Air Crash ଭାରତ ପାଇଁ ନୂଆ ନୁହେଁ, ଆସନ୍ତୁ ଜାଣିବା ଭାରତରେ ବଡ଼ ବିମାନ ଦୁର୍ଘଟଣାର ଇତିହାସ

ନୂଆଦିଲ୍ଲୀ ୧୨।୬: ଗୁଜରାଟର ଅହମଦାବାଦରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ ଲାଇନର ଫ୍ଲାଇଟ ସଂଖ୍ୟା ଏଆଇ ୧୭୧ ଟେକଅଫର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଅହମଦାବାଦରୁ ଲଣ୍ଡନ ଯାଉଥିଲା। ବିମାନରେ ୧୨ଜଣ ଚାଳକ ଦଳ ସଦସ୍ୟଙ୍କ ସହ ମୋଟ ୨୪୨ ଜଣ ଯାତ୍ରୀ ଥିଲେ। ଏହି ବିମାନ ଦୁର୍ଘଟଣା ଦେଶରେ ପୁଣି ଥରେ ବିମାନ ଯାତ୍ରା ସୁରକ୍ଷା ଉପରେ ପ୍ରଶ୍ନବାଚୀ ଲଗାଇଛି। ବିଶେଷଜ୍ଞଙ୍କ କହିବା କଥା ହେଉଛି ଟେକଅଫ ଓ ଲ୍ୟାଣ୍ଡିଂ କାଳରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏଭିଏସନ ସେଫ୍ଟି ତଥ୍ୟ ଅନୁସାରେ ୨୦୨୩ରେ ସାରା ବିଶ୍ୱରେ ୧୦୯ଟି ବିମାନ ଦୁର୍ଘଟଣା ହୋଇଥିଲା। ଏଥିରୁ ୩୭ଟି ଟେକଅଫ କାଳରେ ହୋଇଥିଲା। ଭାରତରେ ବିମାନ ଦୁର୍ଘଟଣାର ଇତିହାସ ବେଶ୍ ଦୀର୍ଘ, କିନ୍ତା ଏହା ସହ କିଛି ଦୁଃଖଦ ଘଟଣା ମଧ୍ୟ ରହିଛି। ତେବେ ଆସନ୍ତୁ ଏପର୍ଯ୍ୟନ୍ତ ଭାରତରେ ହୋଇଥିବା ବଡ଼ ବିମାନ ଦୁର୍ଘଟଣା ଉପରେ ନଜର ପକାଇବା। ୧୪ ଜୁନ ୧୯୭୨ ମସିହାରେ ନୂଆଦିଲ୍ଲୀର ପାଲମ ଏୟାରପୋର୍ଟ ନିକଟରେ ଜାପାନ ଏୟାରଲାଇନ୍ସ ଫ୍ଲାଇଟ୍ ୭୭୧ ଲ୍ୟାଣ୍ଡିଂ କରିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୮୨ ଜଣ ବିମାନ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା, ଏହା ସହ ବିମାନଟି ଯେଉଁଠାରେ ପଡିଥିଲା ସେଠାରେ ୩ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ପାଇଁ ଜାପାନ ଫଲସ୍ ଗ୍ଲାଇଡ ପାଥ ସିଗ୍ନାଲକୁ ଦାୟ

Air Crash ଭାରତ ପାଇଁ ନୂଆ ନୁହେଁ, ଆସନ୍ତୁ ଜାଣିବା ଭାରତରେ ବଡ଼ ବିମାନ ଦୁର୍ଘଟଣାର ଇତିହାସ

ନୂଆଦିଲ୍ଲୀ ୧୨।୬: ଗୁଜରାଟର ଅହମଦାବାଦରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ ଲାଇନର ଫ୍ଲାଇଟ ସଂଖ୍ୟା ଏଆଇ ୧୭୧ ଟେକଅଫର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଅହମଦାବାଦରୁ ଲଣ୍ଡନ ଯାଉଥିଲା। ବିମାନରେ ୧୨ଜଣ ଚାଳକ ଦଳ ସଦସ୍ୟଙ୍କ ସହ ମୋଟ ୨୪୨ ଜଣ ଯାତ୍ରୀ ଥିଲେ। ଏହି ବିମାନ ଦୁର୍ଘଟଣା ଦେଶରେ ପୁଣି ଥରେ ବିମାନ ଯାତ୍ରା ସୁରକ୍ଷା ଉପରେ ପ୍ରଶ୍ନବାଚୀ ଲଗାଇଛି। 

