ବିବାହ ଭୋଜିରେ ବଚସାରୁ ସାଙ୍ଗକୁ ହତ୍ୟା, ଦିନକ ପରେ ମିଳିଲା ଶବ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚୟତର ସୁଲେରେଜୁ ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ । ଅର୍ଷାବାଲି ଗ୍ରାମର କିଶୋର ମାଝୀ ଗତ ଶୁକ୍ରବାର ନିଜ ମାମୁଁ ଗାଁ ବାହାଘର ଭୋଜି ପାଇଁ ସୁଲେରେଜୁ ଗ୍ରାମକୁ ଆସିଥିଲା । ଭୋଜି ଖାଇ ସେହି ଦିନ ନିଜ ଘରକୁ ଫେରି ନଥିଲେ । ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରି ଦିନକ ପରେ ଏକ […] The post ବିବାହ ଭୋଜିରେ ବଚସାରୁ ସାଙ୍ଗକୁ ହତ୍ୟା, ଦିନକ ପରେ ମିଳିଲା ଶବ appeared first on Odisha.News.

ବିବାହ ଭୋଜିରେ ବଚସାରୁ ସାଙ୍ଗକୁ ହତ୍ୟା, ଦିନକ ପରେ ମିଳିଲା ଶବ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚୟତର ସୁଲେରେଜୁ ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ । ଅର୍ଷାବାଲି ଗ୍ରାମର କିଶୋର ମାଝୀ ଗତ ଶୁକ୍ରବାର ନିଜ ମାମୁଁ ଗାଁ ବାହାଘର ଭୋଜି ପାଇଁ ସୁଲେରେଜୁ ଗ୍ରାମକୁ ଆସିଥିଲା । ଭୋଜି ଖାଇ ସେହି ଦିନ ନିଜ ଘରକୁ ଫେରି ନଥିଲେ । ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରି ଦିନକ ପରେ ଏକ ବିଲରୁ ଉଦ୍ଧାର କରିଥିଲେ ପୁଅର ମୃତ ଶରୀର I ଶନିବାର ଦିନ ବେଲଘର ଥାନାରେ ଏହି ସଂକ୍ରାନ୍ତିରେ ଏତଲା ଦେଇଥିଲେ ପରିବାର ଲୋକ । ଘଟଣା ସ୍ଥଳରେ ପୋଲିସ ପହଁଚି ପ୍ରାଥମିକ ତଦନ୍ତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡିଛି । ଦିନବେଳା ଭୋଜିରେ ଅନ୍ୟ ୨ ବନ୍ଧୁଙ୍କ ସହ କୌଣସି କାରଣ ବଶତଃ ବଚସା ହୋଇଥିଲା । ଏହାକୁ ନେଇ ରାତ୍ରି ପ୍ରାୟ ୯ଘଣ୍ଟା ସମୟରେ ସନ୍ଦିପଦର ଗ୍ରାମର ଟେଙ୍ଗେ ମାଝି ଓ ବୁଡିଙ୍ଗଲୁ ଗ୍ରାମର ସେବେନା ମାଝୀ ପୂର୍ବରୁ ଯୋଜନା ପ୍ରକାରେ କିଶୋର ମାଝି (୪୦)କୁ ଅନ୍ଧାର ରାତିର ସୁଯୋଗ ନେଇ ଗାଁ ଦାଣ୍ଡରେ ହତ୍ୟା କରି ପାଖ ବିଲରେ ଫିଙ୍ଗି ଦେଇ ଚୁପଚାପ ହୋଇ ସୁଲେରେଜୁ ରେ ଥିଲେ । ପୋଲିସ ଆଜି ରବିବାର ଘଟଣା ସ୍ଥଳରେ ପହଞ୍ଚି ମୃତ୍ଯୁ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।ତେବେ ଅଭିଯୁକ୍ତ ସେବେନା ମାଝି ଫେରାର ଥୂବା ବେଳେ ସହଯୋଗୀ ଟେଣ୍ଡେ ମାଝିକୁ ପୋଲିସ ଗିରଫ କରିଥିବା ବେଲଘର ଥାନା ଭାରପ୍ରାପ୍ତ ଅଧୂକାରୀ ସୌମ୍ୟ ରଂଜନ ପତି କହିଛନ୍ତି । ହତ୍ୟାର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ଅସୃଷ୍ଟ ଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

The post ବିବାହ ଭୋଜିରେ ବଚସାରୁ ସାଙ୍ଗକୁ ହତ୍ୟା, ଦିନକ ପରେ ମିଳିଲା ଶବ appeared first on Odisha.News.