫୫ କୋଟି ୮୦ ଲକ୍ଷ । ଯାହାଦ୍ୱାରା ୧ ଲକ୍ଷ ୨୯ ହଜାର ୯୫୦ ଜଣଙ୍କ ନିଯୁକ୍ତି ସୃଷ୍ଟି ହୋଇଛି।
ଭୁବନେଶ୍ୱର ୨୮।୦୮ : ରାଜ୍ୟରେ ବନ୍ଦ ହୋଇଛି ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ । ବନ୍ଦ ହୋଇଥିବା ଶିଳ୍ପ ମଧ୍ୟରେ କଟକରେ ସର୍ବାଧିକ ରହିଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଦ୍ୟମ ପୋର୍ଟାଲରେ ମୋଟ ୮ ଲକ୍ଷ ୬୦ ହଜାର ୬୪୯ ଅଣୁ ଶିଳ୍ପ, ୧୪ ହଜାର ୫୦୩ କ୍ଷୁଦ୍ର, ୧୦୮୨ ମଧ୍ୟମ ଉଦ୍ୟୋଗ ଶିଳ୍ପ ପଞ୍ଜୀକୃତ ହୋଇଥିଲା । ସେଥି ମଧ୍ୟରୁ ବିଭିନ୍ନ କାରଣରୁ ୧୫ ହଜାର ୩୧୫ ଶିଳ୍ପ ବନ୍ଦ ରହିଛି । ତାମଧ୍ୟରୁ କଟକରେ ସର୍ବାଧିକ ୨୪୦୨ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଥିବା ବେଳେ ସୁନ୍ଦରଗଡ଼ରେ ୨୦୨୦ ଶିଳ୍ପ, ଖୋର୍ଦ୍ଧାରେ ୧୫୦୪ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଛି । ସେହିପରି ପୁଞ୍ଜିନିବେଶ ହୋଇଛି ୪୫୫ କୋଟି ୮୦ ଲକ୍ଷ । ଯାହାଦ୍ୱାରା ୧ ଲକ୍ଷ ୨୯ ହଜାର ୯୫୦ ଜଣଙ୍କ ନିଯୁକ୍ତି ସୃଷ୍ଟି ହୋଇଛି।