ବିଶେଷଜ୍ଞଙ୍କ କହିବା କଥା ହେଉଛି ଟେକଅଫ ଓ ଲ୍ୟାଣ୍ଡିଂ କାଳରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏଭିଏସନ ସେଫ୍ଟି ତଥ୍ୟ ଅନୁସାରେ ୨୦୨୩ରେ ସାରା ବିଶ୍ୱରେ ୧୦୯ଟି ବିମାନ ଦୁର୍ଘଟଣା ହୋଇଥିଲା। ଏଥିରୁ ୩୭ଟି ଟେକଅଫ କାଳରେ ହୋଇଥିଲା। ଭାରତରେ ବିମାନ ଦୁର୍ଘଟଣାର ଇତିହାସ ବେଶ୍ ଦୀର୍ଘ, କିନ୍ତା ଏହା ସହ କିଛି ଦୁଃଖଦ ଘଟଣା ମଧ୍ୟ ରହିଛି। ତେବେ ଆସନ୍ତୁ ଏପର୍ଯ୍ୟନ୍ତ ଭାରତରେ ହୋଇଥିବା ବଡ଼ ବିମାନ ଦୁର୍ଘଟଣା ଉପରେ ନଜର ପକାଇବା। 

୧୪ ଜୁନ ୧୯୭୨ ମସିହାରେ ନୂଆଦିଲ୍ଲୀର ପାଲମ ଏୟାରପୋର୍ଟ ନିକଟରେ ଜାପାନ ଏୟାରଲାଇନ୍ସ ଫ୍ଲାଇଟ୍ ୭୭୧ ଲ୍ୟାଣ୍ଡିଂ କରିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୮୨ ଜଣ ବିମାନ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା, ଏହା ସହ ବିମାନଟି ଯେଉଁଠାରେ ପଡିଥିଲା ସେଠାରେ ୩ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ପାଇଁ ଜାପାନ ଫଲସ୍ ଗ୍ଲାଇଡ ପାଥ ସିଗ୍ନାଲକୁ ଦାୟି କରିଥିଲା। ତେବେ ଯାଞ୍ଚରେ ଭାରତ ଲେଟ୍ ଡାଉନ ପ୍ରକ୍ରିୟାକୁ ଅଣଦେଖା କରାଯିବା ଦୁର୍ଘଟଣାର କାରଣ ବୋଲି କହିଥିଲା। 

୩୧ ମେ ୧୯୭୩ରେ ନୂଆଦିଲ୍ଲୀ ପାଲମ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରୁଥିବା ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ୍ ୪୪୦ଦୁର୍ଘଟଣାରେ ଧ୍ୱଂସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୬୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୪୮ ଜଣଙ୍କର ମୃତ୍ୟୁ ହୋଇଥିଲା। ପାଇଲଟଙ୍କ ସାମାନ୍ୟ ତ୍ରୁଟି ବଡ଼ଧରଣର ବିମାନ ଦୁର୍ଘଟଣା କାରଣ ପାଲଟିଥିଲା। ୧୨ ଅକ୍ଟୋବର ୧୯୭୬ରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ୍ ୧୭୧ମଝି ଆକାଶରେ ଉଡୁଥିବା ବେଳେ ଇଞ୍ଜିନ ଅଚଳ ହୋଇଯାଇଥିଲା। ଏଣୁ ବିମାନରେ ଭୟାନକ ନିଆଁ ଲାଗିଯାଇଥିଲା। ଫଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଯାତ୍ରା କରୁଥିବା ସମସ୍ତ ୯୫ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। 

୧ ଜାନୁୟାରୀ ୧୯୭୮ରେ ଏୟାର ଇଣ୍ଡିଆ ବୋଇଂ ୭୪୭ ଟେକଅଫର ତୁରନ୍ତ ପରେ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ପାଇଁ ପାଇଲଟଙ୍କ ଭୁଲ ଓ ବିମାନ ଇଞ୍ଜିନରେ ତ୍ରୁଟିକୁ ଦାୟି କରାଯାଇଥିଲା। ୧୯ ଅକ୍ଟୋବର ୧୯୮୮ରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ୍ ଆଇସି-୧୧୩ ଅହମଦାବାଦର ସର୍ଦାର ଭଲ୍ଲଭଭାଇ ପଟେଲ ଏୟାରପୋର୍ଟରୁ ଟେକ୍ଅଫ କରିବାର ୨ କିଲୋମିଟର ପରେ କ୍ରାସ ହୋଇଯାଇଥିଲା। ବିମାନରେ ୧୩୫ ଜଣ ଯାତ୍ରୀ ଥିଲେ। ଏଥିରୁ ୧୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମାତ୍ର ୨ ଜଣ ଜୀବିତ ଥିଲେ।